ଓଡିଶା

odisha

ETV Bharat / politics

'ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି' - ବିଜେପି ରାଜ୍ୟ ସଭାପତି ମନମୋହନ

Alliance With BJD: ଓଡ଼ିଶାରେ ମେଣ୍ଟ ସରକାର ଉପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢିବ । ଅଧିକ ପଢନ୍ତୁ

Alliance With BJD
Alliance With BJD

By ETV Bharat Odisha Team

Published : Mar 2, 2024, 7:45 PM IST

Manmohan Samal

ଭୁବନେଶ୍ବର:ଆସନ୍ତା ନିର୍ବାଚନରେ ଏକାକୀ ଲଢିବ ବିଜେପି । ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ପ୍ରାର୍ଥୀ ଦେବ ଭାରତୀୟ ଜନତା ପାର୍ଟି । ବିଜେଡି ସହ ବିଜେପିର ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ବଡ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦଳର ଶୀର୍ଷ ନେତୃତ୍ବ ଅମିତ ଶାହଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିବା ପରେ ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ମନମୋହନ ।

ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ମନମୋହନ ସାମଲ କହିଛନ୍ତି, " ଦିଲ୍ଲୀଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ସେ ଓଡିଶାର ରାଜନୈତିକ ସ୍ଥିତି ସମ୍ବନ୍ଧରେ ଚର୍ଚ୍ଚା କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଓଡିଶାର ୧୪୭ ବିଧାନସଭା ଆସନ ଏବଂ ୨୧ ଲୋକସଭା ଆସନରେ ବିଜେପି ଏକାକୀ ନିର୍ବାଚନ ଲଢିବ ।" ରାଜ୍ୟରେ ସରକାର କରିବ ଏବଂ ପିଏମ ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ରାଜ୍ୟ ବିଜେପି ସଭାପତି ।

ଏହା ବି ପଢନ୍ତୁ- ବାରାଣାସୀରୁ ଲଢିବେ ପ୍ରଧାନମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ 34 କେନ୍ଦ୍ରମନ୍ତ୍ରୀଙ୍କ ସହ 195 ପ୍ରାର୍ଥୀ ଘୋଷଣା କଲା BJP

ସେହିପରି ଆଜି ରାଜ୍ୟ ସଭାପତିଙ୍କ ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ । ମେଣ୍ଟ ନେଇ ପ୍ରତିକ୍ରିୟା ରଖି କହିଛନ୍ତି , "ମୋର ଜାଣିବାରେ ମେଣ୍ଟ ହେଉ ନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ମୁଁ କଥା ହୋଇଛି ଅନ୍ୟ ନେତାଙ୍କ ସହ ବି କଥା ହୋଇଛି, ହେଲେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ବିଜେପି ଏକାକୀ ଲଢିବ । ୮୦ରୁ ଅଧିକ ବିଧାନସଭା ଓ ୧୬ ଲୋକସଭା ଜିତିବା ବିଜେପି ।"

ଏହା ବି ପଢନ୍ତୁ- ମେଣ୍ଟ ଚର୍ଚ୍ଚାରେ ବ୍ରେକ୍ ଲଗାଇଲେ ବିଜେପି ପ୍ରଭାରୀ, କହିଲେ '୮୦ ବିଧାନସଭା ଓ ୧୬ ଲୋକସଭା ସିଟ୍ ଜିତିବୁ'

ସୂଚନା ଥାଉ କି ଗତ କିଛି ଦିନ ହେଲା ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ଏକାଠି ହେଇ ନିର୍ବାଚନ ଲଢିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଥିଲେ । ଏପରିକି ଆସନ୍ତା ମାର୍ଚ୍ଚ ୫ ତାରିଖରେ ଏହି ମେଣ୍ଟ ନେଇ ଘୋଷଣା ହେଇପାରେ ସୋସିଆଲ ମିଡିଆରେ କିଛି ଲୋକ କହିବା ଆରମ୍ଭ କରିଦେଇଥିଲେ । ହେଲେ ସେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏପଟେ ଆଜି ସନ୍ଧ୍ୟାରେ ବିଜେପି ଆଗାମୀ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details