ଓଡିଶା

odisha

ETV Bharat / politics

କେନ୍ଦ୍ର-ରାଜ୍ୟ ସରକାରକୁ କଂଗ୍ରେସର ଟାର୍ଗେଟ, 26ରେ ଲୋକସେବା ଭବନ ଘେରାଉ

Press Meet On Loka Seva Bhawan Gherao Program: ବିଭିନ୍ନ ପ୍ରସଙ୍ଗ ନେଇ ଆସନ୍ତା 26 ତାରିଖ ରେ ଭୁବନେଶ୍ବର ଲୋକସେବା ଭବନ ଘେରିବ କଂଗ୍ରେସ । ବିଜେଡ଼ି ଓ ବିଜେପି ସରକାରର ବିଫଳତା ଓ ଦୁର୍ନୀତି ବିରୁଦ୍ଧରେ ଘେରାଉ କରିବ କଂଗ୍ରେସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 24, 2024, 9:42 PM IST

କେନ୍ଦ୍ର-ରାଜ୍ୟ ସରକାରକୁ କଂଗ୍ରେସର ଟାର୍ଗେଟ , 26 ରେ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ
କେନ୍ଦ୍ର-ରାଜ୍ୟ ସରକାରକୁ କଂଗ୍ରେସର ଟାର୍ଗେଟ , 26 ରେ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ

କେନ୍ଦ୍ର-ରାଜ୍ୟ ସରକାରକୁ କଂଗ୍ରେସର ଟାର୍ଗେଟ , 26 ରେ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ

କଟକ: ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଆକ୍ସନ ମୋଡ୍ ରେ । ବିଭିନ୍ନ ପ୍ରସଙ୍ଗ ନେଇ ଆସନ୍ତା 26 ତାରିଖ ରେ ଭୁବନେଶ୍ବର ଲୋକସେବା ଭବନ ଘେରିବ କଂଗ୍ରେସ । ବିଜେଡ଼ି ଓ ବିଜେପି ସରକାରର ବିଫଳତା ଓ ଦୁର୍ନୀତି ବିରୁଦ୍ଧରେ ଘେରାଉ କରିବ କଂଗ୍ରେସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲ୍ଲା କଂଗ୍ରେସ । ଜିଲା କଂଗ୍ରେସ ମୁଖପାତ୍ର ଅଶୋକ ସ୍ବାଇଁ କହିଛନ୍ତି ଯେ ଆସନ୍ତା ୨୬ ତାରିଖରେ କଂଗ୍ରେସ ଲୋକସେବା ଭବନ ତଥା ସଚିବାଳୟକୁ ଘେରାଉ କରିବ । ରାଜ୍ୟର କୋଣ ଅନୁକୋଣରୁ କଂଗ୍ରେସ କର୍ମୀ ଓ ଜନସାଧାରଣ ଏଥିରେ ଯୋଗ ଦେବେ । ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ବିଜେଡ଼ି ସରକାର ଏବଂ କେନ୍ଦ୍ର ରେ ୧୦ ବର୍ଷ ଧରି କେନ୍ଦ୍ର ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ମୌଳିକ ସେବା ଯୋଗାଇଦେବା ପରିବର୍ତେ ଏହି ଦୁଇ ସରକାର ସାଧାରଣ ଜନତାଙ୍କୁ ଲୁଟ କରିଚାଲିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଝୋଟ ବ୍ୟାଗ ବଣ୍ଟନରେ ଦୁର୍ନୀତି ଗନ୍ଧ ବାରିଲା କଂଗ୍ରେସ

ରାଜ୍ୟ ସରକାର ସୁଶାସନ ବଦଳରେ କୁଶାସନ ଦେଇଛନ୍ତି । ରାଜ୍ୟର ରାଜକୋଷରେ ଠିକାଦାର ପୋଷା ଯାଉଛି । ରାଜ୍ୟର ଯୁବବର୍ଗ ଏବଂ ଛାତ୍ର ସାମଜ ପାଇଁ ରୋଜଗାର ନାହିଁ । ମହିଳାଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢିଚାଲିଛି । ରାଜ୍ୟ ସରକାର ଦୁର୍ନୀତିକୁ ନୀତିରେ ପରିବର୍ତ୍ତନ କରିଛନ୍ତି । ୧ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ୨୦ ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି,୩୩ ହଜାର କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ଯୋଜନାର ଠିକା ଦୁର୍ନୀତି, ବିଦ୍ୟୁତ କ୍ଷେତ୍ରର ଭିତିଭୂମିର ପୁର୍ନବିନ୍ୟାସ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚର ଦୁର୍ନୀତି, ର ଗନ୍ତାଘର ପାଲଟି ଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । କେବଳ ସରକାରୀ ଦଳ ଏବଂ ଅଫିସର ଗୋଷ୍ଠୀମାନଙ୍କର ପକେଟ ଗରମ ହେଉଛି ।

କଟକ ସହରକୁ ପ୍ୟାରିସ ବନେଇବାର ବାହାସ୍ଫୋଟ ମାରିଛନ୍ତି ସରକାର । ଏହାବ୍ୟତୀତ ରାଜ୍ୟର ସମସ୍ତ ବ୍ଲକକୁ ୩୫%ଜଳସେଚନ ଯୋଗାଇବାରେ ବିଫଳତା, କୃଷକ ଆତ୍ମହତ୍ୟା, କୃଷକ ଋଣଭାରରେ ବୁଡ଼ି ରହିବାଏବଂ ରାଜ୍ୟରେ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ହୋଇନପାରିବା ଏବଂ ରାଜ୍ୟରେ ମହିଳାମାନଙ୍କର ସମସ୍ୟା ଆଜି ଅତ୍ୟନ୍ତ ଉତ୍କଟ ଓ ବିପଦଜନକ ରହିଛି । ସାଧାରଣ ଜନତାଙ୍କୁ ଦଳସହିତ ମିଳିତ ହୋଇ ରାଜ୍ୟରେ ଏକ ସ୍ବଚ୍ଛ ସରକାର ଆଣିବା ପାଇଁ ସହଯୋଗ କାମନା କରିଛନ୍ତି ମୁଖପାତ୍ର । ତେଣୁ ଆସନ୍ତା ସୋମବାର ହଜାର ହଜାର କଂଗ୍ରେସ କର୍ମୀ ଲୋକସେବା ଭବନ ଘେରି ଏହି ଦିଗରେ ସମାଧାନ ଆଣିବା ସରକାର ଙ୍କୁ ଚେତାବନୀ ଦେବେ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details