ଓଡିଶା

odisha

ETV Bharat / politics

କଣ୍ଟାମାଳରେ ଭୋଟିଂରେ ବ୍ୟାପକ ଅବ୍ୟବସ୍ଥା, ବୁଥ ପରିସରରେ ଧାରଣା ଦେଲେ ଭୋଟର - EVM Glitch Cause Trouble To Voters - EVM GLITCH CAUSE TROUBLE TO VOTERS

EVM Glitch Cause Trouble To Voters: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମତଦାନକୁ ହଠାତ ବନ୍ଦ କରିବାକୁ ନେଇ ଜନ ଅସନ୍ତୋଷ । ଅଧିକ ପଢନ୍ତୁ

EVM Glitch Cause Trouble To Voters
EVM Glitch Cause Trouble To Voters (ETV Bharat Odisha)

By ETV Bharat Odisha Team

Published : May 20, 2024, 9:59 PM IST

EVM Glitch Cause Trouble To Voters (ETV Bharat Odisha)

ବୌଦ୍ଧ: ଆଜି ସରିଛି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଜିଲ୍ଲାରେ ଜାରି ରହିଥିବା ମତଦାନ ପ୍ରକ୍ରିୟାକୁ ବନ୍ଦ କରି ଭୋଟରଙ୍କୁ ଫେରାଇ ଦିଆଯାଇଛି । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ । ଜିଲ୍ଲାର ଅନେକ ପୋଲିଂ ବୁଥରେ ଇଭିଏମ ମେସିନର ଅସୁବିଧା ଯୋଗୁଁ ବହୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବା ବେଳେ ଗୋଟିଏ ବୁଥରେ ହଠାତ ପୋଲିଂ ଅଧିକାରୀ ବୁଥ ବନ୍ଦ କରିଦେବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡା ଗ୍ରାମର ବିଦ୍ୟାଳୟରେ ପୋଲିଂ ବୁଥ ପ୍ରତିଷ୍ଠା କରାଯାଇଥିଲା । ଆଜି ସକାଳୁ ସବୁକିଛି ଠିକଠାକ ମତଦାନ ଚାଲିଥିଲା । ତେବେ ପ୍ରାୟ ଦିନ ୧ଟା ସମୟରେ ହଠାତ ନିର୍ବାଚନ ପରିଚାଳନା ଦାୟିତ୍ଵରେ ଥିବା ଅଧିକାରୀ ବୁଥକୁ ବନ୍ଦ କରିଦେଇଥିଲେ । ଏ ସମ୍ପର୍କରେ ସେ କୌଣସି ଠୋସ ଉତ୍ତର ନ ଦେଇ ମତଦାତାଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ପ୍ରଘଟ ହେବା ପରେ କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ଶହ ଶହ କର୍ମୀ ଓ ଭୋଟର ବୁଥ ପରିସରରେ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ । ଶହ ଶହ ମତଦାତା ଭୋଟ ଦେଇ ନପାରି ମତଦାନରୁ ବଞ୍ଚିତ ରହିବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ ...ଜାରି ରହିଛି ମତଦାନ, ଉତ୍ସାହିତ ବୌଦ୍ଧବାସୀ - Voting In Boudh

ଘଟଣା ସ୍ଥଳରେ ତୁରନ୍ତ ସୁରକ୍ଷା ବାହିନୀ ସହିତ ପୋଲିସ ଏସଡିପିଓ କୁଲଦୀପ ମୀନା ପହଞ୍ଚି ପରିସ୍ଥିତି ଆୟତ୍ତ ପାଇଁ ଚେଷ୍ଟା କରିଥିଲେ । ତେବେ ଏଭଳି ଅଭାବନୀୟ ଘଟଣା କାହିଁକି ଘଟିଲା ତାର ତଦନ୍ତ ପାଇଁ ବିଜେପି ପ୍ରାର୍ଥୀ କହ୍ନେଇ ଡାଙ୍ଗ ଦାବି କରିଥିବା ବେଳେ ଜିଲ୍ଲାର ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କିରାସିରା ଭଳି ଅନେକ ବୁଥ ରେ ଶାସକ ଦଳ ବ୍ୟାପକ ଅନିୟମିତତା କରିଥିବା ତଥା ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ବିଜେପି ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ତେବେ ଶେଷ ଖବର ସଂଗ୍ରହ ପର୍ଯ୍ୟନ୍ତ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାତାମାନେ ବୁଥରେ ଧାରଣାରେ ବସି ରହିଥିବା ବେଳେ କିଭଳି ଓ କାହା ନିର୍ଦ୍ଦେଶରେ ବୁଥକୁ ବନ୍ଦ କରିଦିଆଗଲା ସେନେଇ ଉଠିଛି ପ୍ରଶ୍ନବାଚୀ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details