ଓଡିଶା

odisha

ETV Bharat / politics

ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’ - Mohan Targets Naveen - MOHAN TARGETS NAVEEN

Mohan Targets Naveen: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଶାନାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାଣ ମାରିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ । କହିଲେ ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ETV Bharat Odisha)

By ETV Bharat Odisha Team

Published : Sep 25, 2024, 9:37 PM IST

ଭୁବନେଶ୍ବର: ମଞ୍ଚରେ ନବୀନଙ୍କୁ ଆକ୍ରମଣ କଲେ ମୁଖ୍ୟମନ୍ତ୍ରୀ ମୋହନ । ‘24 ବର୍ଷର ଶାସନରେ ରାଜ୍ୟକୁ ବିକାଶ ବଦଳରେ ଧ୍ବଂସ କରିଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ । ଏଣୁ ଆପଣ ମାନେ ସରକାର ପରିବର୍ତ୍ତନ କଲେ ।’ ଆଜି ଏଭଳି କଡା ଶବ୍ଦରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

‘ବିକାଶ ବଦଳରେ ଧ୍ବଂସ କରିଦେଲେ ନବୀନ’:

ନବୀନଙ୍କୁ ମୋହନଙ୍କ ବାଣ (ETV Bharat Odisha)

ଆଜି ଭୁବନେଶ୍ବରରେ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ନବୀନ ବାବୁ 24 ବର୍ଷର ଶାସନ କାଳରେ ରାଜ୍ୟକୁ ବିକାଶ ବଦଳରେ ଧ୍ବଂସ କରିଦେଲେ । ସଭା ମଞ୍ଚରେ ସିଏମଓ ଅଧିକାରୀ ନେତୃତ୍ବ ନେଇ ଭାଷଣ ଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ । ଏଣୁ ଆପଣ ମାନେ ସରକାର ପରିବର୍ତ୍ତନ କଲେ ।’

‘ପର ଛୁଆକୁ ମୋ ଛୁଆ କହିବା ଜାଣି ଦେଲେ ଲୋକେ’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (@MohanMOdisha)

ମୁଖ୍ୟମନ୍ତ୍ରୀ ମୋହନ ନାଁ ନନେଇ ଜୋରଦାର ବର୍ଷିଛନ୍ତି । ସେ ମଞ୍ଚରେ ଆହୁରି କହିଛନ୍ତି, ‘ନବୀନ ବାବୁ ପର ଛୁଆକୁ ମୋ ଛୁଆ କହିବା କଥା ଲୋକେ ଜାଣିପାରିଲେ । ଭୋଟ ପାଇଁ ହୀନ ଚକ୍ରାନ୍ତରେ ନିଜେ ଫସିଲେ ଲୋକମାନେ ଏହାର ଉତ୍ତର ଦେଲେ । 2009 ମସିହାରେ ମୋ ପ୍ରତି ଚକ୍ରାନ୍ତ କରାଯାଉଥିଲେ । ହେଲେ ମୁଁ କୌଣସି ଚକ୍ରାନ୍ତରେ ନପଡ଼ି ନିରବିଚ୍ଛିନ୍ନ ଭାବେ କାର୍ଯ୍ୟ କରିବାରୁ ଦଳ ମୋତେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଦେଇଛି ।’

‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (@MohanMOdisha)

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ପୂର୍ବ ସରକାର ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇ ଦେଲେ । ମନ୍ତ୍ରୀ ବିଧାୟକଙ୍କ ମଞ୍ଚ ତଳେ ଛିଡ଼ା କରାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ। ଏଣୁ ଆପଣ ମାନେ ସରକାର ପରିବର୍ତ୍ତନ କଲେ। ନୂଆ ସରକାର ଗଠନ ପରେ ସଂଗେ ସଂଗେ କ୍ୟାବିନେଟ ବୈଠକ ଡାକି ସରକାର ବଡ଼ ବଡ଼ ନିଷ୍ପତ୍ତି ନେଲେ । ଭାରତ ବର୍ଷକୁ ବିକାଶଶୀଳ ରାଷ୍ଟ୍ରରୁ ବିକାଶୀତ କରିବା ଲକ୍ଷ୍ୟରେ ଭାରତ ଯାଉଛି ।’

ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ 109 ତମ ଜନ୍ମ ଜୟନ୍ତୀ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (@MohanMOdisha)

