ଓଡିଶା

odisha

ETV Bharat / politics

ଉଷୁନା ଚାଉଳ ପ୍ରସଙ୍ଗ ନେଇ ନାଟକ କରୁଛନ୍ତି ଧର୍ମେନ୍ଦ୍ର: କଂଗ୍ରେସ

Rice procurement politics: ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଓ କଂଗ୍ରେସର ସମାଲୋଚନା । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 20, 2024, 2:27 PM IST

ଉଷୁନା ଚାଉଳ ରାଜନୀତି
ଉଷୁନା ଚାଉଳ ରାଜନୀତି

ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ନାଟକ କରୁଛନ୍ତି ଧର୍ମେନ୍ଦ୍ର: କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ସରକାର ରାଜ୍ୟରୁ ଅଧିକ 10 ଲକ୍ଷ ଟନ ଉଷୁନା ଚାଉଳ ଉଠାଇବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ର ସରକାର ଅନମତି ଦେବା ପରେ ତେଜିଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଓ ବିଜେଡିର ସମାଲୋଚନା । 'କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ ଆଉ ଏକ ନୂଆ ନାଟକ ଦେଖିବାକୁ ମିଳୁଛି ।' ଓଡ଼ିଶାରୁ ଉଷୁନା ଚାଉଳ କିଣିବା ପାଇଁ ଅନ୍ୟ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିବା ପରେ ତାଙ୍କର ଏହି ନାଟକ ଧରାପଡିଛି ବୋଲି କହିଛନ୍ତି ବିଜେଡି ମହିଳା ଶାଖାର ସଭାପତି ତଥା ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ।

ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବା ସହ କହିଛନ୍ତି, 'ମନ୍ତ୍ରୀସ୍ତରୀୟ ସହକର୍ମୀମାନେ ପରସ୍ପରକୁ ସାକ୍ଷାତ କିମ୍ବା ଫୋନ ମାଧ୍ୟମରେ ଅନୁରୋଧ କରନ୍ତି । ଉଷୁନା ଚାଉଳ ପ୍ରସଙ୍ଗରେ ୧୦ ବର୍ଷ ଧରି ନୀରବ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ ନିର୍ବାଚନ ପୂର୍ବରୁ ନିଜର ସହକର୍ମୀ କ୍ୟାବିନେଟ ମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି । ଏବଂ ତାହାକୁ ଗଣମାଧ୍ୟମରେ ପ୍ରସାର ପାଇଁ ବାଣ୍ଟୁଛନ୍ତି । ଏହା ତାଙ୍କର ନୂଆ ନାଟକ ଛଡା ଆଉ କିଛି ନୁହେଁ ।" ତେବେ ଓଡିଶାରୁ ଉଷୁନା ଚାଉଳ ସଂଗ୍ରହ ପାଇଁ ସ୍ନେହାଙ୍ଗିନୀ ଛୁରିଆ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଧର୍ମେନ୍ଦ୍ରଙ୍କ ଚିଠି ପରେ ପଦକ୍ଷେପ; ଓଡ଼ିଶାରୁ ଉଠିବ ଅଧିକ ୧୦ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ

ସେପଟେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, 'ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ସାରା ଓଡିଶାରେ ଥିବା ଉଷୁନା ଚାଉଳର ସମସ୍ୟା ବାବଦରେ ହଠାତ କାହିଁକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମନେପଡିଲା ? ନିର୍ବାଚନ ଆସିଲେ ନରେନ୍ଦ୍ର ଓ ନବୀନ ସରକାର ତତ୍ପର ଦେଖାନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି । ଉଷୁନା ଚାଉଳ ପ୍ରସଙ୍ଗ ତାହାର ଏକ ଜ୍ୱଳନ୍ତ ଉଦାହରଣ । ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୀୟୂଷ ଗୋୟେଲଙ୍କର ଯଦି ଏତେ ଦରଦ ଥିଲା, ଆଗରୁ କାହିଁକି ପଦକ୍ଷେପ ନେଉନଥିଲେ । 10 ଲକ୍ଷ ମେଟ୍ରିକ ଟନ ଉଷୁନ ଚାଉଳ ଉଠେଇବା ଆଜିର ନୁହେଁ ବହୁତ ଦିନରୁ ଦାବି । 5 ବର୍ଷ ପୁରୁଣା ଦାବିକୁ ଆଗରୁ ପୂରଣ କରିବା କଥା । ଆଗକୁ ଯେହେତୁ ନିର୍ବାଚନ ଅଛି କେନ୍ଦ୍ରମନ୍ତ୍ରୀ ଏଭଳି କରିଛନ୍ତି । ଦୁଇ ଦଳର ନୀତିକୁ ଚାଷୀ ଭଲ ସେ ବୁଝିଗଲେଣି, ତେଣୁ ଏ ଚିଠି ଲେଖାଲେଖି, ନରେନ୍ଦ୍ର ମୋଦିଙ୍କ ଧୁଆଁବାଣ ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ । କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖାର ପ୍ରଭାବ ମଧ୍ୟ ପଡିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details