ଓଡିଶା

odisha

ETV Bharat / politics

ପାରାଦ୍ୱୀପ ବିଜେଡିରେ ବଢ଼ିଲା ଅଡୁଆ, ତେଜୁଛି ଟିକେଟ କଳି - Paradeep Assembly Constituency - PARADEEP ASSEMBLY CONSTITUENCY

Paradeep Assembly Constituency: ପାରାଦ୍ୱୀପ ବିଜେଡିରେ ଟିକେଟ କଳି । ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ କିଏ ଟିକେଟ ପାଇବ ତାକୁ ନେଇ ସସ୍ପେନ୍‌ସ ଜାରି । ଅଧିକ ପଢ଼ନ୍ତୁ

ପାରାଦ୍ୱୀପ ବିଜେଡିରେ ବଢ଼ିଲା ଅଡୁଆ
ପାରାଦ୍ୱୀପ ବିଜେଡିରେ ବଢ଼ିଲା ଅଡୁଆ

By ETV Bharat Odisha Team

Published : Apr 10, 2024, 10:49 PM IST

ପାରାଦ୍ୱୀପ ବିଜେଡିରେ ବଢ଼ିଲା ଅଡୁଆ

ଜଗତସିଂହପୁର: ପାରାଦ୍ୱୀପ ବିଜେଡିରେ ବଢ଼ିଲା ଅଡୁଆ । ତେଜିଲା ଟିକେଟ କଳି । ପାରାଦ୍ୱୀପ ବିଧାନସଭା ଆସନରେ ବିଜେଡିର ଟିକେଟ ଘୋଷଣାରେ ବିଳମ୍ବକୁ ନେଇ ତାତିଲେ ସମ୍ବିତ ରାଉତରାୟଙ୍କ ସମର୍ଥକ । ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ସରକାରୀ ବାସଭବନରେ ସମର୍ଥକ ମେଳି କରି ଆଉଥରେ ଟିକେଟ ଦେବା ପାଇଁ ଦାବି କରିଛନ୍ତି । ତୁରନ୍ତ ଟିକେଟ ଘୋଷଣା କରିବାକୁ ସମର୍ଥକ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।


ତେବେ ସମ୍ବିତଙ୍କୁ ଆଉଥରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଟିକେଟ ପାଇଁ ଦାବି କରି ୨୪ ସରପଞ୍ଚ ଓ ୨୨ ସମିତିସଭ୍ୟଙ୍କ ସମେତ ବହୁ ସଂଖ୍ୟାରେ କର୍ମୀମାନେ ସମ୍ବିତଙ୍କ ବାସଭବନରେ ଭିଡ ଜମାଇଛନ୍ତି । ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ସବୁ ବର୍ଗର ଲୋକେ ତାଙ୍କ ସପକ୍ଷରେ ରହିଥିବା ବେଳେ ୫ ବର୍ଷ ଧରି ସେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଟିକେଟ ଦିଆଯାଉ । ସେ ଜଣେ ଯୁବ ନେତା ହୋଇଥିବାର ତାଙ୍କୁ ଆଉଥରେ ଦଳ ଟିକେଟ ଦେଇ ଲୋକଙ୍କ ସେବା କରିବାର ସୁଯୋଗ ଦିଆଯାଉ ବୋଲି ସମ୍ବିତଙ୍କ ସମର୍ଥକ କହିଛନ୍ତି ।

