ଓଡିଶା

odisha

ETV Bharat / politics

ବଜେଟ ଅଧିବେଶନରେ କମ୍ପିବ ଗୃହ; ବସିଲା ବିଜେଡି ବିଧାୟକ ଦଳ ବୈଠକ - Naveen holds Party Meeting - NAVEEN HOLDS PARTY MEETING

BJD MLA Meeting: ସୋମବାରଠୁ ଆରମ୍ଭ ମୋହନ ସରକାରର ପ୍ରଥମ ବଜେଟ ଅଧିବେଶନ । ନବୀନଙ୍କ ଅଧ୍ୟକ୍ଷତାରେ ବସିଲା ବିଜେଡି ବିଧାୟକ ଦଳ ବୈଠକ । ଅଧିକ ପଢନ୍ତୁ

BJD MLA Meeting
BJD MLA Meeting (Etv Bharat)

By ETV Bharat Odisha Team

Published : Jul 20, 2024, 8:36 PM IST

ଭୁବନେଶ୍ବର:ବିଜେଡିର ବିଧାୟକ ଦଳ ବୈଠକ ଆଜି ଅନୁଷ୍ଠିତ ହୋଇଛି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ଶଙ୍ଖ ଭବନରେ ଅନୁଷ୍ଠିତ ବୈଠକରେ ଦଳର ସବୁ ବିଧାୟକ ଉପସ୍ଥିତ ଥିଲେ । ରାଜ୍ୟବାସୀ ଆମକୁ ଯେଉଁ ଦାୟିତ୍ବ ଦେଇଛନ୍ତି, ତାହା ସୁଚାରୁ ରୂପେ ତୁଲାଇବା ଲାଗି ପ୍ରତିଶ୍ରୁତିବଦ୍ଧ । ଏନେଇ କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ବସିଲା ବିଜେଡି ବିଧାୟକ ଦଳ ବୈଠକ (ETV Bharat Odisha)

ସୋମବାରଠୁ ଆରମ୍ଭ ହେଉଛି ମୋହନ ସରକାରର ପ୍ରଥମ ବଜେଟ ଅଧିବେଶନ । ଚଳିତ ବିଧାନସଭା ଅଧିବେଶନରେ ଦଳର ଆଭିମୁଖ୍ୟ ନେଇ ଅନୁଷ୍ଠିତ ହୋଇଛି ବିଧାୟକ ଦଳ ବୈଠକ । ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ବର ସାଜିବ ବିଜୁ ଜନତା ଦଳ । ଜନସାଧାରଣ ବିଜେଡିକୁ ବିରୋଧୀ ଦଳ ଭାବେ ଯେଉଁ ଦାୟିତ୍ବ ଦେଇଛନ୍ତି ତାହା ସୁଚାରୁରୂପେ ପାଳନ କରିବ ଦଳ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଲୋକଙ୍କ ପ୍ରସଙ୍ଗ ବିଧାନସଭାରେ ଉଠାଇବ ଦଳ । ଯେଉଁ କଥା କହି ବିଜେପି ସରକାରକୁ ଆସିଛି ତାହା ଉପରେ ଦଳ ନଜର ରଖିବ । ଚାଷୀ, ଧାନ, ବିଜୁଳି ପ୍ରତିଶ୍ରୁତି ପୂରଣ ହେଉଛି ନା ନାହିଁ, ତା ଉପରେ ନଜର ରହିବ ।

ବସିଲା ବିଜେଡି ବିଧାୟକ ଦଳ ବୈଠକ (ETV Bharat Odisha)

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "ବିଧାନସଭା ରଣନୀତି ଆଲୋଚନା ପୂର୍ବରୁ କମଳା ପୂଜାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲୁ । ବିରୋଧୀ ଦଳ ଭାବେ କାର୍ଯ୍ୟ କରିବାକୁ ରାଜ୍ୟବାସୀ ଆମକୁ ନୂଆ ଦାୟିତ୍ବ ଦେଇଛନ୍ତି । ଲୋକଙ୍କ ହିତରେ ରଣନୀତି ଶାଣିତ ହେବ । ଯେଉଁ ବିଭାଗ ଦାୟିତ୍ବ ନବୀନ ବାବୁ ଦେଇଛନ୍ତି, ତାକୁ ନିର୍ବାହ କରିବୁ । ଲୋକଙ୍କ ପ୍ରଗତି ପାଇଁ କାମ କରିବୁ । ଦଳର 51 ବିଧାୟକଙ୍କ ସହ ସଭାପତି ଆଲୋଚନା କରିଛନ୍ତି । ପ୍ରତି ବିଧାୟକଙ୍କ ଯେଉଁ ବିଭାଗର ଦାୟିତ୍ବ ପ୍ରଦାନ କରାଯାଇଛି ସେନେଇ ବୈଠକରେ ଆଲୋଚନା କରାଯାଇଛି । ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ବାର୍ଥ ପାଇଁ ବିଧାନସଭାରେ ସ୍ବର ଉଠାଇବାକୁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।"

