ଓଡିଶା

odisha

ETV Bharat / politics

ଝାଡଖଣ୍ଡ ବ୍ୟାଟେଲ୍; ବିଜେପି ପ୍ରାର୍ଥୀ ତାଲିକା ଘୋଷଣା, ଜାମସେଦପୁରରୁ ଲଢିବେ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା । ପ୍ରଥମ ପର୍ଯ୍ୟାୟରେ 66 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି ।

By ETV Bharat Odisha Team

Published : 4 hours ago

Updated : 4 hours ago

BJP Candidates List
BJP Candidates List (ETV Bharat Odisha)

ହାଇଦ୍ରାବାଦ:ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ 66 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ଆଜି (ଶନିବାର) ବିଜେପି ପକ୍ଷରୁ ପ୍ରଥମେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଏପଟେ ଜାମସେଦପୁରରୁ ଲଢିବେ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୁର୍ଣିମା ଦାସ ସାହୁ । ଝାଡଖଣ୍ଡରେ ନଭେମ୍ବର 13 ଏବଂ 20 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ 23 ତାରିଖରେ ଭୋଟ ଗଣତି ହେବ ।

ଝାଡଖଣ୍ଡ ବିଧାନସଭା ନିର୍ବାଚନ- ବିଜେପି ପ୍ରାର୍ଥୀ ଘୋଷଣା-

  • ୬୬ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷିତ
  • ଜାମସେଦପୁର ଇଷ୍ଟ୍ ଆସନରୁ ଲଢ଼ିବେ ପୂର୍ଣ୍ଣିମା ଦାସ ସାହୁ
  • ପୂର୍ଣ୍ଣିମା ଦାସ ସାହୁ ହେଉଛନ୍ତି ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ

ଝାଡ଼ଖଣ୍ଡ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ । ଝାଡ଼ଖଣ୍ଡ ପାଇଁ ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଧନୱାରରୁ ଲଢ଼ିବେ ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି । ଜାମତାରାରୁ ଲଢ଼ିବେ ଶିବୁ ସୋରେନଙ୍କ ବୋହୂ ସୀତା ସୋରେନ । ଷଢ଼େଇକଳାରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା ଜଗନ୍ନାଥପୁରରୁ ପ୍ରାର୍ଥୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା ପୋଟ୍‌କାରୁ ପ୍ରାର୍ଥୀ ।

ଏହା ବି ପଢନ୍ତୁ-ବାଜିଲା ନିର୍ବାଚନ ବିଗୁଲ, ଝାଡଖଣ୍ଡରେ ଦୁଇ ଓ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ

ଏହା ବି ପଢନ୍ତୁ-ଝାଡ଼ଖଣ୍ଡରେ ଉଠିଲା ଓଡ଼ିଆ ଅସ୍ମିତା, ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM Mohan Majhi In Jharkhand

ଝାଡଖଣ୍ଡ ବିଧାନସଭା ନିର୍ବାଚନ 2024

  • ବିଜେପିର 66 ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା
  • ଲୋବିନ ହେମ୍ବ୍ରମ ବୋରାଇ ଆସନ
  • ଜାମତାରା ଆସନରୁ ସୀତା ସୋରେନ
  • ଷଢ଼େଇକଳାରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍
  • ଗୀତାବାଲମୁଛୁ ଲଢିବେ ଛାଇବସା ଆସନରୁ
  • ଗାତୀ କୋଡା ଲଢିବେ ଜଗନ୍ନାଥପୁର ଆସନରୁ
  • ମୀରା ମୁଣ୍ଡା ଲଢିବେ ପୋଟକା ଆସନରୁ

କେବେ ପଡିବ ଝାଡଖଣ୍ଡ ଭୋଟ୍-


ବାଜି ସାରିଛି ଦୁଇ ରାଜ୍ୟର ନିର୍ବାଚନ ବିଗୁଲ । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ ହେବାକୁ ଥିବା ବେଳେ ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମହାରାଷ୍ଟ୍ରର 288 ଆସନ ପାଇଁ ପଡ଼ିବ ଭୋଟ୍ । 22 ଅକ୍ଟୋବରରେ ପ୍ରକାଶ ପାଇବ ବିଜ୍ଞପ୍ତି । 29 ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । 20 ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ପଡ଼ିବ ଭୋଟ । 23ରେ ହେବ ଗଣତି ।

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଝାଡଖଣ୍ଡର 81 ଆସନରେ ହେବ ମତଦାନ । ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର 13 ତାରିଖରେ ପ୍ରଥମ ପର୍ଯ୍ୟାୟ ଓ 20ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ନଭେମ୍ବର 23ରେ ଝାଡଖଣ୍ଡରେ ମଧ୍ୟ ଭୋଟ ଗଣତି ହେବ।

Last Updated : 4 hours ago

ABOUT THE AUTHOR

...view details