ଲକ୍ଷ୍ନୌ:ଲୋକସଭା ନିର୍ବାଚନ ପୂର୍ବରୁ ବିଏସ୍ପି ସୁପ୍ରିମୋଙ୍କ ବଡ଼ ଘୋଷଣା । ଲୋକସଭା ନିର୍ବାଚନ 2024 ଏକାକୀ ଲଢିବ ବହୁଜନ ସମାଜ ପାର୍ଟି । ଦଳ କାହା ସହ ମେଣ୍ଟ ନୁହେଁ, ବରଂ ନିଜ ଦମରେ ଲଢିବ ବୋଲି କହିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ । ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ବିଏସ୍ପି ମେଣ୍ଟ କରି ଲଢିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାରେ ଆଜି ବିରାମ ଲଗାଇଛନ୍ତି ମାୟାବତୀ ।
ବିଏସ୍ପି ସୁପ୍ରିମୋ ମାୟାବତୀ ଟ୍ବିଟ୍ କରି ଲେଖିଛନ୍ତି, 'ବହୁଜନ ସମାଜ ପାର୍ଟି ଦେଶରେ ଲୋକସଭା ନିର୍ବାଚନ ଏକା ଲଢିବ । ନିଜ ଦମରେ ପୁରା ରଣନୀତି ସହ ଲଢେଇ କରିବ । ଏଭଳି ପରିସ୍ଥିତିରେ, ଦଳ ମେଣ୍ଟ ଗଠନ କିମ୍ବା ତୃତୀୟ ସାମ୍ମୁଖ୍ୟ ଇତ୍ୟାଦି ବିଷୟରେ ପ୍ରଚାର କରିବା ହେଉଛି ଭୁଲ ଖବର । ମିଡିଆ ଏପରି ଖବର ପ୍ରସାରଣ କରି ନିଜର ବିଶ୍ବାସ ହରାଇବା ଉଚିତ୍ ନୁହେଁ । ଲୋକମାନେ ମଧ୍ୟ ସାବଧାନ ହେବା ଉଚିତ୍ । ବିଶେଷକରି ୟୁପିରେ, ବିଏସ୍ପି ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ବିରୋଧୀ ଦଳଙ୍କ ମନରେ ଭୟ ଜାତ କରିବ । ସେଥିପାଇଁ ସେମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଗୁଜବ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ବହୁଜନ ସମ୍ପ୍ରଦାୟର ସ୍ୱାର୍ଥରେ ପାଟି ନିର୍ବାଚନରେ ଏକା ପ୍ରତିଦ୍ୱନ୍ଦ୍ୱିତା କରିବ ।'
ଏହା ମଧ୍ୟ ପଢନ୍ତୁ-ଇଣ୍ଡିଆ ମେଣ୍ଟକୁ ଝଟକା, NDAରେ ସାମିଲ ହେଲା ରାଷ୍ଟ୍ରୀୟ ଲୋକ ଦଳ