ETV Bharat / state

ଆଜିଠୁ ବିଧାନସଭା ଶୀତ ଅଧିବେଶନ: ମୁହାଁମୁହିଁ ହେବେ ଶାସକ-ବିରୋଧୀ - ODISHA ASSEMBLY

ଆରମ୍ଭ ବିଧାନସଭାର ଶୀତ ଅଧିବେଶନ । ରଣନୀତି ପ୍ରସ୍ତୁତ । କମ୍ପିବ ଗୃହ । ପ୍ରସ୍ତୁତ ଶାସକ ଦଳ । ଉପସ୍ଥାପିତ ହେବ ସପ୍ଲିମେଣ୍ଟାରୀ ବଜେଟ ।

Odisha Assembly
Odisha Assembly (ETV Bharat Odisha)
author img

By ETV Bharat Odisha Team

Published : Nov 25, 2024, 9:38 PM IST

Updated : Nov 26, 2024, 7:31 AM IST

ଭୁବନେଶ୍ବର: ଆଜିଠୁ କମ୍ପିବ ଗୃହ । ମୁହାଁମୁହିଁ ହେବେ ଶାସକ-ବିରୋଧି । ସରଗରମ ହେବ ବିଧାନସଭା । ଆଜି (ନଭେମ୍ବର 26)ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର 17ତମ ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ସହ ବସିଛି ବିଜେଡି-ବିଜେପି-କଂଗ୍ରେସର ବିଧାୟକ ଦଳ ବୈଠକ । ଶାସକ ଦଳ ବିଜେପିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସେପଟେ ବିରୋଧୀଙ୍କୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ ବିଜେପି ।

  • ଆଜିଠୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ
  • ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ ଅଧିବେଶନ
  • 30ଟି କାର୍ଯ୍ୟଦିବସ ରହିଛି
  • ଉପସ୍ଥାପିତ ହେବ ସପ୍ଲିମେଣ୍ଟାରୀ ବଜେଟ
  • ବିନିଯୋଗ ବିଲ୍‌ ଉପସ୍ଥାପନ କରାଯିବ

ରଣନୀତି ପ୍ରସ୍ତୁତ କଲା ବିଜେଡି:

ବିରୋଧୀ ଦଳ ନେତା ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଛି ବିଜେଡିର ବିଧାୟକ ଦଳ ବୈଠକ । ପାର୍ଟି ମୁଖ୍ୟାଳୟ ଶଙ୍ଖ ଭବନରେ ଅନୁଷ୍ଠିତ ବୈଠକରେ ଦଳ ବିଧାନସଭା ଅଧିବେଶନ ଲାଗି ରଣନୀତି ପ୍ରସ୍ତୁତ କରିଛି । ଶାସକ ଦଳ ବିଜେପିକୁ ଘେରିବା ଲାଗି ନବୀନ ଦେଇଛନ୍ତି ଗୁରୁମନ୍ତ୍ର । ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "ଯାହା ପ୍ରତିଶୃତି ଦେଇ ସରକାର ଆସିଥିଲେ, ତାହା କରିନାହାନ୍ତି । ଲୋକଙ୍କୁ କେବଳ ଭୁଆଁ ବୁଲାଇବାରେ ସରକାର ଲାଗିଛନ୍ତି । ଏ ସମସ୍ତ ପ୍ରସଙ୍ଗ ବିଧାନସଭାରେ ବିଜେଡି ଉଠାଇବ । ଆମ୍ବ ଟାକୁଆ ମୃତ୍ୟୁ, ଆଇନ ଶୃଙ୍ଖଳା ପରିସ୍ଥିତି, ଚୋରି ଡକାୟତି ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଜେପି ସରକାର ବିଭିନ୍ନ ଇତିହାସର ପୁନରାବୃତ୍ତି କରିଛନ୍ତି । ଯାହା ଗତ 24 ବର୍ଷରେ ଘଟିନଥିଲା ତାହା କରିଛନ୍ତି । ବିଧାନସଭା ଭିତରେ ଜୋରଦାର ଲଢେଇ କରିବା ପାଇଁ ବିରୋଧୀ ଦଳ ନେତା ନିର୍ଦ୍ଦେଶ ଦେଇଛନ୍ତି । ଗତ 5 ମାସରେ ବିଜେପି ସରକାର ଦେଇଥିବା ପ୍ରସଙ୍ଗ ଲିଷ୍ଟ କଲେ ରାତି ପାହିବ ।"

