ଓଡିଶା

odisha

ETV Bharat / politics

ରାଜ୍ୟରେ 79 ହଜାର 671 ହେକ୍ଟର ଚାଷ ଜମି ପ୍ରଭାବିତ, ‘ଚାଷୀଙ୍କୁ DBT ମାଧ୍ୟମରେ ମିଳିବ କ୍ଷତିପୂରଣ’

ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ ସହାୟତା । ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ 79 ହଜାର 671 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ।

Agriculture review meeting
Agriculture review meeting (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 5 hours ago

ଭୁବନେଶ୍ୱର:ବାତ୍ୟା ଦାନାରେ କେତେ ଫସଲ କ୍ଷୟକ୍ଷତି ହୋଇଛି ତାର ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ 79 ହଜାର 671 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ତେବେ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ ସହାୟତା । ବାତ୍ୟା ଦାନାରେ କେତେ ଫସଲ କ୍ଷୟକ୍ଷତି ହୋଇଛି ତାର ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଭୁବନେଶ୍ବର କୃଷି ଭବନରେ ହୋଇଥିବା ସମୀକ୍ଷା ବୈଠକରେ କୃଷି ସଚିବ ଅରବିନ୍ଦ ପାଢୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ସାମିଲ ହୋଇଥିଲେ । ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ନେଇ ବୈଠକରେ ଆଲୋଚନା ହୋଇଛି । କୃଷି ବିଭାଗର ସଚିବ ଅରବିନ୍ଦ ପାଢୀ ସବୁ ଜିଲ୍ଲାପାଳଙ୍କ ସହିତ କଥା ହୋଇଥିଲେ।

ତେବେ ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ 79 ହଜାର 671 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । 1ଲକ୍ଷ 99 ହଜାର 177 ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି। କେନ୍ଦ୍ରାପଡ଼ାରେ 23 ହଜାର ହେକ୍ଟର ଜମି କ୍ଷତି ହୋଇଛି । ସର୍ବାଧିକ ରାଜ କନିକା, ଆଳି, ମହାକାଳପଡ଼ା କ୍ଷତିଗ୍ରସ୍ତ ହୋଇଛି। ଭଦ୍ରକରେ 24 ହଜାର 115 ହେକ୍ଟର ଜମି କ୍ଷତି ହୋଇଛି। ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରି ଭୋଖରି, ଧାମନଗରରେ କ୍ଷତି ହୋଇଛି । ବାଲେଶ୍ୱରରେ 3140 ହେକ୍ଟର ଜମି କ୍ଷତି ହୋଇଛି । ସେହିପରି ମୟୂରଭଞ୍ଜରେ ମୋଟ 2381 ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି । ଯାଜପୁରରେ 2709, ଜଗତସିଂହପୁର ରେ 2498 ହେକ୍ଟର ଜମି କ୍ଷୟ କ୍ଷତି ହୋଇଛି ।
Agriculture review meeting (ETV Bharat Odisha)

ଏହା ବି ପଢନ୍ତୁ- ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମନ୍ତ୍ରୀ, ଏବେବି ଲୋକ ପାଇ ନାହାନ୍ତି ବିଜୁଳି

ଏହା ବି ପଢନ୍ତୁ-ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ



ଏହାକୁ ନେଇ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି , "ଜିଲ୍ଲା ସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ବର୍ଷା କମିଲା ପରେ ଫିଲଡ଼ କୁ ଯାଇ ଜିଓ ଟେଗିଙ୍ଗ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ, SRC ଓ କୃଷି ବିଭାଗ ନିଷ୍ପତ୍ତି ନେବେ । ଲୋକଙ୍କୁ ଆମେ ଛାଡିବାକୁ ଚାଁହୁନୁ । ଲୋକଙ୍କ ଅଧିକାର ଯାହା ଦରକାର ସରକାର ଯୋଗାଇଦେବେ । SRC ଙ୍କ ନୁଆଁ ଗାଇଡଲାଇନ ଅନୁଯାଇ କ୍ଷତି ପୂରଣ ଦିଆଯିବ। ଜିଲ୍ଲା ସ୍ତରରୁ ରିପୋର୍ଟ ଆସିଲେ SRC ଙ୍କୁ ଦିଆଯିବ । ଏବଂ ଏହା DBT ମାଧ୍ୟମରେ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ ।"

ସେହିଭଳି କହିଛନ୍ତି, ଭୁଲ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ପୂର୍ବରୁ ଆସିଥିବା ବାତ୍ୟା ରେ 2 ମାସ ଲାଗୁଥିଲା ବିଦ୍ୟୁତ ପୁନଃଉଦ୍ଧାର ପାଇଁ । ଗତକାଲି 90 % ବିଦ୍ୟୁତ କାମ ସରିଛି । ବର୍ଷା ପାଇଁ 10 % ରହିଯାଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ ।

Last Updated : 5 hours ago

ABOUT THE AUTHOR

...view details