ଓଡିଶା

odisha

ETV Bharat / politics

ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବା ନେଇ ଟାର୍ଗେଟ୍, ପ୍ରଦୀପ କହିଲେ ରାଜ୍ୟ ସରକାରଙ୍କ କଥା ପ୍ରବଳ, କାମ ଦୁର୍ବଳ - BJP Targets Odisha Govt

BJP Targets Odisha Govt: ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ

BJP Targets Odisha Govt
BJP Targets Odisha Govt

By ETV Bharat Odisha Team

Published : Mar 24, 2024, 6:27 PM IST

BJP Targets Odisha Govt

ଭୁବନେଶ୍ବର:ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି। ଓଡ଼ିଶାରେ ରୋଗୀଙ୍କ ସଂଖ୍ୟା ବଢ଼ିଥିବାବେଳେ ସ୍ଵାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଥିବା ନେଇ ଅଭିଯୋଗ ଆଣିଛି ଦଳ । "ରାଜ୍ୟରେ ରୋଗୀ ସଂଖ୍ୟା ବଢୁଛି, ଡାକ୍ତର ସଂଖ୍ୟା କମୁଛି । ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡିଛି । ସରକାର କହୁଛନ୍ତି, ଓଡ଼ିଶାରେ ସ୍ଵାସ୍ଥ୍ୟ ସେବା ବିଶ୍ଵ ସ୍ତରୀୟ । ତାହେଲେ ମୁଖ୍ୟମନ୍ତ୍ରୀ ନିଜେ ସରକାରୀ ହସ୍ପିଟାଲ ନଯାଇ କାହିଁକି ଘରୋଇ ହସ୍ପିଟାଲ ଯାଉଛନ୍ତି? " ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।



ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ ଆହୁରି ମଧ୍ୟ କହିଛନ୍ତି, "୨୫ ବର୍ଷର ଶାସନ ପରେ ବି ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ । ୭ ହଜାର ୨୭୬ ଡାକ୍ତର, ୧୭ ହଜାର ୩୫୮ ନର୍ସ, ୯୯୮ ଫାର୍ମାସିଷ୍ଟ ଏବଂ ୧୨ଟି ସରକାରୀ ମେଡ଼ିକାଲରେ ୭୪ ପ୍ରଫେସର ପଦବୀ ଖାଲି ପଡ଼ିଛି । ୨୦୧୯ ନିର୍ବାଚନ ଇସ୍ତାହାରରେ ବିଜେଡି କହିଥିଲା, ୩ଟି ମେଡିକାଲକୁ ବିଶ୍ଵ ସ୍ତରୀୟ କରିବାକୁ ହେଲେ ତାହା ପାଣିର ଗାର ସାଜିଛି । କଟକ ଏସସିବିରେ ପାଣି ପାଇଁ ହାହାକାର ପଡିଛି । ପାଖରେ ମହାନଦୀ, କାଠଯୋଡି ନଦୀ ହେଲେ କଟକରେ ପାଣିର ଅଭାବ ।"

ଏହା ମଧ୍ୟ ପଢନ୍ତୁ...ଘରେ ଘରେ ପିଇବା ପାଣି ଯୋଗାଇବାରେ ବିଫଳ ରାଜ୍ୟ ସରକାର: ବିଜେପି - MLA Mukesh Mahaling Press Meet


"ଆୟୁଷ୍ମାନ ଯୋଜନାରେ ୭ ହଜାର ୨୫୧ ୱେଲନେସ୍ ସେଣ୍ଟର ରାଜ୍ୟରେ ଥିବାବେଳେ କିନ୍ତୁ ଯୋଜନାକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । କେନ୍ଦ୍ର ଯୋଜନାକୁ ହାଇଯାକ କରି ନିଜ ଯୋଜନା କହୁଛନ୍ତି। ସ୍ୱାସ୍ଥ୍ୟକୁ ପ୍ରଧାନମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କୋଭିଡ ଭଳି ମହାମାରୀର ମୁକାବିଲା କରିପାରିଲେ । ଏଠି କିନ୍ତୁ ରାଜ୍ୟ ସରକାରଙ୍କ କଥା ପ୍ରବଳ କାମ ଦୁର୍ବଳ। ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ଦାମ ରାଉତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ବି ଚିକିତ୍ସା ମିଳିଲାନି, ଘରୋଇ ହସପିଟାଲକୁ ଗଲେ । ସେହିଭଳି ଆଉ ଜଣେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବି ଦୁର୍ଘଟଣାରେ ଘରୋଇ ହସ୍ପିଟାଲକୁ ଏୟାର ଲିଫ୍ଟ ହେଲେ । ଏମିତିକି ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ନବ ଦାସଙ୍କୁ ଗୁଳିମାଡ଼ ପରେ ଘରୋଇ ହସ୍ପିଟାଲ ଗଲେ । ଯଦି ରାଜ୍ୟ ସରକାର କହୁଛନ୍ତି ଆମ ସ୍ବାସ୍ଥ୍ୟ ସେବା ବିଶ୍ବସ୍ତରୀୟ ତାହେଲେ ନେତାମାନେ କାହିଁକି ବାହାରକୁ ଯାଉଛନ୍ତି ଚିକିତ୍ସା ପାଇଁ ? ସେପଟେ ଆୟୁଷ୍ମାନ ଯୋଜନାକୁ ଯଦି ରାଜ୍ୟ ସରକାର ଆପଣାଇଥାନ୍ତେ ରାଜ୍ୟବାସୀ ବହୁ ସୁବିଧା ଉପଲବ୍ଧ କରିପାରନ୍ତେ" ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details