ବିଜେଡି ଲୋକଙ୍କ ସ୍ବର ହେବ:

ବିଧାନସଭାର ଶୀତ ଅଧିବେଶନ (ETV Bharat Odisha)

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ଓଡ଼ିଶାର ପରିସ୍ଥିତି ସମ୍ପର୍କରେ ଆଜି ବିଜେଡି ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି । ବିଜେଡି ଲୋକଙ୍କ ସ୍ବର ହେବ । ଶୂନ୍ୟକାଳ, ଡିମାଣ୍ଡ ଡିସକସନରେ ଭାଗ ନେବା ସହ ସରକାର ଯେଉଁ ବିଲ ଆଣିବେ ମତ ରଖିବୁ । ଓଡ଼ିଶାରେ 6 ମାସ ସରକାର କିନ୍ତୁ ଭାରତରେ 11 ବର୍ଷର ବିଜେପି ସରକାରରେ ଲୋକେ ଅସୁବିଧାର ସମ୍ମୁଖରେ ହେଉଛନ୍ତି । ଦରଦାମ ନିୟନ୍ତ୍ରଣ ବାହାରେ ଥିବାରୁ ଲୋକ ହଇରାଣ ହେଉଛନ୍ତି । ଗୋଟେ ସୁବିଧା ଦେଇ ଦୁଇଟି ଦିଗରୁ ସରକାର ଲୋକଙ୍କୁ ହଇରାଣ କରୁଛନ୍ତି । ବିଧାନସଭାରେ ବିଜେଡିର ସମସ୍ତ ବିଧାୟକ ଉପସ୍ଥିତ ରହିବେ । ଓଡ଼ିଶା ବିଧାନସଭା ଇତିହାସରେ ବିଜେଡି ସଶକ୍ତ ବିରୋଧି ଦଳ । ଶାସକ ଦଳରେ ରହି ଆଗରୁ ଲୋକଙ୍କ ପାଇଁ ଯେମିତି କାମ କରୁଥିଲୁ, ଏବେ ବିରୋଧୀ ଦଳରେ ରହି ଆଗକୁ ସେମିତି କାମ କରିବୁ । ଲୋକଙ୍କ ଦାବି ଓ ଅନୁଭବ ରାଜ୍ୟରେ ସରକାର ନାହିଁ ।"

ବିଜେଡିର ବିଧାୟକ ଦଳ ବୈଠକ
ବିଜେଡିର ବିଧାୟକ ଦଳ ବୈଠକ (ETV Bharat Odisha)

ବିରୋଧୀଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ଶାସକ ଦଳ:

ଆଜି ଶାସକ ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଦଳର ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ଥିଲେ । ବିରୋଧୀ ଦଳଙ୍କୁ କାଉଣ୍ଟର କରିବାକୁ ଯୋଜନା ପ୍ରସ୍ତୁତ କରିଛି ଶାସକ ଦଳ ।

ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ‘ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସେ ପ୍ରସଙ୍ଗରେ ଶାସକ ଦଳ ସାମ୍ନା କରିବ ସେ ନେଇ ଗୁରୁନନ୍ତ୍ର ଦେଉଛି ମୋହନ ମନମୋହନ । ବିରୋଧୀଙ୍କୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ । ଆଜି ବିଧାୟକ ଦଳ ବୈଠକରେ ତାହା ଆଲୋଚନା ହୋଇଛି । ବିରୋଧୀ ଦଳ ପକ୍ଷରୁ ଯାହା ପ୍ରସଙ୍ଗ ଆସିବ ,ଆମ ସରକାରର 5 ମାସର ଉପଲବ୍ଧି, ଆମ ସରକାରର ସଫଳତାକୁ ନେଇ ଆମେ ସାମ୍ନା କରିବୁ । ସୁଭଦ୍ରା ଯୋଜନା, ଧାନ ସଂଗ୍ରହ ପାଇଁ ସହାୟକ ମୂଲ୍ୟ ଵୃଦ୍ଧି ଆମ ସରକାରର ସବୁଠୁ ବଡ଼ ସଫଳତା । ବିଧାନସଭାରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ ।

