ରାଇରଙ୍ଗପୁର:ଆସନ୍ତାକାଲି(ଗୁରୁବାର)ଦିନ ମୟୂରଭଞ୍ଜ ଜିଲ୍ଲା ବାରିପଦାକୁ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଥିପାଇଁ ରାଜ୍ୟ ସହ ଜିଲ୍ଲା ବିଜେପି ଚଳଚଞ୍ଚଳ ହୋଇଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଯାତ୍ରାର କରିବେ ପ୍ରଚାର ପ୍ରାସାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବାରିପଦା ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଗତ ୨୦୧୯ ସାଧାରଣ ନିର୍ବାଚନରେ ୩୭୦ ଆସନ ନେଇ ସରକାର ଗଠନ କରିବା ପରେ ସେହି ଧାରାରେ ୨୦୨୪ ନିର୍ବାଚନରେ ୪୦୦ରୁ ଅଧିକ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରିବାର ସଂକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଛନ୍ତି । ସେହି ସଂକଳ୍ପ ଯାତ୍ରାକୁ ସାରା ଦେଶରେ ପ୍ରଚାରପ୍ରସାର କରିବା ଲକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାରିପଦା ଆସୁଛନ୍ତି । ଉତ୍ତର ଓଡ଼ିଶାର ୪ଟି ସଂସଦୀୟ କ୍ଷେତ୍ରରେ ଏହି ସଂକଳ୍ପଯାତ୍ରାକୁ କାର୍ଯ୍ୟକାରୀ କରିବା ଲାଗି ବାରିପଦାରେ ଅନୁଷ୍ଠିତ ହେବ ଏହି ଦଳୀୟ ସାଧାରଣ ସଭା ।
ରାଜନାଥଙ୍କ ଏହି ଗସ୍ତ କେବଳ ଉତ୍ତର ଓଡ଼ିଶା ନୁହେଁ ପୁରା ରାଜ୍ୟରେ ବିଜେପିର ଲୋକ ପ୍ରିୟତାକୁ କାଏମ ରଖିବ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି । ସେଥିଲାଗି ମୟୁରଭଞ୍ଜ ଜିଲ୍ଲା ବଜେପିରେ କର୍ମୀ ମହଲରେ ନୂତନ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାକୁ କିଭଳି ଲୋକଙ୍କ ପାଖକୁ ପହଞ୍ଚାଯିବ ଏବଂ ଗାଁ ଚାଲ, ବୁଥ୍ ଚାଲ ଅଭିଯାନ ଜରିଆରେ କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀଙ୍କୁ ଭେଟି ବିଜେପି କର୍ମୀ କ'ଣ କରିବେ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ।