ଅନୁଗୋଳ: ନିର୍ବାଚନୀ ରଣାଙ୍ଗନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଆଜି ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ଅନୁଗୋଳ ଜିଲ୍ଲାର ତିନି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନୁଗୋଳ ଷ୍ଟାଡିୟମରେରେ ଆୟୋଜିତ ନିର୍ବାଚନ ସଭାରେ ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ନବୀନ ।
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଷ୍ଟାଡିଅମ ଠାରେ ଅନୁଷ୍ଠିତ ଏକ ବିଶାଳ ଦଳୀୟ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ । ସେ ତାଙ୍କର ଚିରାଚରିତ ଢଙ୍ଗରେ ବିରୋଧୀ ସବୁବେଳେ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିବା ସହ ଆସନ୍ତା ଜୁଲାଇ ମାସରୁ ମାଗଣାରେ ବିଜୁଳୀ ମିଳିବ ବୋଲି ପୁଣିଥରେ ଘୋଷଣା କରିଥିଲେ । ଏହାସହ ସମସ୍ତଙ୍କୁ ବିଏସକେୱାଇ କାର୍ଡ ମିଳିବ । ତେଣୁ ବିଜେଡି ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ଦେବାକୁ ନିବେଦନ କରିଥିଲେ । ଏହାପରେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ପୁଣିଥରେ କେନ୍ଦ୍ର ସରକାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ, ଏଠାରେ ଲୋକେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଛନ୍ତି ସେଥିରେ ଭୟଭୀତ ହୋଇ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଚାଲି ଗଲେ । ଓଡିଶାକୁ ପ୍ରଧାନମନ୍ତ୍ରୀ ବାରମ୍ବାର ଆସୁଛନ୍ତି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ହେବିୱେଟ ନେତା ଆସୁଛନ୍ତି । ସମସ୍ତେ କହୁଛନ୍ତି ଓଡିଶାକୁ ନମ୍ବର ୱାନ କରିଦେବେ । ଯେଉଁ ରାଜ୍ୟକୁ ଯିବେ ସେହି ରାଜ୍ୟକୁ ଏକ ନମ୍ବର କରିବାକୁ କହୁଛନ୍ତି । ତେଣୁ ବିଜେପି ନେତା ପ୍ରଥମେ ନିଷ୍ପତ୍ତି ନିଅନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ ।