ETV Bharat / politics

ଓଡିଶା ପାଇଁ 24 ଓ 25 ଗୁରୁତ୍ୱପୂର୍ଣ୍ଣ; ଫୋକସରେ ‘ଜିରୋ କାଜୁଆଲିଟି’, ଭକ୍ତଙ୍କୁ ପୁରୀ ମନା

ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶ । ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।

Cyclone Dana preparation
Cyclone Dana preparation (ETV Bharat Odisha)
author img

By ETV Bharat Odisha Team

Published : 6 hours ago

Updated : 5 hours ago

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ଲାଗି ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ସାମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ । ସାମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଓଡିଶା ଲାଗି ଆସନ୍ତା 24 ଓ 25 ତାରିଖ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ରାଜ୍ୟ ପ୍ରଶାସନ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଆସନ୍ତା ଗୁରୁବାର ଓ ଶୁକ୍ରବାର ପର୍ଯ୍ୟଟକ ଓ ଭକ୍ତଙ୍କୁ ବାରଣ କରାଯାଇଛି ।

ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଆଜି ପୂର୍ବାହ୍ନ 11ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଅକ୍ଟୋବର 24 ତାରିଖ ସକାଳେ ସାମ୍ଭାବ୍ୟ ବାତ୍ୟା ପୁରୀ ଓ ସାଗରଦୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଆକଳନ ହୋଇଛି । ଲ୍ୟାଣ୍ଡଫଲ ବେଳେ ଏହା ଘଣ୍ଟା ପ୍ରତି 110ରୁ 120 ବେଗରେ ଗତି କରିବ । ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଶୂନ୍ୟ କାଜୁଆଲିଟି ସରକାରଙ୍କର ଏଜେଣ୍ଡା ରହିଛି । ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ 100 ପ୍ରତିଶତ ସ୍ଥାନାନ୍ତରିତ ହେବ । ବାତ୍ୟା ପରବର୍ତ୍ତୀ ସମୟରେ ଅବରୋଧ ଦୂର କରିବା ଲାଗି ପଦକ୍ଷେପ ନିଆଯାଇଛି । ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ । ସାମ୍ଭାବ୍ୟ ବାତ୍ୟା ସମୟରେ ଦରବୃଦ୍ଧି କରିବା ଲାଗି କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

Cyclone Dana preparation (ETV Bharat Odisha)

ମୁଖ୍ୟମନ୍ତ୍ରୀ କହିଛନ୍ତି, "ବାତ୍ୟା ପାଇଁ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ । ବାତ୍ୟାପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଅଗ୍ନୀଶମ , ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ସମସ୍ତେ ପ୍ରସ୍ତୁତ ଅଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ପଦାର୍ଥ, ପିଇବା ପାଣି, ଔଷଧ, ଶିଶୁ ଖାଦ୍ୟ ତୁରନ୍ତ ମହଜୁଦ ରଖିବା ସହିତ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ତୁରନ୍ତ ପରେ ବିଭିନ୍ନ ରାସ୍ତା ଘାଟରେ ଅବରୋଧ ଦୂର କରି ବିଦ୍ୟୁତ, ପାଣି ଓ ଟେଲି ଯୋଗାଯୋଗ ପରି ମୌଳିକ ସେବା ତୁରନ୍ତ କାର୍ଯ୍ୟକ୍ଷମ ହେବ, ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବାତ୍ୟା ପରେ କ୍ଷୟକ୍ଷତିର ଆଗୁଆ ଆକଳନ କରିବା ଆବଶ୍ୟକ । କୃଷି ବିଭାଗର ‘Contingency Plan’କୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ସେହିପରି ଆଗୁଆ ରବି ଚାଷ ପାଇଁ ସମସ୍ତ ପ୍ରକାର inputs ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଚାଷୀଙ୍କୁ ପ୍ରଦାନ କରାଯିବ ।"

ଏହା ବି ପଢନ୍ତୁ- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ବି ପଢନ୍ତୁ - ଓଡିଶା ପାଇଁ ଅଶୁଭ ଅକ୍ଟୋବର ! ବାତ୍ୟା ଆସିଲେ ମନେପଡେ ମହାବାତ୍ୟା ୧୯୯୯, ୩୦୦ କିମି ବେଗରେ ପବନ, ୮ ମିଟର ଉଚ୍ଚ ଜୁଆର ...