ଆଜି ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ 109 ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ବର କାର୍ଗିଲ ବସ୍ତିରେ ଜୟନ୍ତୀ ପାଳନ ସହ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ । ବିଜେଡି ଉପରେ ପ୍ରବଳ ବର୍ଷିଥିଲେ । ଏଥିସହ ମଞ୍ଚରେ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ସମ୍ବୋଧନ କରି ଆହୁରି କହିଛନ୍ତି କି, ‘ଆଜି ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ସଦସ୍ୟ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ 109 ତମ ଜନ୍ମ ଜୟନ୍ତୀ । ଏନେଇ ବିଜେପି ପକ୍ଷରୁ ସାରା ଦେଶରେ ରାଜ୍ୟରେ ଓ ଭୁବନେଶ୍ବର ରେ ଓ କାର୍ଗିଲ ବସ୍ତି ଅଞ୍ଚଳରେ ଜନ୍ମ ଜୟନ୍ତୀ ପାଳନ ଓ ମହାସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ପ୍ରତିକୂଳ ପରିସ୍ଥିତି ଗରମ ବର୍ଷା ସତ୍ତ୍ବେ ଏଠି ସମସ୍ତେ ସଦସ୍ୟ ହେବା ପାଇଁ ଏକାଠି ହୋଇଛନ୍ତି ।’

ପୂର୍ବ ସରକାରଙ୍କ ମିଛ ଧରାଇଲେ ମୁଖ୍ୟମନ୍ତ୍ରୀ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଏଠି ଡବଲ ଇଞ୍ଜିନ ସରକାର ଚାଲୁଛି । ଏଠି ଡବଲ ଇଞ୍ଜିନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆସି ମା’ ମାନଙ୍କୁ କହିଥିଲେ ଡବଲ ଇଞ୍ଜିନ ସରକାର କଲେ ବିକାଶ ଦୁଇଗୁଣ କରିବୁ । ଆପଣ ମାନେ ମୋଦିଜୀଙ୍କ କଥା ବିଶ୍ବାସ କରି ସମର୍ଥନ କଲେ ଓ ଆଜି ଡବଲ ଇଞ୍ଜିନ ସରକାର ରାଜ୍ୟରେ ଛିଡ଼ା ହୋଇଛି । ଏଣୁ କଥା ଦେଇଥିବା ମୁତାବକ ମହିଳା ମାନଙ୍କୁ ଶସକ୍ତିରଣ କରିବା ଆମର ଲକ୍ଷ୍ୟ । ପ୍ରତ୍ୟେକ ରକ୍ଷା ବନ୍ଧନରେ ମୋହନ ଭାଇଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ମାନେ ଆଉ ଏହା ପାଇଁ ମୋହନ ଭାଇ ଭଉଣୀ ମାନଙ୍କ ପାଇଁ ସୁଭଦ୍ରା ଯୋଜନା କଲେ । ପୂର୍ବ ସରକାର ମିଶନ ଶକ୍ତି ନାମରେ ମହିଳାଙ୍କୁ ଶସକ୍ତିକରଣ କରିବା ଆଳରେ କେତେ ଅର୍ଥ ଦେଇଛନ୍ତି ନବୀନ ସରକାର । ଯାହା ବିନା ଋଣରେ ସୁଧ ଦେଉଥିଲେ ସେଥିରେ ବ୍ୟାଙ୍କ 11 ପ୍ରତିଶତ ନେଉଥିଲା ସେଥିରେ କେନ୍ଦ୍ର 7 ପ୍ରତିଶତ ଆଉ ନବୀନ ବାବୁ 4 ପ୍ରତିଶତ ଦେଉଥିଲେ ହେଲେ ନବୀନ ବାବୁ କହୁଥିଲେ ସବୁ ଆମେ ଦେଉଛି । ଏବେ ପର୍ଦ୍ଦାଫାସ ହେଲା । ପୂର୍ବ ସରକାର କେନ୍ଦ୍ର ଯୋଜନାକୁ ନିଜ ଯୋଜନା କହି ଲୁଟି ନେଉଥିଲେ।

ଏହା ମଧ୍ୟ ପଢନ୍ତୁ:

ବିଧାନସଭାରେ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ ଉଠାଇଲେ ନବୀନ, ପଚାରିଲେ ବଡ଼ ଅଧିକାରୀଙ୍କ ପୁଅ କଣ ଦଣ୍ଡ ପାଇବେନି ? କାଉଣ୍ଟର କଲେ ମୋହନ

ସୁଭଦ୍ରାକୁ ନେଇ ବିଜେପିକୁ ଘେରିଲେ ନବୀନ; ପଚାରିଲେ ଗ୍ୟାରେଣ୍ଟି ନା ଧୂଆଁବାଣ ?

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ପ୍ରାତଃ ଭ୍ରମଣ ପରେ ଚା' ପେ ଚର୍ଚ୍ଚା

ଓ୍ଵାର୍ଲ୍ଡ ସ୍କିଲ୍: ଓଡ଼ିଶାର ବିଜେତାଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details