ଓଡିଶା

odisha

ETV Bharat / politics

ଝାଡଖଣ୍ଡ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ; 40 ଜଣିଆ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାଡଖଣ୍ଡ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Jharkhand Assembly Elections 2024
Jharkhand Assembly Elections 2024 (ETV Bharat Odisha)

By ETV Bharat Odisha Team

Published : 6 hours ago

Updated : 5 hours ago

ଭୁବନେଶ୍ୱର: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେପି । ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଜେ.ପି ନଡ୍ଡା, ରାଜନାଥ ସିଂହ । ଅମିତ ଶାହ, ଗଡ଼କରୀ, ଶିବରାଜ ସିଂ ଚୌହ୍ବାନ ମଧ୍ୟ ସାମିଲ । ତାଲିକାରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଅଛନ୍ତି । ଝାଡଖଣ୍ଡ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ ଷ୍ଟାର ପ୍ରଚାରକ-

  • ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ
  • ବିଜେପି ପକ୍ଷରୁ ପ୍ରକାଶ ପାଇଲା 40 ଜଣିଆ ପ୍ରଚାରକଙ୍କ ତାଲିକା
  • ତାଲିକାରେ ଷ୍ଟାର ପ୍ରଚାରକ ଭାବେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ତାଲିକାରେ ଷ୍ଟାର ପ୍ରଚାରକ ଭାବେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାଡଖଣ୍ଡ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା।ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରକାଶ ପାଇଲା ୪୦ ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟ।ଷ୍ଟାର ପ୍ରଚାରକ ତାଲିକାରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।

ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନାଁ ରହିଛି।ଝାରଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ ମୋହନ ମାଝୀ ଙ୍କ ପ୍ରଚାର ସହାୟକ ହୋଇପାରେ।ସେହିପରି ଝାରଖଣ୍ଡ ର ୪ ରୁ ୫ ଟି ଜିଲ୍ଲା ରେ ଓଡିଆ ଅଧିବାସୀ ବସବାସ କରନ୍ତି ତେଣୁ ଓଡ଼ିଆଙ୍କୁ ବିଜେପି ସପକ୍ଷରେ ଆଣିବାକୁ କେନ୍ଦ୍ରୀୟ ବିଜେପି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇଛି।ସେହିପରି ଝାରଖଣ୍ଡ ରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନାଁ ମଧ୍ୟ ରହିଛି।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାରଖଣ୍ଡ ରେ ପ୍ରଚାର କରିବେ।ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରି କଲା କେନ୍ଦ୍ରୀୟ ବିଜେପି ।

ଏହା ବି ପଢନ୍ତୁ- ଝାଡଖଣ୍ଡ ବ୍ୟାଟେଲ୍; ବିଜେପି ପ୍ରାର୍ଥୀ ତାଲିକା ଘୋଷଣା, ଜାମସେଦପୁରରୁ ଲଢିବେ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ

ଏହା ବି ପଢନ୍ତୁ- ବାଜିଲା ନିର୍ବାଚନ ବିଗୁଲ, ଝାଡଖଣ୍ଡରେ ଦୁଇ ଓ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ

ଝାଡ଼ଖଣ୍ଡରେ ୧୮ ଟି ବିଧାନସଭା କ୍ଷେତ୍ର ପାଇଁ ରାଜ୍ୟ ବିଜେପି ନେତାଙ୍କୁ ଦାୟିତ୍ଵ ଦେଇଛି ।୧୮ ଟି ବିଧାନସଭା କ୍ଷେତ୍ର ପାଇଁ ନିଯୁକ୍ତ ହେବେ ରାଜ୍ୟ ବିଜେପିର ଦୁଇ ଦୁଇ ଜଣ ବରିଷ୍ଠ ନେତା ।ମୟୂରଭଞ୍ଜ, କେନ୍ଦୁଝର ଆଉ ସୁନ୍ଦରଗଡ଼ର ସବୁ ବିଧାୟକ ସାଂସଦ ପ୍ରଚାର ମଇଦାନକୁ ଓହ୍ଲାଇବେ । ଗଣେଶରାମ ସିଂ ଖୁଣ୍ଟିଆ ଆଉ କୃଷ୍ଣ ମହାପାତ୍ରଙ୍କୁ ଗୁରୁ ଦାୟିତ୍ବ ଦେଇଛି ଓଡିଶା ବିଜେପି।

ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା,ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱେଶର୍ମା,ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ, ହରୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ସ୍ମୃତି ଇରାନୀ, ବାବୁଲଲ ମାରାଣ୍ଡି ପ୍ରମୁଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ।