SRC ନିୟମିତ ଗଣମାଧ୍ୟମରେ ସୂଚନା ଦେବେ-

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ବାତ୍ୟା ସମୟରେ ଗୁଜବ ଏବଂ ମିଥ୍ୟା ସୂଚନା ରୋକିବା ପାଇଁ SRC ନିୟମିତ ଗଣମାଧ୍ୟମରେ ସୂଚନା ଦେବେ । ଏହା ସହିତ SRC, OSDMA, I&PR, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ବିଭାଗ, ଗୃହ ବିଭାଗର ସାମାଜିକ ଗଣମାଧ୍ୟମରେ ନିୟମିତ ଅଧିକୃତ ସୂଚନା ପୋଷ୍ଟ ହେବ । ସବୁଠାରୁ ଅଧିକ ପ୍ରଭାବିତ ସ୍ଥାନକୁ ଚିହ୍ନିଟ କରି ଗୋଖାଦ୍ୟ ଓ କୁକୁଡା ଖାଦ୍ୟ ମହଜୁଦ ରଖାଯିବ । ପବନ ଯୋଗୁଁ କେହି ମୃତାହତ ହୋଇନାହାନ୍ତି । ମାଟି କାନ୍ଥ ପଡି ମୃତ୍ୟୁକୁ ରୋକିବା ପାଇଁ ଦୁର୍ବଳ ଘର ଚିହ୍ନଟ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ । ସହରାଞ୍ଚଳରେ Billboard କିମ୍ବା Signboard ଉପୁଡି ଲୋକେ ମୃତାହତ ହୁଅନ୍ତି । ତେଣୁ ସବୁ ସହରାଞ୍ଚଳ ବିଶେଷ ଭାବେ ଭୁବନେଶ୍ଵର, କଟକ, ପୁରୀ ଏବଂ ବ୍ରହ୍ମପୁରରୁ ସବୁ ଦୁର୍ବଳ Billboard କୁ ଚିହ୍ନଟ କରି ହଟାଯିବ ।"

ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ଦେବ ହେଲିକପ୍ଟର-

ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀ କହିଛନ୍ତି, "ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ଯୋଗାଇ ଦେବେ ହେଲିକପ୍ଟର । ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଛି । ଆସନ୍ତା 23 ତାରିଖରେ ହେଲିକପ୍ଟର ଓଡିଶାରେ ପହଁଚିବ । ଭୁବନେଶ୍ୱର ବିମାନବନ୍ଦରରର ହେଲକପ୍ଟରକୁ ଷ୍ଟାଣ୍ଡବାଇରେ ରଖାଯିବ । ଆବଶ୍ୟକ ସ୍ଥଳେ ଚପରର ବ୍ୟବହାର ହେବ । ପୂର୍ବରୁ ବାତ୍ୟା ମୁକାବିଲା ଅନୁଭବ ଥିବା ଜିଲ୍ଲପାଳ ଯେଉଁ ଜାଗାରେ ଥିଲେ ବି ପୂର୍ବ ଜାଗାକୁ ଯିବେ । ବର୍ତ୍ତମାନର ଜିଲ୍ଲପାଳଙ୍କୁ ଗାଇଡ଼ କରିବେ । ଗୃହ ପାଳିତ ପଶୁ ମାନଙ୍କୁ ଅସ୍ଥାୟୀ ଥଇଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପୂର୍ବରୁ ଓଡ୍ରାଫ ଟିମ ପୋଜିସନ ପାଇଁ ପହଁଚିବେ । NDRF ଟିମ ଆସନ୍ତାକାଲିରୁ ଜିଲ୍ଲାକୁ ଯିବେ । 24 ଘଣ୍ଟା ବିଜୁଳି ଯୋଗାଣ ସହ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।"

ଏହା ବି ପଢନ୍ତୁ- ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

ଏହା ବି ପଢନ୍ତୁ- ଇଟିଭି ଭାରତକୁ IMD ଡିଜିଙ୍କ ସୂଚନା: 'ଉପକୂଳ ଓଡ଼ିଶାରେ ପ୍ରବଳ ପବନ ଓ ବର୍ଷା', ବାତ୍ୟା ପାଇଁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶ-

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲା, ବ୍ଲକ ଓ ବିଭିନ୍ନ ବିଭାଗରେ ଖୋଲିବ କଣ୍ଟ୍ରୋଲ ରୁମ । ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଥିବା ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିବାକୁ ଜିଲ୍ଲପାଳମାନଙ୍କୁ ଅଧିକୃତ କରାଯାଇଛି । 23 ତାରିଖ ରାତି ପୂର୍ବରୁ ପୁରୀରେ ଥିବା ପର୍ଯ୍ୟଟକ, ଭକ୍ତ ଓ ବାହାର ଲୋକ ମାନେ ପୁରୀ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 24 ଓ 25 ଭକ୍ତଙ୍କୁ ପୁରୀ ମନା । ପୁରୀରେ ଥିବା ହବିଷ୍ୟାଳିଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀ ଆସୁଥିବା ଭକ୍ତ ମାନଙ୍କୁ କରାଯିବ ବାରଣ । ପୁରୀରେ ଥିବା ପର୍ଯ୍ୟଟକଙ୍କୁ ଜିଲ୍ଲା ଛାଡିବାକୁ କୁହାଯିବ । ଯେଉଁମାନେ ରହିବେ ସେମାନେ ହେବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ । କେନ୍ଦ୍ର ସରକାର ଓଡ଼ିଶାକୁ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିଛି ।"

Cyclone Dana preparation
Cyclone Dana preparation (ETV Bharat Odisha)
Cyclone Dana preparation
Cyclone Dana preparation (ETV Bharat Odisha)

ସମୁଦ୍ର ମଧ୍ୟରେ ଅଛି 11 ଟି ମତ୍ସ୍ୟଜୀବୀ ଡ଼ଙ୍ଗା । ପୁରୀର 2 ଓ ଜଗତସିଂହପୁରର 9 ଡଙ୍ଗା ରହିଛି । ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ । ତୁରନ୍ତ ସେମାନଙ୍କୁ କୂଳକୁ ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଘଟଣା ଉପରେ ନଜର ରଖିବେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ସଚିବ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଏସଆରସି ଦେଓରଞ୍ଜନ କୁମାର ସିଂ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

Last Updated : 5 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.