ରଣନୀତି ପ୍ରସ୍ତୁତ କଲା କଂଗ୍ରେସ:

ସେପଟେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । କନ୍ଧମାଳରେ ଆମ୍ବ ଟାକୁଆ ମୃତ୍ୟୁ, ରାଜ୍ୟରେ ଶିଶୁ ବିକ୍ରି, ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀକୁ ଟେକି ଦେବା, ନିଟ୍‌ ପରୀକ୍ଷାରେ ବ୍ୟାପକ ଅନିୟମିତତା, ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି, ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ଅନିୟମିତତା,ପେସା ଆଇନ ଓ ଆଦିବାସୀ ପ୍ରସଙ୍ଗ, ସର୍ବଶିକ୍ଷା ଅଭିଯାନକୁ ବାଟବଣା କରାଇବା ପ୍ରସଙ୍ଗ, ଜମି ଅଧିଗ୍ରହଣ ଅନିୟମିତତା ପ୍ରସଙ୍ଗ,ବେରୋଜଗାରୀ, ଦରଦାମ ବୃଦ୍ଧି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

ଏହା ମଧ୍ୟ ପଢନ୍ତୁ:

ସରିଲା ସର୍ବଦଳୀୟ ବୈଠକ, ଶୀତ ଅଧିବେଶନରେ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି

ଆମ୍ବ ଟାକୁଆ ଟ୍ରାଜେଡି: '୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା’, ନବୀନଙ୍କ ବୟାନଙ୍କୁ ବିଜେପିର କାଉଣ୍ଟର

ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ

ଶୀତକାଳୀନ ଅଧିବେସନରେ 30ଟି କାର୍ଯ୍ୟ ଦିବସ:

ମୋହନ ମାଝୀ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । 30ଟି କାର୍ଯ୍ୟ ଦିବସ ଥିବାବେଳେ କାଲି 2024/25 ପାଇଁ ସପ୍ଲିମେଣ୍ଟାରୀ ବଜେଟ ଉପସ୍ଥାପିତ ହେବ । ଗତବର୍ଷ ସେପ୍ଟେମ୍ବରରେ ବିଜେଡି ସରକାର 2023/24 ଆର୍ଥିକବର୍ଷ ପାଇଁ 28200 କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ ବିଧାନସଭାରେ ଉପସ୍ଥାପନ କରିଥିଲେ । ଏଥର ଏହା 30 ହଜାର କୋଟି ଟପିବ ବୋଲି କୁହାଯାଉଛି ।

ସେହିପରି ଡିସେମ୍ବର 5ରେ ବିନିଯୋଗ ବିଲ ଉପସ୍ଥାପନ କରାଯିବ । ଅନୁଦାନ ଦାବି ଉପରେ ଡିସେମ୍ବର 2, 3 ରୁ 4 ପର୍ଯ୍ୟନ୍ତ ଚାଲିବ । 3 ଦିନ ପର୍ଯ୍ୟନ୍ତ ଏହି ଆଲୋଚନା ହେବ । ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ ସରକାରୀ କାର୍ଯ୍ୟ ପାଇଁ ଅତି କମରେ 20 ଦିନ ଏବଂ ବେସରକାରୀ ସଦସ୍ୟ ବ୍ୟବସାୟ ବା ବିଲ ଏବଂ ସଂକଳ୍ପ ପାଇଁ 5 ଦିନ ସମୟ ଦିଆଯିବ । ଡିସେମ୍ବର 25ରେ ଖ୍ରୀଷ୍ଟମାସ ଅବସରରେ ବିଧାନସଭା ବନ୍ଦ ରହିବ । ନଭେମ୍ବର 26ରୁ ଡିସେମ୍ବର 31 ପର୍ଯ୍ୟନ୍ତ ସମସ୍ତ ରବିବାର ଗୃହ ବନ୍ଦ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 26, 2024, 7:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.