ଓଡିଶା

odisha

By ETV Bharat Odisha Team

Published : Mar 21, 2024, 8:24 PM IST

ETV Bharat / politics

ତୃତୀୟ ପର୍ଯ୍ୟାୟରେ ତାମିଲନାଡୁ ପାଇଁ 9ଲୋକସଭା ପ୍ରାର୍ଥୀ ଦେଲା ବିଜେପି, ଲଢିବେ ସୁନ୍ଦରରାଜନ ଓ ଆନ୍ନାମଲାଇ - BJP announces 9 candidates for TN

BJP announces 9 Lok Sabha candidates for Tamil Nadu: ତୃତୀୟ ପର୍ଯ୍ୟାୟରେ ତାମିଲନାଡୁ ପାଇଁ 9 ଲୋକସଭା ପ୍ରାର୍ଥୀ ଦେଲା ବିଜେପି । ପୂର୍ବତନ ସୁନ୍ଦରରାଜନ ଓ ରାଜ୍ୟ ଅଧ୍ୟକ୍ଷ ଆନ୍ନାମଲାଇ ଲଢିବେ ନିର୍ବାଚନ । ଅଧିକ ପଢନ୍ତୁ

ତୃତୀୟ ପର୍ଯ୍ୟାୟରେ ତାମିଲନାଡୁ ପାଇଁ 9 ଲୋକସଭା ପ୍ରାର୍ଥୀ ଦେଲା ବିଜେପି, ଲଢିବେ ସୁନ୍ଦରରାଜନ ଓ ଆନ୍ନାମଲାଇ
ତୃତୀୟ ପର୍ଯ୍ୟାୟରେ ତାମିଲନାଡୁ ପାଇଁ 9 ଲୋକସଭା ପ୍ରାର୍ଥୀ ଦେଲା ବିଜେପି, ଲଢିବେ ସୁନ୍ଦରରାଜନ ଓ ଆନ୍ନାମଲାଇ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ତୃତୀୟ ପର୍ଯ୍ୟାୟରେ ମୋଟ 9 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସମସ୍ତ 9 ପ୍ରାର୍ଥୀ ତାମିଲନାଡୁରୁ ରହିଛନ୍ତି । ନିକଟରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲସାହି ସୁନ୍ଦରରାଜନଙ୍କୁ ଦଳ ଚେନ୍ନାଇ-ଦକ୍ଷିଣ ଆସନରୁ ଟିକେଟ ଦେଇଛି । ସେହିପରି ରାଜ୍ୟ ବିଜେପି ଅଧ୍ୟକ୍ଷ କେ.ଆନ୍ନାମଲାଇ ମଧ୍ୟ କୋଇମ୍ବାଟୁର ସଂସଦୀୟ ଆସନରୁ ନିର୍ବାଚନ ଲଢିବେ । ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କନ୍ୟାକୁମାରୀ ସିଟରୁ ରାଧାକ୍ରିଷ୍ଣନ ଓ ଥୁଥୁକୁଡି ଆସନରୁ ନୈନାର ନାଗେନ୍ଦ୍ରନଙ୍କୁ ଦଳ ଟିକେଟ ଦେଇଛି ।

ନିକଟରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ସୁନ୍ଦରରାଜନ ପୂର୍ବରୁ ତାମିଲନାଡୁ ପ୍ରଦେଶ ବିଜେପି ସଭାନେତ୍ରୀ ମଧ୍ୟ ଥିଲେ । ପରବର୍ତ୍ତୀ ସମୟରେ ସେ ଏକାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ମଧ୍ୟ ହୋଇଥିଲେ । ନିର୍ବାଚନ ପୂର୍ବରୁ ସେ ଇସ୍ତଫା ଦେବା ପରେ ଲୋକସଭା ନିର୍ବାଚନ ଲଢିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ଆଜି ତାଙ୍କୁ ଟିକେଟ ମିଳିଛି । ଭାରତୀୟ ପୋଲିସ ସେବାରୁ ସ୍ବଚ୍ଛାକୃତ ଇସ୍ତଫା ଦେଇଥିବା ଦଳର ଯୁବନେତା ଆନ୍ନାମଲାଇ ଏବେ ରାଜ୍ୟ ବିଜେପି ଅଧ୍ୟକ୍ଷ ରହିଛନ୍ତି । ସେ ଚଳିତଥର ପ୍ରଥମ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ତାମିଲନାଡୁ ସମେତ ସମସ୍ତ 5 ଦକ୍ଷିଣ ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି ଏତେ ଭଲ ନଥିଲେ ସୁଦ୍ଧା ଚଳିତ ଥର ପୂର୍ବାପେକ୍ଷା ଅଧିକ ଆସନ ଜିତିବା ଲକ୍ଷ୍ୟରେ ଆଗକୁ ବଢୁଛି ବିଜେପି । କେରଳରେ ମଧ୍ୟ ଦଳ ଦୁଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ ମୁରଲୀଧରନଙ୍କୁ ଲୋକସଭା ନିର୍ବାଚନ ଲଢାଇଛି । ଉଭୟ ନେତା ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବେଳେ ଏଥର ପ୍ରଥମ ଥର ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ତାମିଲନାଡୁ ଏପ୍ରିଲ 19 ତାରିଖରେ ଗୋଟିଏ ପର୍ୟ୍ୟାୟରେ ସମସ୍ତ 39 ଲୋକସଭା ଆସନରେ ଭୋଟ ଦେବ ।

ଏହା ମଧ୍ୟ ପଢନ୍ତୁ :- ବିକଶିତ ଭାରତ ମେସେଜ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ - ECI ON VIKSIT BHARAT MESSAGE

ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି 18 ରାଜ୍ୟରେ ମୋଟ 195 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ମୃତି ଇରାନୀଙ୍କ ପରି ତୁଙ୍ଗ ନେତା ଥିଲେ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ 72 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ଦଳ । ଏଥିରେ ନୀତିନ ଗଡକରୀ ଓ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପରି ବରିଷ୍ଠ ନେତାଙ୍କ ନାମ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details