ଓଡିଶା

odisha

ETV Bharat / politics

ଦିଲ୍ଲୀ ଅଭିମୁଖେ ବିଜେପି ସାଂସଦ, ୨୪ରେ ଶପଥ ଗ୍ରହଣ - BJP Parliamentary Party

BJP Parliamentary Party leaves for Delhi: ୨୪ରେ ସଂସଦରେ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ କରିବେ ଚଳିତ ନିର୍ବାଚନରେ ନବନିର୍ବାଚିତ ସାଂସଦ । ଓଡ଼ିଶାରୁ ଦିଲ୍ଲୀ ଅଭିମୁଖେ ଗଲେ ବିଜେପି ସଂସଦୀୟ ଦଳ । ଅଧିକ ପଢ଼ନ୍ତୁ

BJP Parliamentary Party leaves for Delhi
BJP Parliamentary Party leaves for Delhi (ETV Bharat Odisha)

By ETV Bharat Odisha Team

Published : Jun 22, 2024, 10:57 PM IST

ଭୁବନେଶ୍ବର: ସଂସଦରେ ନୂତନ ଭାବେ ନିର୍ବାଚିତ ହୋଇ ଆସିଥିବା ସାଂସଦମାନେ ଶପଥ ଗ୍ରହଣ କରିବେ । ଆସନ୍ତା ୨୪ ତାରିଖରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାପୂର୍ବରୁ ଲୋକସଭା ପାଇଁ ନିଯୁକ୍ତ ହୋଇଛନ୍ତି କାମଚଳା ବାଚସ୍ପତି । କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ହୋଇଛନ୍ତି ଲୋକସଭାର କାମଚଳା ବାଚସ୍ପତି । ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ବା ପ୍ରୋ-ଟେମ ସ୍ପିକର ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଶପଥ ଗ୍ରହଣ ପାଇଁ ଆଜି (ଶନିବାର) ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରି ଯାଇଛନ୍ତି ଓଡିଶାର ବିଜେପି ସାଂସଦମାନେ ।

BJP Parliamentary Party leaves for Delhi (ETV Bharat Odisha)

ଏହି ଅବସରରେ ନିଜ ମାତୃଭାଷା ତଥା ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ । ଆଗାମୀ ଦିନରେ କିଭଳି ସାନ୍ତାଳୀ ଭାଷା ଲୋକ ଲୋଚନକୁ ଆସିବ ଏବଂ ଏହାର ପ୍ରଚାର ପ୍ରସାର କିଭଳି ହେବ ସେନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ନବ ଚରଣ ମାଝୀ । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, "ଓଡ଼ିଶାର ଗୁରୁତ୍ବ ବଢିଯାଇଛି । ବିଜେଡି ପାର୍ଲିଆମେଣ୍ଟରୁ ଆଉଟ ହୋଇଯାଇଛି । କଂଗ୍ରେସ ମାତ୍ର ଗୋଟିଏ ସିଟ୍‌ରେ ଜିତିଛି । ଜଣେ ଓଡ଼ିଆ ସାଂସଦ ବାଚସ୍ପତି ଭାବରେ ଶପଥ ପାଠ କରାଇବେ । ଏହା ମଧ୍ୟ ଗର୍ବର ବିଷୟ । ମୁଁ ସଂସ୍କୃତରେ ଶପଥ ପାଇଁ ଲେଖିକି ଦେଇଛି । ଅନୁମତି ମିଳିଲେ ସଂସ୍କୃତ ଭାଷାରେ ଶପଥ ନେବି ।"

ଆସ୍କା ସାଂସଦ ଅନୀତା ପ୍ରିୟଦର୍ଶିନୀ ପ୍ରତିକ୍ରିୟାରେ କହିଛନ୍ତି, "ଓଡିଶାବାସୀ ଏକ ଗୁରୁଦାୟିତ୍ବ ଦେଇଛନ୍ତି । ବିଜେପିର ୨୦ ସାଂସଦଙ୍କୁ ନିର୍ବାଚିତ କରି ସଂସଦ ପଠାଇଛନ୍ତି । ଓଡିଶାର ଭାଷା, ସ୍ବର ଏବଂ ସମସ୍ୟାକୁ ଦିଲ୍ଲୀ ଦରବାରରେ ଉଠାଇ, ତାର ସମାଧାନ କିଭଳି କରାଯାଇ ପାରିବ ସେ ଗୁରୁଦାୟିତ୍ବ ଆମକୁ ଦିଆଯାଇଛି । ସେ ଆଶା ଭରଷାକୁ ଆମେ ଭାଙ୍ଗିବୁ ନାହିଁ । ଓଡ଼ିଆ ଭାଷାରେ ମୁଁ ଶପଥ ନେବି । ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ସ୍ବାଭିମାନ ଓ ସମ୍ମାନର ଲଢେଇ ଥିଲା । ପ୍ରତ୍ୟେକ ଓଡ଼ିଆର ବିଜୟ ହୋଇଛି । ପ୍ରତ୍ୟେକ ଓଡ଼ିଆଙ୍କ ସ୍ବର ହିଁ ସେଠି କାଲି ଶପଥ ନେବ । ଓଡ଼ିଆ ଜାତି କାଲି ଶପଥ ନେବ । ଲୋକଙ୍କର ଆଶା ଆକାଂକ୍ଷା ଅଛି ଆମ ଉପରେ । କେବେ ନିରାଶ ହେବାକୁ ଦେବୁନି । ଆମର ଗୋଟିଏ ଦାୟିତ୍ବ ଓଡିଶାର ସମସ୍ୟା ଦିଲ୍ଲୀ ଦରବାରରେ ପହଞ୍ଚାଇବା । ସେସବୁର ସମଧାନ ସହିତ ଓଡିଶାର ଲୋକେ କିପରି ସମ୍ମାନ ଓ ସ୍ବାଭିମାନ ସହକାର ବଞ୍ଚିବେ ତାହା ଆମର ଦାୟିତ୍ବ ରହିବ ।" ସେପଟେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି, "ମୁଁ ଓଡ଼ିଆ ଭାଷାରେ ଶପଥ ନେବି । ସବୁଠୁ ବଡ଼ କଥା ହେଲା ସଂସଦରେ କାମଚଳା ବାଚସ୍ପତି ଆମକୁ ଶପଥ ପାଠ କରାଇବେ । ଏହା ବଡ଼ ଖୁସିର କଥା ।"

ଏହା ମଧ୍ୟ ପଢ଼ନ୍ତୁ...ଭର୍ତ୍ତୃହରି ହେଲେ ଲୋକସଭାର କାମଚଳା ବାଚସ୍ପତି, ପ୍ରଶ୍ନ ଉଠାଇଲା କଂଗ୍ରେସ - Bhartuhari Mahtab Pro Tem Speaker

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details