ଓଡିଶା

odisha

ETV Bharat / politics

ଓଡ଼ିଶାରେ ହେବ ବଡ଼ ରାଜନୈତିକ ପରିବର୍ତ୍ତନ: ଧର୍ମେନ୍ଦ୍ର - ୨୦୨୪ ନିର୍ବାଚନ

Dharmendra Over Political Revolution: ୨୦୨୪ ନିର୍ବାଚନ ପାଇଁ ବଳ କଷୁଛି ବିଜେପି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ବଡ଼ ପରିବର୍ତ୍ତନ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Political Revolution
ରାଜନୈତିକ ପରିବର୍ତ୍ତନ

By ETV Bharat Odisha Team

Published : Jan 28, 2024, 9:42 PM IST

ରାଜନୈତିକ ପରିବର୍ତ୍ତନ

ଭୁବନେଶ୍ୱର:୨୦୨୪ ନିର୍ବାଚନ ପାଇଁ ବଳ କଷୁଛି ବିଜେପି ।ଓଡ଼ିଶା ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, "ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ବଡ଼ ପରିବର୍ତ୍ତନ ହେବ । ଦଳ ତରଫରୁ 27 ଏବଂ 28 ତାରିଖ ଦିନ ଓଡ଼ିଶାରେ ବୁଥ ଜନ ସମ୍ପର୍କ ଅଭିଯାନ ପାଇଁ ନିଷ୍ପତ୍ତି ହୋଇଥିଲା । ବୁଥରେ ଦଳର ସାଙ୍ଗଠନିକ, ରାଜନୈତିକ, ଜନସମ୍ପର୍କ କାମ ବିଷୟରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।"

ସୂଚନା ଅନୁସାରେ, ଦଳ ପକ୍ଷରୁ 27 ଏବଂ 28 ତାରିଖ ଦିନ ଓଡ଼ିଶାରେ 'ବୁଥ ଜନ ସମ୍ପର୍କ' ଅଭିଯାନ ପାଇଁ ନିଷ୍ପତ୍ତି ହୋଇଥିଲା । ବୁଥରେ ଦଳର ସାଂଗଠନିକ, ରାଜନୈତିକ, ଜନସମ୍ପର୍କ କାମ ବିଷୟରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । 2024 ସାଧାରଣ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି । ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର 59 ନମ୍ବର ବୁଥ ପରିକ୍ରମା କରିଛନ୍ତି ଧର୍ମେନ୍ଦ୍ର । କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହ ଲୋକଙ୍କ ଘରେ ଜନସମ୍ପର୍କ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ଷ୍ଟିକର ଲଗାଇବା ସହ ରାଜ୍ୟରେ ପ୍ରଚଳିତ ରାଜନୈତିକ ସ୍ଥିତି ବିଷୟରେ ଲିଫଲେଟ ବାଣ୍ଟି ଲୋକଙ୍କୁ ଅବଗତ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, " ଓଡ଼ିଶା ପରିବର୍ତ୍ତନ ଆଡ଼କୁ ମୁହାଁଇଲାଣି । ଲୋକଙ୍କ ମନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆଶୀର୍ବାଦ ଏବଂ ବିଶ୍ୱାସର ଭାବନା ତିଆରି ହୋଇଛି । ଦେଶ ରାମମୟ ହୋଇଛି । ଦେଶ ସ୍ଵରାଜ୍ୟ ଆଡ଼କୁ ଗତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ଗ୍ୟାରେଣ୍ଟି ଉପରେ ଲୋକ ଭରଷା ରଖୁଛନ୍ତି । ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ମଧ୍ୟ ବଡ଼ ରାଜନୈତିକ ପରିବର୍ତ୍ତନ ଆଡ଼କୁ ଯାଉଛି । ନିର୍ବାଚନ ଯେତେ ପାଖେଇ ଆସୁଛି କେନ୍ଦ୍ରମନ୍ତ୍ରୀଙ୍କ ଓଡି଼ଶା ଗସ୍ତ ବଢିବାରେ ଲାଗିଛି।"

ଏହା ମଧ୍ୟ ପଢନ୍ତୁ...ଆସନ୍ତା ୧୦ରେ ପୁଣି ଓଡିଶା ଆସିପାରନ୍ତି ମୋଦି: ମନମୋହନ ସାମଲ

ସେପଟେ ପୁଣି ଫେବ୍ରୁଆରୀ ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭୁବନେଶ୍ବରରେ ବିଶାଳ ମହିଳା ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ରାଜଧାନୀରେ ଏକାଠି ହେବେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା। ସାରା ଦେଶରେ ଦୁଇଟି ବଡ଼ ବଡ଼ ମହିଳା ସମାବେଶ ଆୟୋଜନ ହେଉଥିବାବେଳେ ଗୋଟିଏ ମଧ୍ୟପ୍ରଦେଶ ଏବଂ ଆଉ ଗୋଟିଏ ଓଡ଼ିଶାରେ ହେବ। ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ଏହା ଏକ ବଡ ଷ୍ଟ୍ରାଟେଜୀ ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details