ରାଞ୍ଚି:ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବୁଧବାର ରାତିରେ ଗିରଫଦାରୀ ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୋରେନ କହିଛନ୍ତି, ''ମୁଁ ମୋର ଲଢ଼େଇ ଜାରି ରଖିବି । କେବେ ହାର୍ ମାନିବି ନାହିଁ । ଏହା ଏକ ବିରାମ । ଜୀବନ ଏକ ମହାସଂଗ୍ରାମ । ହାର୍ ଜିତର କିଛି ମୂଲ୍ୟ ନାହିଁ । ମୁଁ ଆଦୌ ଭୟଭୀତ ନୁହେଁ । ମୁଁ ସବୁ ମୁହୂର୍ତ୍ତରେ ଲଢେଇ କରିଛି ଏବଂ ଲଢେଇ କରୁଥିବି । କିନ୍ତୁ କେବେ ବି ବୁଝାମଣାର ଭିକ ନେବିନି । ନିଜ ଲୋକଙ୍କ ହୃଦୟର ଯନ୍ତ୍ରଣାକୁ ବ୍ୟର୍ଥ ଯିବାକୁ ଦେବିନି, ହାର୍ ମାନିବିନି ।''
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟ ତଥା ୪୮ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନ ନିଜ ଏକ୍ସ ହ୍ୟାଣ୍ଡେଲରେ ଲୋକପ୍ରିୟ କବି ଶିବମଙ୍ଗଳ ସିଙ୍ଗ ସୁମନଙ୍କ ଦ୍ବାରା ରଚିତ କବିତାର କିଛି ଅଂଶ ଲେଖି ଏପରି ନିଜର ମନର ଭାବନା ବ୍ୟକ୍ତ କରିଛନ୍ତି । କବିତା ମାଧ୍ୟମରେ ସେ କେବେ ବି ହାର୍ ମାନିବେନି କି ଭୟଭୀତ ହୋଇ ସାଲିସ୍ କରିବେନି ବୋଲି ପ୍ରତିକ୍ରିୟା ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଇସ୍ତଫା ଦେଲେ ହେମନ୍ତ; କଳ୍ପନା ନୁହନ୍ତି ଚମ୍ପାଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