ଓଡିଶା

odisha

ETV Bharat / politics

୩ଟା ସୁଦ୍ଧା 52.91 ପ୍ରତିଶତ ମତଦାନ, 3 ଜଣ ପ୍ରିଜାଇଡିଂ ଅଫିସର ନିଲମ୍ବିତ - three presiding officer suspended

THREE PRESIDING OFFICER SUSPENDED: ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ବର୍ତ୍ତମାନ ସୁଦ୍ଧା ମୋଟ 5 ଜଣଙ୍କୁ ସସପେଣ୍ଡ କରାଯାଇଛି ଏବଂ ଦୁଇ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ 32.43% ଭୋଟ ହୋଇଛି । ଯାହାକି ସବୁଠୁ କମ୍ । ଅଧିକ ପଢନ୍ତୁ

ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ , 3 ଜଣ ପ୍ରିଜାଇଡିଂ ନିଲମ୍ବିତ
ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ , 3 ଜଣ ପ୍ରିଜାଇଡିଂ ନିଲମ୍ବିତ (ETV Bharat Odisha)

By ETV Bharat Odisha Team

Published : May 13, 2024, 5:12 PM IST

Updated : May 13, 2024, 5:21 PM IST

୩ଟା ସୁଦ୍ଧା 53 ପ୍ରତିଶତ ମତଦାନ, 3 ଜଣ ପ୍ରିଜାଇଡିଂ ଅଫିସର ନିଲମ୍ବିତ (ETV Bharat Odisha)

ଭୁବନେଶ୍ବର:ଅପରାହ୍ନ ୩ଟା ସୁଦ୍ଧା 52.91 ପ୍ରତିଶତ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ଗଞ୍ଜାମରେ 3 ଜଣ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ସସପେଣ୍ଡ କରାଯାଇଛି । କଳାହାଣ୍ଡିରେ ୫୮ ପ୍ରତିଶତ, ନବରଙ୍ଗପୁରରେ ୫୬%, କୋରାପୁଟରେ ୫୩%, ବ୍ରହ୍ମପୁର ୪୪.୬୫% ମତଦାନ ହୋଇଛି ।

ସେପଟେ ଛତ୍ରପୁର 27 ଓ 163 ନଂ ବୁଥ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ୱିତ ସହ ଗିରଫ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ 32.43% ଭୋଟ ହୋଇଛି । ଯାହାକି ସବୁଠୁ କମ୍ । ସେହିପରି ଗୋପାଳପୁର 193 ନଂ ବୁଥ ପ୍ରିଜାଇଡିଂ ଅଫିରସରଙ୍କୁ ମଧ୍ୟ ନିଲମ୍ୱନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟନ୍ତ ମୋଟ 5 ଜଣଙ୍କୁ ସସପେଣ୍ଡ କରାଯାଇଛି ଏବଂ ଦୁଇ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି ।

ଗଞ୍ଜାମର 3 ଜଣ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଛତ୍ରପୁର 27 ଓ 163 ନଂ ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ଓ ଗିରଫ କରିବାକୁ ନିର୍ଦ୍ଦେଶ । ସେହିପରି ଗୋପାଳପୁର 193 ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କୁ ସସପେଣ୍ଡ ନିର୍ଦ୍ଦେଶ । କାର୍ଯ୍ୟରେ ଅବହେଳା ନେଇ ୱେବକାଷ୍ଟିଂରୁ ମିଳିଥିବା ଭିଜୁଆଲ ଅନୁସାରେ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ 2 ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦେଇଥିଲେ ସିଇଓ । କଳାହାଣ୍ଡି ନର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା ତେଜାଂସୁ ଶାହ ନିଲମ୍ବିତ କରାଯାଇଥିଲା । ସେହିଭଳି ଗଞ୍ଜାମ ଜିଲ୍ଲାର ଜଣେ ପୋଲିଂ ଅଧିକାରୀଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ .......ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେମସିଟ, ଦେଖନ୍ତୁ LIVE - CEO Press Meet Live

ଏହା ମଧ୍ୟ ପଢନ୍ତୁ.....କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ - Polling Officer Suspended

ଦିନ ଦୁଇଟା ସୁଦ୍ଧା 60 ପ୍ରତିଶତରୁ ଅଧିକ ମତଦାନ ହୋଇଛି । ନର୍ଲା ଏବଂ ଝରିଗାଁରେ ସର୍ବାଧିକ ଭୋଟିଂ ହୋଇଥିବାବେଳେ ବ୍ରହ୍ମପୁରରେ ସର୍ବନିମ୍ନ ମତଦାନ ହୋଇଛି । ଏନେଇ ସୂୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେପଟେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି ଯେ, ନିର୍ବାଚନ ପରିଚାଳନାରେ ସାମାନ୍ୟ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଗୋପାଳପୁରର 193 ନଂ ପୋଲିଂ ଅଫିସରଙ୍କୁ ସସପେଣ୍ଡ କରିବା ସହ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 13, 2024, 5:21 PM IST

ABOUT THE AUTHOR

...view details