ଭୁବନେଶ୍ବର:ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଛନ୍ତି।" ଓଡ଼ିଆ ଜାତି ପାଇଁ ବର୍ତ୍ତମାନ ସମୟ ହେଉଛି ଏକ ଗୌରବମୟ ସମୟ, ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଯିବ ଜରୁରୀ । ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବଢିବା ଦରକାର । ଓଡ଼ିଆ ଭାଷାରେ ଭଲ ସାହିତ୍ୟ ସୃଷ୍ଟି ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦ୍ୟମ କରନ୍ତୁ " ବୋଲି ଲୋକାର୍ପଣ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି, "ବିଜେଡି ସରକାରଙ୍କ ଓଡ଼ିଆ ପ୍ରୀତି ଅତ୍ୟନ୍ତ ହାସ୍ୟାସ୍ପଦ, ସେପଟେ କଂଗ୍ରେସ ମଧ୍ୟ ସରକା ଙ୍କୁ ସମାଲୋଚନା କରିଛି।
କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଓଡ଼ିଆ ଭାଷାକୁ କେହି ଭାଙ୍ଗି ପାରିବେନି କି କେହି ନଷ୍ଟ କରିପାରିବେ ନାହିଁ। ଯେଉଁମାନେ ଓଡ଼ିଆକୁ ଭଲ ପାଆନ୍ତି ସେମାନେ ଫର ଫର ହୁଅନ୍ତି ନାହିଁ। ଓଡ଼ିଆ ଭାଷା ଏକ ଦେବ ଭାଷା। ଓଡ଼ିଆ ଏକ ମଧୁର ଭାଷା, ସମସ୍ତେ ଓଡ଼ିଆ ଭାଷାକୁ ଭଲପାଆନ୍ତି।ସେପଟେ ଭାରତୀୟ ଜନତା ପାର୍ଟି ଓଡ଼ିଆ ବିଶ୍ୱବିଦ୍ୟାଳୟ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। "ଅଧପନ୍ତରିଆ ଓଡ଼ିଆ ବିଶ୍ୱବିଦ୍ୟାଳୟ ତରବରିଆ ଉଦ୍ଘାଟନ କାହା ସ୍ୱାର୍ଥରେ? ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଶହ ଶହ ଏକର, କିନ୍ତୁ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ମାତ୍ର ୯ ଏକର ଜମି" ବୋଲି କହି ବର୍ଷିଛି ବିଜେପି।
ଏହା ମଧ୍ୟ ପଢନ୍ତୁ...ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପିତ, ଓଡ଼ିଆ ଭାଷାର ଗାରିମା ବଖାଣିଲେ ନବୀନ