ଓଡିଶା

odisha

ETV Bharat / politics

ବଢ଼ୁଛି ମହିଳା ବିରୋଧୀ ହିଂସା; ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ - Congress Press Meet

Congress Targets BJD Government: ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । ପ୍ରଦେଶ କଂଗ୍ରେସ ମିଡିଆ ଇନ୍‌ଚାର୍ଜ ବୋବିତା ଶର୍ମା କହିଲେ ମହିଳା ଓ ଶିଶୁଙ୍କ ବିକାଶ ବିନା ରାଜ୍ୟର ବିକାଶ ଅଧୁରା । ଅଧିକ ପଢ଼ନ୍ତୁ

ବଢ଼ୁଛି ମହିଳା ବିରୋଧୀ ହିଂସା
ବଢ଼ୁଛି ମହିଳା ବିରୋଧୀ ହିଂସା

By ETV Bharat Odisha Team

Published : Feb 9, 2024, 8:27 PM IST

ବଢ଼ୁଛି ମହିଳା ବିରୋଧୀ ହିଂସା

ଭୁବନେଶ୍ବର: ଜାତୀୟସ୍ତରରେ ପ୍ରକାଶ ପାଉଥିବା ରିପୋର୍ଟର ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦେଶ କଂଗ୍ରେସ ମିଡିଆ ଇନ୍‌ଚାର୍ଜ ବୋବିତା ଶର୍ମା । ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲା ମହିଳା କଂଗ୍ରେସ । ଭୁବନେଶ୍ବର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବିଭିନ୍ନ ଜାତୀୟସ୍ତରୀୟ ରିପୋର୍ଟ ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ଇନ୍‌ଚାର୍ଜ ବୋବିତା ଶର୍ମା ଓ ପ୍ରଦେଶ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଂଗ୍ରେସ ମିଡିଆ ପ୍ରଭାରୀ ବୋବିତା ଶର୍ମା କହିଛନ୍ତି, "ରାଜ୍ୟରେ ମହିଳାମାନେ ଏବେ ବି ଉପେକ୍ଷିତ । କାରଣ ନିୟମିତ ଭାବରେ ମହିଳାଙ୍କ ବିରୋଧରେ ଅଶୋଭନୀୟ ଘଟଣା ବଢ଼ିବାରେ ଲାଗିଛି । ଗତ 24 ବର୍ଷ ଭିତରେ ଏହି ସଂଖ୍ୟା ଶୀର୍ଷ ଛୁଇଁଛି । ତେଣୁ ମହିଳା ସଶକ୍ତିକରଣ କଥା କହୁଥିବା ରାଜ୍ୟ ସରକାର ବାସ୍ତବରେ କେତେ ମହିଳା ସପକ୍ଷବାଦୀ, ତାହା ପ୍ରମାଣିତ ହୋଇଛି । କଂଗ୍ରେସ କ୍ଷମତାକୁ ଆସିଲେ ଏଭଳି ଘଟଣା ବିରୋଧରେ ଦଳ କଠୋର କାର୍ଯ୍ୟାନୁଷ୍ଠାନ ନେବ । ମହିଳା ମାନଙ୍କୁ ସଶକ୍ତ କରିଥିବା କଥା କହି ବୁଲିଛନ୍ତି ରାଜ୍ୟ ସରକାର । ବିଜ୍ଞାପନ ମାଧ୍ୟମରେ ସୂଚନା ଜାରି କରିଛନ୍ତି । କିନ୍ତୁ ବାସ୍ତବତା କଣ, ତାହା ମହିଳାମାନେ ଜାଣନ୍ତି ।" ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସ ଏହାକୁ ପ୍ରସଙ୍ଗ କରିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଶେଷ ରାହୁଲଙ୍କ ନ୍ୟାୟ ଯାତ୍ରା, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ପଞ୍ଚାନନ

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି, "କମ ବୟସର ଝିଅଙ୍କ ଠାରୁ ଆରମ୍ଭ କରି ବୟସ୍କା ମହିଳା ପର୍ଯ୍ୟନ୍ତ, ଏଠି କେହି ସୁରକ୍ଷିତ ନୁହଁନ୍ତି । ଏହାର ଅନେକ ଉଦାହରଣ ରହିଛି । କିନ୍ତୁ ରାଜ୍ୟ ସରକାର ପ୍ରଚାର ଜରିଆରେ ସତକୁ ଲୁଚାଉଛନ୍ତି । ମହିଳା ବିରୋଧୀ ହିଂସା ରାଜ୍ୟରେ ବୃଦ୍ଧି ପାଉଛି । ସେହିପରି ମହିଳାଙ୍କ ସ୍ବାସ୍ଥ୍ୟଗତ ରିପୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଛବିକୁ ପଦାରେ ପକାଇଛି । ରାଜ୍ୟରେ ମହିଳା ଅସୁରକ୍ଷିତ, ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ରାଜ୍ୟ ସରକାରଙ୍କ ନାରୀ ବିରୋଧୀ ମାନସିକତା ବୋଲି ପ୍ରମାଣିତ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ରାହୁଲଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନି କଂଗ୍ରେସ: ରାଜନୀତି ସମୀକ୍ଷକ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details