ଓଡିଶା

odisha

ଫୋକସରେ ପଞ୍ଚାୟତ ଏବଂ ପୌରନିର୍ବାଚନ, ସବୁଠି ହେବ ଟିଫିନ ମିଟିଂ - Tiffin Meeting

By ETV Bharat Odisha Team

Published : Aug 7, 2024, 11:01 PM IST

Tiffin Meeting: ଟିଫିନ୍ ମିଟିଂ କରି ଗ୍ରାଉଣ୍ଡରେ ପହଞ୍ଚିବ ବିଜେପି । କ'ଣ ହେବ ଏହି ଟିଫିନ ମିଟିଂରେ, ଜାଣନ୍ତୁ ।

Tiffin Meeting
Tiffin Meeting (ETV Bharat Odisha)

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ମୋଦିଙ୍କର ଚା' ପେ ଚର୍ଚ୍ଚା ପରେ ଏବେ ଟିଫିନ୍ ମିଟିଂ ଉପରେ ଗୁରୁତ୍ଵ । ସଂଗଠନ ମଜବୁତ ପାଇଁ ବିଜେପି କରିଛି ବଡ଼ ପ୍ଲାନ। ଏଣିକି ଗ୍ରାଉଣ୍ଡରେ ନେତା କରିବେ ଟିଫିନ ମିଟିଂ। ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । କାରଣ ଆଗକୁ ଅଛି ପଞ୍ଚାୟତ ଏବଂ ପୌରନିର୍ବାଚନ।

Tiffin Meeting (ETV Bharat Odisha)

ସାଂସଦଙ୍କୁ ମୋଦିଙ୍କ ଟିପ୍ପ:
ଦୁଇ ଦିନ ତଳେ ବିଜେପିର ସବୁ ସାଂସଦ ମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ସାଂସଦଙ୍କୁ ପ୍ରଧାନମନ୍ତଦ୍ରୀ ନରେନ୍ଦ୍ର ମୋଦି ଟିପ୍ପ ଦେଇଛନ୍ତି ଯେ, ଲୋକଙ୍କ ନିକଟକୁ ଯାଅ ଓ ଲୋକଙ୍କ କଥା ବୁଝ। ଏହା ସହିତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ମଧ୍ୟ ଗ୍ରାଉଣ୍ଡରେ ଲୋକମାନଙ୍କୁ ଭେଟିବାକୁ ନିର୍ଦ୍ଦେଶ ମିଳିଛି । କ'ଣ ରହିଛି ସମସ୍ୟା ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଲୋକଙ୍କ ପାଇଁ କାମ କରିବାକୁ ନିର୍ଦ୍ଦେଶ:


ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, "ଓଡ଼ିଶାର 21 ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସାକ୍ଷାତରେ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଇଁ କାମ କରିବାକୁ କହିଛନ୍ତି । ସିଧାସଳଖ ଲୋକଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିଲେ ମୋଦି । ଖାଲି ସେତିକି ନୁହେଁ, ଗାଁ ଗାଁରେ ପହଞ୍ଚି ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବୁଝାଇ ତା'ର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାକୁ ସାଂସଦ ମାନଙ୍କୁ ମୋଦି କହିଛନ୍ତି । ସେହିପରି ଟିଫିନ ମିଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି । ଗାଁ ଗାଁରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀଙ୍କ ପାଖକୁ ଯାଇ ଟିଫିନ ମିଟିଂ ପାଇଁ ମୋଦି କହିଛନ୍ତି । ଏହାସହିତ ଲୋକାଭିମୁଖୀ ବଜେଟ ସମ୍ପର୍କରେ ମଧ୍ୟ ଲୋକଙ୍କୁ ବୁଝାଇବାକୁ ମୋଦି ଦେଇଛନ୍ତି ମନ୍ତ୍ର ।"

ସଂଗଠନ ମଜବୁତ ଲକ୍ଷ୍ୟ:
"ସେପଟେ ରାଜ୍ୟରେ ମଧ୍ୟ ବିଜେପି ପ୍ରଥମ କରି ଏକାକୀ ସରକାର କରିଛି । ତେଣୁ ଏହାକୁ ନେଇ ଆଗକୁ କିପରି ବିଜେପି ନିଜର ସଂଗଠନ ଆହୁରି ମଜବୁତ କରିପାରିବ ତା ଉପରେ ଫୋକସ କରିଛି ଦଳ । ଏନେଇ ମନ୍ତ୍ରୀମାନଙ୍କୁ ଜିଲ୍ଲା ଭ୍ରମଣ ପାଇଁ କୁହାଯିବା ସହିତ ଲୋକଙ୍କ ସମସ୍ୟା ବୁଝିବାକୁ କୁହାଯାଇଛି । ପ୍ରତ୍ୟେକ ମନ୍ତ୍ରୀ ପାଖାପାଖି 3ଟି ଜିଲ୍ଲା ବୁଲି ଲୋକଙ୍କ ନିକଟକୁ ଯିବେ, ଯାହା ଆରମ୍ଭ ମଧ୍ୟ ହୋଇଛି । ଟିଫିନ ମିଟିଂ ନେଇ ଦଳରୁ ନିଷ୍ପତ୍ତି ଆସିଲେ କରାଯିବ" ବୋଲି କହିଛନ୍ତି ଉପମୁକ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ।

ଟିଫିନ ମିଂଟିଂର ଉଦ୍ଦେଶ୍ୟ:
ସେହିଭଳି ବିଜେପି ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, "ସଂଗଠନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଲୋକମାନଙ୍କ ସହିତ ତୃଣମୂଳ ସ୍ତରରୁ କେମିତି ଯୋଡ଼ିବେ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ଟିଫିନ ମିଟିଂର ମୂଳ ଲକ୍ଷ୍ୟ ହେଉଛି ବୁଥ ସ୍ତରୀୟ, ପଞ୍ଚାୟତ ସ୍ତରରୁ ନିଜ ଟିଫିନ ନେଇ ଲୋକମାନଙ୍କ ସହିତ ବୈଠକରେ ଆଲୋଚନା କରିବା।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details