ଓଡିଶା

odisha

ETV Bharat / politics

ରାଜ୍ୟରେ ବିଜେପି ସରକାର ଆସିଲେ ମୋଦିଙ୍କ ପ୍ରଣାଳୀରେ ଓଡ଼ିଶାର ବିକାଶ ହେବ: ଧର୍ମେନ୍ଦ୍ର - Chhendipada Assembly Constituency - CHHENDIPADA ASSEMBLY CONSTITUENCY

Dharmendra Pradhan Targets BJD: ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ରାଜ୍ୟ ସରକରାଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ । କହିଲେ ଭାରତୀୟ ଜନତା ପାର୍ଟି ସରକାର ଆସିଲେ, ମୋଦିଙ୍କ ପ୍ରଣାଳୀ ଚାଲିଲେ ଓଡ଼ିଶାର ବିକାଶ ହେବ । ଅଧିକ ପଢ଼ନ୍ତୁ

ରାଜ୍ୟରେ ବିଜେପି ସରକରା ଆସିଲେ ମୋଦିଙ୍କ ପ୍ରଣାଳୀରେ ଓଡ଼ିଶାର ବିକାଶ ହେବ: ଧର୍ମେନ୍ଦ୍ର
ରାଜ୍ୟରେ ବିଜେପି ସରକରା ଆସିଲେ ମୋଦିଙ୍କ ପ୍ରଣାଳୀରେ ଓଡ଼ିଶାର ବିକାଶ ହେବ: ଧର୍ମେନ୍ଦ୍ର

By ETV Bharat Odisha Team

Published : Apr 26, 2024, 9:40 PM IST

ରାଜ୍ୟରେ ବିଜେପି ସରକରା ଆସିଲେ ମୋଦିଙ୍କ ପ୍ରଣାଳୀରେ ଓଡ଼ିଶାର ବିକାଶ ହେବ: ଧର୍ମେନ୍ଦ୍ର

ଅନୁଗୋଳ: ଆଉ ଦିନ କେଇଟା ପରେ ନିର୍ବାଚନ । ମତଦାନ କରି ନିଜର ନେତାଙ୍କୁ ବାଛିବେ ଜନତା । ସେପଟେ ନେତାମାନେ ମଧ୍ୟ ଜନତାଙ୍କ ପ୍ରିୟଭାଜନ ହେବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି । ନିଜ ନିଜର ପ୍ରଚାରକୁ ଜୋରଦାର କରୁଥିବା ବେଳେ ଶାସକ ଓ ବିରୋଧିଙ୍କ ମଧ୍ୟରେ ଲାଗିରହିଛି ଆରୋପ ପ୍ରତ୍ୟାରୋପ । ଏହି ପରିପ୍ରେକ୍ଷୀରେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।

ସମ୍ବଲପୁରସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି ଅନୁଗୋଳ ଜିଲ୍ଲାର ବହୁଚର୍ଚ୍ଚିତ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ। ତେବେ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ଛେଣ୍ଡିପଦାରେ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ଧର୍ମେନ୍ଦ୍ର ବିଭିନ୍ନ ରାଜନୈତିକ ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ସେହିଭଳି ଆଜି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁରଙ୍ଗ ପଡ଼ିଆରେ ଆୟୋଜିତ ଏକ ସଭାର ମଞ୍ଚରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, "ରାଜ୍ୟରେ ଲୋକେ ଏଥର ସରକାର ବଦଳାଇବା ପାଇଁ ମନସ୍ଥ କଲେଣି । ଯାହାର ଫଳ ସ୍ୱରୂପ ଲୋକେ ସମ୍ବଲପୁର ଲୋକସଭା ତା ଅଧୀନରେ ଥିବା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଲୋକେ ମଧ୍ୟ ସରକାର ବଦଳାଇବା ପାଇଁ ମନ ବଳାଇଛନ୍ତି । ସ୍କୁଲରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର ନଥିବା ବେଳେ ଲୋକଙ୍କୁ ପାଣି ମିଳୁନି ।"

ଏହା ମଧ୍ୟ ପଢ଼ନ୍ତୁ...ଡବଲ ଶଙ୍ଖ ଭାରି ଦୁଃଖ, ଡବଲ ଫୁଲ ଭାରି ଭଲ: ଧର୍ମେନ୍ଦ୍ର ପ୍ରଧାନ - Dharmendra Election Campaign

ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି, "ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ପ୍ରତି ଅତୁଟ ସମର୍ଥନ ବଢୁଛି । ତୃତୀୟ ଥର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ । ଏଠି ଗତ 25 ବର୍ଷ ଏକ ପ୍ରକାର ଆମେ ହଜେଇ ଦେଲେ । ଓଡ଼ିଶା ଆହୁରି ଆଗକୁ ଯିବାର କଥା । କିନ୍ତୁ ଏଠିକାର ଅପାରଗ ସରକାରଙ୍କ କାରଣରୁ ଓଡ଼ିଶା ଆଗକୁ ଯାଇପାରିନି । ଭାରତୀୟ ଜନତା ପାର୍ଟି ସରକାର ଆସିଲେ, ମୋଦିଙ୍କ ପ୍ରଣାଳୀ ଚାଲିଲେ ଓଡ଼ିଶାର ବିକାଶ ହେବ ।" ତେବେ ତୁରଙ୍ଗ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବା ପୂର୍ବରୁ ଧର୍ମେନ୍ଦ୍ର ରାଣୀଗୋଡା ଗାଁରେ ଥିବା ନିଲକଣ୍ଠେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ରାଣୀଗୋଡା ଗାଁ ଓ ଅନୁଗୋଳ ରାଜା ଛକ ଦେଇ ସଭା ମଞ୍ଚରେ ପହଁଚିଥିଲେ । ଏହି କାର୍ଯ୍ୟକ୍ରମରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା, ଅନୁଗୋଳ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ ଓ ଅନ୍ୟ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details