ସେପଟେ ଆଶାୟୀ ପ୍ରାର୍ଥୀ ତଥା ସମ୍ବିତଙ୍କ ବିରୋଧୀ ଗୋଷ୍ଠୀ ତଥା ବାପି ସରକେଲଙ୍କ ପତ୍ନୀ ମନିଦୀପା ସରକେଲଙ୍କ ସମର୍ଥକ ଶଙ୍ଖ ଭବନରେ ପହଁଚି ସମ୍ବିତଙ୍କୁ ଟିକେଟ ନ ଦେବାକୁ ନାରାବାଜି କରିଥିଲେ । ସମ୍ବିତ ହଟାଓ ପାରାଦ୍ୱୀପ ବଞ୍ଚାଓ ନାରାରେ କମ୍ପିଥିଲା ଶଙ୍ଖ ଭବନ । ପାରାଦ୍ୱୀପ ବିଜେଡିର ଶତାଧିକ କର୍ମୀ ଶଙ୍ଖ ଭବନ ସାମ୍ନାରେ ନାରାବାଜି କରିବା ସହ ସମ୍ବିତଙ୍କୁ ଟିକେଟ ନଦେବା ପାଇଁ ଦାବି କରିଛନ୍ତି । ସମ୍ବିତଙ୍କ ବଦଳରେ ଅନ୍ୟ କାହାକୁ ପ୍ରାର୍ଥୀ କରିବାକୁ ବିଜେଡି ସୁପ୍ରିମୋଙ୍କ ନିକଟରେ ଦାବି କରିଛନ୍ତି । ନଚେତ ଘରେ ଘରେ ପ୍ରଚାର କରି ସମ୍ବିତ ଓ ବିଜେଡିକୁ ହରେଇବାକୁ ଚେତାବନୀ ଦେଇଛନ୍ତି ପାରାଦ୍ୱୀପ ବିଜେଡିର ଅନେକ କର୍ମୀ ।

ଏଠାରେ ସୂଚନା ଥାଉକି, ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ୨୦୦୯ରୁ ୧୪ ପର୍ଯ୍ୟନ୍ତ ବିଜେଡିର ଚର୍ଚ୍ଚିତ ରାଜନେତା ସ୍ବର୍ଗତ ଦାମୋଦର ରାଉତଙ୍କ ଅକ୍ତିଆରରେ ଥିବା ବେଳେ ୨୦୧୪ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ପରେ ସେହି ସ୍ଥାନରେ ତାଙ୍କ ପୁଅ ୨୦୧୯ରେ ଟିକେଟ ପାଇ ନିର୍ବାଚନ ଜିତିଥିବା ବେଳେ ବିଧାୟକ ଅଛନ୍ତି । ବର୍ତ୍ତମାନ ସମ୍ବିତଙ୍କ ସମେତ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇଥିବା ଜଣାଶୁଣା ରାଜନେତା ବାପି ସରକେଲଙ୍କ ପତ୍ନୀ ମନିଦୀପା ସରକେଲଙ୍କ ନାଁ ବିଜେଡି ଟିକେଟ ରେସରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ପାରାଦ୍ବୀପ ବିଜେଡିରେ ଫାଟ ! ବିଧାୟକ ସମ୍ବିତ ରାଉରତାୟଙ୍କୁ ଦଳୀୟ ନେତାଙ୍କ ବିରୋଧ

ତେବେ ପାରାଦ୍ବୀପରେ ଏଭଳି ରୋଚକ ସ୍ଥିତିରେ ବିଜେଡି ଟିକେଟ ଘୋଷଣା ଯେତିକି ବିଳମ୍ବ ହେଉଛି ସମର୍ଥକଙ୍କ ମନରେ ଆଶଙ୍କା ଓ ଦ୍ଵନ୍ଦ ସେତିକି ବଢୁଛି । ଏନେଇ ପାରାଦ୍ବୀପ ବିଧାନସଭା ଆସନର ଟିକେଟ ସମୀକରଣ ଛିଡ଼ୁନଥିବା ବେଳେ ଅଡୁଆ ମଧ୍ୟ ବଢିଚାଲିଛି । ଏହି ଅଛିଣ୍ଡା ସମୀକରଣ ଭିତରେ ବିଜେଡିର ବେଶ ଜଣାଶୁଣା ଦାମ ରାଉତଙ୍କ ପରିବାରକୁ ଟିକେଟ ଆସୁଛି ନା ଆଉ ତାଙ୍କ ବିରୋଧୀ ପାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details