ବସିଲା ବିଜେଡି ବିଧାୟକ ଦଳ ବୈଠକ (ETV Bharat Odisha)

ଏହା ବି ପଢନ୍ତୁ- ଶଙ୍ଖ ଭବନର ଖୋଳତାଡ କରିବେ ମୋହନ ସରକାର, ତାତିଲା ବିଜେଡି

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କହିଛନ୍ତି, "ବିଧାନସଭାରେ ବିଜେଡି ଶକ୍ତ ବିରୋଧୀ ଦଳ ଭାବେ ଦାୟିତ୍ବ ତୁଲାଇବ । ପ୍ରସଙ୍ଗ ଭିତ୍ତିକ ଯୁକ୍ତି ଉପସ୍ଥାପନ କରିବ । ସରକାର ଯେଉଁ ପ୍ରତିଶୃତି ଦେଇଛନ୍ତି ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଉପରେ ନଜର ରଖି ଲୋକଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଇବ । ରାଜ୍ୟବାସୀ ବିଜେଡିର 51 ଜଣଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ଭୋଟ ପ୍ରତିଶତକୁ ଦେଖିଲେ ଶାସକ ଦଳ ଅପେକ୍ଷା ବିଜେଡିକୁ ଅଧିକ ଭୋଟ ମିଳିଛି । ଲୋକଙ୍କ ପାଇଁ ବିଜେଡି ସବୁବେଳେ ଠିଆ ହୋଇଥିବାବେଳେ ଆଗକୁ ମଧ୍ୟ ଲଢେଇ କରିବ ।"

ବିଜେଡିର ମିଡିଆ ଓ ମୁଖପାତ୍ର ବୈଠକ ପରେ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା (ETV Bharat Odisha)

ବସିଲା ବିଜେଡିର ମିଡିଆ ଓ ମୁଖପାତ୍ରଙ୍କ ବୈଠକ:-

ବସିଲା ବିଜେଡିର ମିଡିଆ ଓ ମୁଖପାତ୍ରଙ୍କ ବୈଠକ (ETV Bharat Odisha)

ନୂତନ ଭାବେ ଗଠିତ ବିଜେଡିର ମିଡିଆ ଓ ମୁଖପାତ୍ରଙ୍କ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଟିମ ଗଢ଼ା ହେବା ପରେ ବିଜେଡିର ମିଡିଆ ଓ ମୁଖପାତ୍ରଙ୍କ ଏହା ପ୍ରଥମ ବୈଠକ । ଶଙ୍ଖ ଭବନରେ ଦଳର ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନାଙ୍କୁ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ଟିମ ନବୀନ ନିବାସରେ ବିଜେଡି ସଭାପତିଙ୍କୁ ଭେଟି ଆଲୋଚନା କରିଛନ୍ତି । ବୈଠକ ପରେ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, "ମିଡିଆ ସେଲ ଆବାହକ ବୈଠକ ଡାକିଥିଲେ । ମିଡିଆ ସେଲରେ ଯେଉଁମାନେ ସଦସ୍ୟ ଅଛନ୍ତି ସେମାନେ ବୈଠକରେ ସାମିଲ ହୋଇଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଲୋଚନାର ନିର୍ଯ୍ୟାସ ଦଳର ସଭାପତିଙ୍କୁ ଭେଟି ଅବଗତ କଲୁ । ମିଡିଆ ସେଲ ତାହାର କାର୍ଯ୍ୟ ଯେମିତି କରେ ଓ ବିରୋଧୀ ଦଳ ହେବା ପରେ ନୂଆ ଦାୟିତ୍ବ ରହିଛି । ଜନମତକୁ ଠିକଣା ଭାବେ ସରକାରଙ୍କ ପାଖରେ ପହଞ୍ଚାଇବାକୁ ଆମେ ଉଦ୍ୟମ କରିବୁ । ଏସବୁ ପ୍ରସଙ୍ଗରେ ଆଲୋଚନା ହେଲା ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details