ଓଡିଶା

odisha

ETV Bharat / politics

ଆଜି ଆସିପାରେ ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଆସିବ କି ଓଡ଼ିଶା ଲିଷ୍ଟ୍ ? - Lok Sabha Election 2024

Lok Sabha Elections 2024: ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ଘୋଷଣା କରିପାରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମ ଦୁଇଟି ପର୍ଯ୍ୟାୟରେ ୨୬୭ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ବିଜେପି । ହେଲେ ଓଡ଼ିଶାରେ ଖାତା ଖୋଲିନାହିଁ ଦଳ । ଯାହା ଉପରେ ରହିଛି ନଜର ।

Lok Sabha Election
Lok Sabha Election

By ETV Bharat Odisha Team

Published : Mar 18, 2024, 11:54 AM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନେଇ ସରଗରମ ଦେଶର ରାଜନୀତି । ନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳ । ବିଜେପି ଓ କଂଗ୍ରେସ ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିସାରିଛନ୍ତି । ଆଜି(ସୋମବାର) ବିଜେପି ଜାରି କରିପାରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବାକି ଥିବା ରାଜ୍ୟଗୁଡ଼ିକରେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାମ ଆସିବାର ସମ୍ଭାବନା ରହିଛି । କାହିଁକି ନା ପୂର୍ବରୁ ଘୋଷଣା ହୋଇଥିବା ଦୁଇଟି ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନଥିଲା ।

ଅନ୍ୟପଟେ ଆଜି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ବାହାରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ କମିଟିରେ ମୋହର ଲାଗିଥିବା ତାଲିକା ନେଇ ଦିଲ୍ଲୀ ଯାଇଛନ୍ତି ମନମୋହନ । ସେ କେନ୍ଦ୍ର ସଂସଦୀୟ ବୋର୍ଡକୁ ତାଲିକା ପ୍ରଦାନ କରିବାର ସମ୍ଭାବନା ରହିଛି । ତେଣୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଲୋକସଭା ନିର୍ବାଚନ ନେଇ ଓଡ଼ିଶା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ତାଲିକାରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ ଦଳ ।

ଏହା ମଧ୍ୟ ପଢନ୍ତୁ-2ୟ ପର୍ଯ୍ୟାୟରେ 72 ଲୋକସଭା ପ୍ରାର୍ଥୀ ଘୋଷଣା କଲା BJP, ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସହ ରହିଛନ୍ତି ବହୁ ହେଭିଓ୍ବେଟ

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା ବିଜେପି । ପ୍ରଥମ ପ୍ରାର୍ଥୀ ତାଲିକା ମାର୍ଚ୍ଚ 2 ତାରିଖରେ ଜାରି କରିଥିଲା ଦଳ । 18 ରାଜ୍ୟରେ 195 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଏଥିରେ 34 ଜଣ କେନ୍ଦ୍ରମନ୍ତ୍ରୀ ରହିଥିବାବେଳେ 2 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାପରେ ମାର୍ଚ୍ଚ 13 ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ 72 ଆସନରେ ପ୍ରାର୍ଥୀ ଘୋଷଣା କରିଥିଲାଭାରତୀୟ ଜନତା ପାର୍ଟି । ଏହି ପର୍ଯ୍ୟାୟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ହେଭିଓ୍ବେଟ ନେତାଙ୍କ ନାମ ପ୍ରକାଶ ପାଇଥିଲା । କିଛି ଆସନରେ ନେତା ଅପରିବର୍ତ୍ତିତ ରହିଥିବା ବେଳେ ନୂଆ ଚେହେରା ମଧ୍ୟ ଟିକେଟ ପାଇଥିଲେ । ତେବେ ତୃତୀୟ ପର୍ଯ୍ୟାୟ ତାଲିକାରେ ଦଳ କାହାକୁ ଟିକେଟ ଦେଉଛି ତାହା ଉପରେ ସମସ୍ତଙ୍କ ନଜର । ବର୍ତ୍ତମାନ ସୁଦ୍ଧା ବିଜେପି ଦୁଇଟି ପର୍ଯ୍ଯାୟରେ ୨୬୭ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସର 2ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: 5 ରାଜ୍ୟରେ 43 ପ୍ରାର୍ଥୀ ଘୋଷଣା, ତାଲିକାରେ ନକୁଲ, ବୈଭବ ଓ ଗୌରବ

ଗତ ଶନିବାର ଦେଶରେ ଲୋକସଭା ନିର୍ବାଚନ ସହ 4ଟି ରାଜ୍ୟ- ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ମୋଟ 7ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । 19 ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବା ବେଳେ ଜୁନ 1 ତାରିଖରେ ଅନ୍ତିମ ପର୍ଯ୍ୟାୟର ଭୋଟିଂ ହେବ । ସେପଟେ ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ଗୋଟିଏ ଲେଖାଏଁ ପର୍ଯ୍ଯାୟରେ ଭୋଟ୍ ହେବାକୁ ଥିବା ବେଳେ, ଓଡ଼ିଶାରେ ୪ଟି ପର୍ଯ୍ଯାୟରେ ହେବ ବିଧାନସଭା ନିର୍ବାଚନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details