ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / politics

ବିଜେଡି ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ, ଏହି ଦିନ ଶଙ୍ଖ ଭବନ ଆସିବେ ଦଳର ସବୁ ବରିଷ୍ଠ ନେତା - BJD MEETING

BJD To Hold Crucial Meeting: ଶଙ୍ଖ ଭବନରେ ବସୁଛି ବିଜେଡିର ବଡ଼ ବୈଠକ । ସଭାପତିତ୍ବ କରିବେ ନବୀନ ପଟ୍ଟନାୟକ । ଦଳର ସବୁ ବରିଷ୍ଠ ନେତା ହେବେ ସାମିଲ । ଅଧିକ ପଢ଼ନ୍ତୁ

BJD To Hold Crucial Meeting
BJD To Hold Crucial Meeting (ETV Bharat Odisha)

ଭୁବନେଶ୍ବର: ନିର୍ବାଚନରେ ବିଜେଡି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଶଙ୍ଖ ଭବନରେ ବସୁଛି ବଡ଼ ବୈଠକ । ସେପ୍ଟେମ୍ବର ୨୭ ତାରିଖରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅକ୍ଟୋବର ୨ରୁ ପଦଯାତ୍ରା, ରାଜ୍ୟ କମିଟି ଗଠନ, ନିର୍ବାଚନ ପରାଜୟ କାରଣ ଖୋଜା ଓ ସାଂଗଠନିକ କାର୍ଯ୍ୟକ୍ରମ ନେଇ ହେବ ଆଲୋଚନା । ଶଙ୍ଖ ଭବନରେ ହେବାକୁ ଥିବା ବୈଠକରେ ଫୋକ୍ସରେ ରହିବ ନିର୍ବାଚନ ପରାଜୟ କାରଣ ଖୋଜା କମିଟି ଚୟନ । ସୂଚନା ଦେଲେ ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ।

ବିଜେଡି ଗୁରୁତ୍ୱପୂର୍ଣ୍ଣ ବୈଠକ:

ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରକହିଛନ୍ତି, "ଜିଲ୍ଲାର ସଂଗଠନ କର୍ମକର୍ତ୍ତାଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବୈଠକ ଜାରି ରହିଛି । ପ୍ରାୟ ୨୦ ଜିଲ୍ଲାର ବୈଠକ ଶେଷ ହୋଇଛି । ଏହାପରେ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ରହିଛି । ସେହିପରି ଦଳର ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ହେବ । ସେ ନେଇ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ୨୭ ତାରିଖରେ ଶଙ୍ଖ ଭବନରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଏହା ପରେ ନିର୍ବାଚନ ପ୍ରକ୍ରିୟା ରହିଛି । କର୍ମକର୍ତ୍ତାଙ୍କ ତାଲିକା ବାବଦରେ ଦଳର ସଭାପତି ନିଷ୍ପତ୍ତି ନେବେ । ବୈଠକରେ ଏ ସବୁ ନିଷ୍ପତ୍ତି ନିଆଯିବ ।"

BJD To Hold Crucial Meeting (ETV Bharat Odisha)


ମେଣ୍ଟ ଚର୍ଚ୍ଚା ଅତୀତ:

ଦେବୀ ମିଶ୍ର ଆହୁରି କହିଛନ୍ତି, "ବିଜେଡି ନବୀନ ବାବୁଙ୍କ ନେତୃତ୍ୱରେ ବିରୋଧୀ ଦଳରେ ଅଛି । ଯେତିକି ଭୋଟ ମିଳିଛି, ସେ ଅନୁସାରେ ବିଜେଡ଼ି ୧ ନମ୍ବର ଦଳ । ଲୋକଙ୍କ ହୃଦୟର ନେତା ହେଉଛନ୍ତି ନବୀନ ବାବୁ । ପ୍ରଥମ ୩ ମାସ ପରି ରାଜନୈତିକ ବୟାନବାଜି ଚାଲିବ । ଲୋକେ ଏବେ ସବୁ କଥା ଅନୁଭବ କରୁଛନ୍ତି । ବିଜେପି ନେତା ବି ଅନୁଭବ କରୁଥିବେ । ଓଡ଼ିଶାର ଉନ୍ନତି କରନ୍ତୁ, ସେ ବାବଦରେ କେହି ମନା କରୁନାହାନ୍ତି । ମେଣ୍ଟ ଚର୍ଚ୍ଚା ଅତୀତ ହୋଇସାରିଛି । ସମସ୍ତେ ଅଲଗା ଅଲଗା ନିର୍ବାଚନ ଲଢ଼ିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଭରତପୁର କାଣ୍ଡ; ଆଇନ ଶୃଙ୍ଖଳା ପ୍ରସଙ୍ଗରେ ମୁହାଁମୁହିଁ ଲେନିନ-ପୃଥ୍ୱୀରାଜ - Lenin Prithviraj Face Off

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବର ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ୨୪ ଘଣ୍ଟା ଭିତରେ ବଦଳିଲା ନିଷ୍ପତ୍ତି - BJD Called off bandh

ଏହା ମଧ୍ୟ ପଢ଼ନ୍ତୁ...ଦେବାଶିଷଙ୍କୁ ମୋକିମଙ୍କ ସମାଲୋଚନା: ବିଜେପିର କଡା ପ୍ରତିକ୍ରିୟା, ବିଜେଡିର ସ୍ପଷ୍ଟୀକରଣ 'ବ୍ୟକ୍ତିଗତ ମତ' - Debashish Opinion Controversy

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର: ନବୀନ - NAVEEN ADVICE TO BJD


କିଛି ଲୋକ ଏପାଖ ସେପାଖ ହେବେ:

ଦେବୀ ଏହା ମଧ୍ୟ କହିଛନ୍ତି, "ବିଜେପି ନେତା ବି ଆମ ସହିତ ସମ୍ପର୍କରେ ଥିବା ଜଣେ ସାଂସଦ କହିଥିଲେ । କିଏ କେତେବେଳେ କାହା ସହିତ ଯୋଗାଯୋଗ କରୁଥିବେ । ମୋ ସହିତ କେହି କଥା ହୋଇନାହାନ୍ତି । ଅନ୍ୟମାନଙ୍କ ସହିତ କଥା ହୋଇଥିବେ । ସାଙ୍ଗରେ ସେମାନେ ବିଭିନ୍ନ ସ୍ଥାନରେ ବସୁଛନ୍ତି । ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବିଚାରଧାରରେ ହୋଇଥିବେ । କିଛି ଲୋକ ଏପାଖ ସେପାଖ ହେବେ । ରାଜନୀତିରେ ସବୁ ସମ୍ଭବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details