ନିଆଳି: ସାଧାରଣ ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ । ପ୍ରାର୍ଥୀ ମାନେ ମଧ୍ୟ ଲଢେଇ ପାଇଁ ଲୋକଙ୍କ ପାଖକୁ ଯିବା ଆରମ୍ଭ କଲେଣି । ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ମାରାଥନ ବୈଠକ । ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ବାଲିଅନ୍ତା ବ୍ଲକ ବାଳକାଟି ସ୍ଥିତ ଏକ ଘରୋଇ ମଣ୍ତପ ପରିସରରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ ।
ଏଥିରେ ଭୁବନେଶ୍ବର ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଜୟଦେବ ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ସମେତ ଜୟଦେବ ନିର୍ବାଚନ ମଣ୍ଡଳୀ ସମସ୍ତ ମଣ୍ତଳ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ । ବିଶେଷ କରି ଜୟଦେବ ବିଜେପି ନେତା ଶିବ ମଲ୍ଲିକ, ମାଗୁଣି ସେଠି, ଜଗନ୍ନାଥ ବେହେରା, ଦିଲ୍ଲିପ ସ୍ବାଇଁ, ସାଧାରଣ ସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ପ୍ରଭାତ ସ୍ବାଇଁଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନେକ ବିଜେପି ବରିଷ୍ଠ ନେତା ଅଂଶ ଗ୍ରହଣ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ କିପରି ବିଜେପି ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ଅଧିକ ଭୋଟ ପାଇବେ ଏଥିପାଇଁ ଆଲୋଚନା ହୋଇଥିଲା । ଗାଁ ଗଣ୍ଡାରେ ଅସନ୍ତୁଷ୍ଟ କର୍ମୀ ଓ ଭୋଟର ମାନଙ୍କୁ ନିଜ ଦଳକୁ ଆକୃଷ୍ଟ କରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତି କରିଛି ବିଜେପି ।
ଏହା ମଧ୍ୟ ପଢନ୍ତୁ ....ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା; କମ୍ପିବ ପ୍ରଚାର ମଇଦାନ, ଉତ୍ସାହିତ କର୍ମୀ - PM Modi Visit