ସୂଚନା ଥାଉ କି, ଝାଡଖଣ୍ଡ ଏବଂ ଓଡିଶା ପଡୋଶୀ ରାଜ୍ୟ । ଝାଡଖଣ୍ଡ ର କୋଲହଁନ ଡିଭିଜନ , ତିନୋଟି ଜିଲ୍ଲା ପୂର୍ବ ସିଂହ ଭୁମ, ପଶ୍ଚିମ ସିଂହଭୂମ, ସଢେଇକଳା ଏବଂ ଖରସୁଆଁ ହେଉଛି ଓଡ଼ିଆ ଙ୍କ ପ୍ରଭାବୀ ଜିଲ୍ଲା । ଏହି ଜିଲ୍ଲା ଗୁଡିକରେ ଅଧିକାଂଶ ଜନଜାତି ସମ୍ପ୍ରଦାୟର ଓଡ଼ିଆ ବସବାସ କରନ୍ତି । ତେଣୁ ଓଡ଼ିଆ ଭୋଟର ମାନଙ୍କୁ କିଭଳି ବିଜେପି ଆଡକୁ ଆକୃଷ୍ଟ କରିହେବ ସେ ନେଇ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ଝାରଖଣ୍ଡ ନିର୍ବାଚନ ରେ ବିଜେପି ପାଇଁ ସହାୟକ ହୋଇପାରେ।

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରି-

  • ଷ୍ଟାର ପ୍ରଚାରକ ତାଲିକାରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ
  • ଝାଡ଼ଖଣ୍ଡରେ ୧୮ ଟି ବିଧାନସଭା କ୍ଷେତ୍ର ପାଇଁ ରାଜ୍ୟ ବିଜେପି ନେତାଙ୍କୁ ଦାୟିତ୍ଵ
  • ୧୮ ଟି ବିଧାନସଭା କ୍ଷେତ୍ର ପାଇଁ ନିଯୁକ୍ତ ହେବେ ରାଜ୍ୟ ବିଜେପିର ଦୁଇ ଦୁଇ ଜଣ ବରିଷ୍ଠ ନେତା
  • ମୟୂରଭଞ୍ଜ, କେନ୍ଦୁଝର ଆଉ ସୁନ୍ଦରଗଡ଼ର ସବୁ ବିଧାୟକ ସାଂସଦ ପ୍ରଚାର ମଇଦାନକୁ ଓହ୍ଲାଇବେ
  • ଗନେଶରାମ ସିଂ ଖୁଣ୍ଟିଆ ଆଉ କୃଷ୍ଣ ମହାପାତ୍ରଙ୍କୁ ଗୁରୁ ଦାୟିତ୍ବ

ଚଳିତ ନିର୍ବାଚନରେ ଜାମସେଦପୁର ପୂର୍ବ ରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ,ବିଜେପିର ବରିଷ୍ଠ ନେତା ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାଶଙ୍କ ବୋହୁ ପୂର୍ଣ୍ଣିମା ଦାଶ ସେପଟେ ଜାତୀୟ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶାର ପ୍ରଭାରୀ ଡ଼ ଅଜୟ କୁମାର ଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

୨୦୧୯ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ।୨୦୧୯ରେ ଜମେସଦପୁର ପଶ୍ଚିମ ସିଟ ରୁ ବିଜେପି ନେତା ସରୟୁ ରୟଙ୍କୁ ଟିକେଟ ଦେଇନଥିଲା ଭାରତୀୟ ଜନତା ପାର୍ଟି ,ସରୟୁ ରାୟ ରଘୁବର ଦାଶ ଙ୍କୁ ହରାଇବା ଲକ୍ଷରେ ଜାମସେଦପୁର ପୂର୍ବ ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ଲଢ଼ି ରଘୁବର ଦାଶ ଙ୍କୁ ହରାଇଥିଲେ।ଜାମସେଦପୁର ପୂର୍ବ ନିର୍ବାଚନ ମଣ୍ଡଳୀ ଝାଡଖଣ୍ଡ ରାଜନୈତିକ ମ୍ୟାପ ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସିଟ ଭାବେ ଉଭା ହୋଇଛି।

ସୂଚନା ଥାଉ କି ନଭେମ୍ବର ରେ ଝାଡଖଣ୍ଡ ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ୧୩ନଭେମ୍ବର ରୁ ୨୦ ନଭେମ୍ବର ମଧ୍ୟରେ ଦୁଇ ପର୍ଯ୍ୟାୟରେ ଭୋଟ ହେବ।୮୧ ବିଶିଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ର ଫଳାଫଳ ନଭେମ୍ବର ୨୩ତାରିଖରେ ଘୋଷଣା ହେବ। ଝାଡଖଣ୍ଡ ମୁକ୍ତି ମୋର୍ଚା, ଜାତୀୟ କଂଗ୍ରେସ ,ରାଷ୍ଟ୍ରୀୟ ଜନତା ଦଳ ଏବଂ କମ୍ୟୁନିଷ୍ଟ ପାର୍ଟି ଗଠବନ୍ଧନ ସହ ଏନ ଡିଏ ମୁକାବିଲା ହେବାକୁ ଯାଉଛି।

Last Updated : 5 hours ago

ABOUT THE AUTHOR

...view details