ଓଡିଶା

odisha

ETV Bharat / politics

ମୁନ୍ନା ଖାନଙ୍କ ବୟାନ ପରେ ତେଜିଲା ରାଜନୀତି: ଜୟ ନାରାୟଣଙ୍କ ଜବାବ, '2029 ସୁଦ୍ଧା ବିଜେଡି ମୂଳପୋଚ୍ଛ ହୋଇଯିବ' - BJD BJP CONTROVERSY

ମୁନ୍ନା ଖାନଙ୍କ କହିଲେ," ୧୪ ଜଣ ବିଜେପି ବିଧାୟକ ବିଜେଡି ଲିଙ୍କ୍‌ରେ ଅଛନ୍ତି । ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବୁ ।" ଏହାର କଡ଼ା ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ।

BJD BJP CONTROVERSY
BJD BJP CONTROVERSY (ETV Bharat Odisha)

By ETV Bharat Odisha Team

Published : Oct 31, 2024, 8:56 PM IST

Updated : Oct 31, 2024, 10:14 PM IST

ଭୁବନେଶ୍ବର/ନବରଙ୍ଗପୁର: ମୁହାଁମୁହିଁ ହେଲେ ବିଜେଡି ସାଂସଦ ମୁନ୍ନା ଖାନ ଏବଂ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ମୁନ୍ନା ଖାନଙ୍କ ମନ୍ତବ୍ୟର କଡ଼ା ଜବାବ ରଖିଲା ବିଜେପି । ଦୀପାବଳିରେ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ । 2029 ଯାଏଁ ବିଜେଡି ଓଡ଼ିଶାରେ ରହିବ ନାହିଁ । ବିଜେଡିର ଆୟୁଷ ବହୁତ କ୍ଷୀଣ । ସେପଟେ ଗତକାଲି ନବରଙ୍ଗପୁରରେ ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ,"ବି‌ଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ।" ଯାହାକୁ ନେଇ ବର୍ତ୍ତମାନ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି ।

BJD BJP CONTROVERSY (ETV Bharat Odisha)

କ'ଣ କହିଥିଲେ ବିଜେଡ଼ି ରାଜ୍ୟସଭା ସାଂସଦ ମୁନ୍ନା ଖାନ ?:

ଗତକାଲି (ବୁଧବାର) ନବରଙ୍ଗପୁରରେ ଆୟୋଜିତ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ମୁନ୍ନା ଖାନ କହିଥିଲେ,"ବି‌ଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ । ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ଜଣ ନେତା ବିଜେପିରେ ଯୋଗ ଦେଇଥିଲେ । ଆଉ ବିଜେପି ଟିକେଟ୍‌ ପାଇ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ଜଣ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି । ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି । ତେଣୁ ଆଜି ଯଦି ନିର୍ବାଚନ ହେବ, ତେବେ ବିଜେଡିକୁ ୧୦୦ ସିଟ୍‌ ମିଳିବା ନିଶ୍ଚିତ । କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି ।"

BJD BJP CONTROVERSY (ETV Bharat Odisha)


'ବିଜେଡିର ଆୟୁଷ ବହୁତ କ୍ଷୀଣ':

ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ବିଜେଡିକୁ ଟାର୍ଗଟ କରି କହିଛନ୍ତି, "ମୋର ସନ୍ଦେହ ହେଉଛି ୨୯ ପର୍ଯ୍ୟନ୍ତ ବିଜେଡି ରହିବ ନାହିଁ । ବିଜେଡିର ଆୟୁଷ ବହୁତ କ୍ଷୀଣ । ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ । ଆମ ସହ ଯୋଗାଯୋଗବେଳେ ବହୁତ ନେତା ଦଳର ସ୍ଥିତିକୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡିଥିବା କହୁଛନ୍ତି । ବିଜେଡିରେ ନେତୃତ୍ୱ ସଙ୍କଟ ଦେଖା ଦେଇଛି । କିଏ ଲଢେଇ କରିବ ? କିଏ ନେତୃତ୍ୱ ନେବ ? ଏସବୁକୁ ନେଇ ବିଜେଡି ନେତାମାନେ ଚିନ୍ତିତ । ବିଜେଡିର ଅସ୍ଥିତ୍ୱ ପ୍ରତି ସନ୍ଦେହ ଜାତ ହେଉଛି ।"

ଏହା ମଧ୍ୟ ପଢନ୍ତୁ ...୨୬ରୁ ଶୀତ ଅଧିବେଶନ: ମାସେ ଯାଏଁ ଚାଲିବ ଗୃହ, ଆସିବ ୨୦୨୪/୨୫ ସପ୍ଲିମେଣ୍ଟାରୀ ବଜେଟ୍

ଏହା ମଧ୍ୟ ପଢନ୍ତୁ ...ସୁଭଦ୍ରା ଟଙ୍କା ପାଇବେ ଅଙ୍ଗନବାଡି କର୍ମୀ, ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ...ପଦ୍ମ ଧରିପାରନ୍ତି ପୂର୍ବତନ ବରି ବିଧାୟିକା ସୁନନ୍ଦା, କହିଲେ '3 ଦିନରେ ନୂଆ ଦଳରେ ଯୋଗ ଦେବି'

BJD BJP CONTROVERSY (ETV Bharat Odisha)


'ମୁନ୍ନା ଖାଁ ତ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ':

ସେ ଆହୁରି ମଧ୍ୟ କହିଛନ୍ତି,"ତାଙ୍କ ଦଳର ମୁଖିଆ ନବୀନ ବାବୁ ତାଙ୍କ ନେତା କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜରେ ଦେଇ ଦେଇଥିଲେ । ସେଥିପାଇଁ ଏଭଳି ପରିସ୍ଥିତି । ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହିପାରୁନାହାନ୍ତି । ତାଙ୍କ ଭିତରେ କ'ଣ ବାୟୋଲୋଜି ଓ କେମେଷ୍ଟ୍ରି ଅଛି କେଜାଣି । ଏବେବି ସବୁବେଳେ ନବୀନ ନିବାସରେ ରହୁଛନ୍ତି ପାଣ୍ଡିଆନ । ମୁନ୍ନା ଖାନ ତ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । କୁଆଡ଼େ ଯିବେ ଚିନ୍ତା କରୁଛନ୍ତି । ତେଣୁ ମୁନ୍ନା କ'ଣ ବା କହିବେ । ୧୪ ଜଣ ଗଲେ ତାଙ୍କର ଟୁ-ଥାର୍ଡ ହେଉଛି କି ? ଯିଏ କହୁଛନ୍ତି ଏମିତି ତାଙ୍କୁ ଗଣିତ ଜଣାନାହିଁ । ଦଳ ବଦଳ ପାଇଁ ଅତି କମରେ ଟୁ-ଥାର୍ଡ ମେଜରିଟି ହେବା କଥା । ଯିଏ ରାଜନୀତି ଗଣିତ ବୁଝିନାହିଁ ସେ ଏମିତି ସବୁ କୁହନ୍ତି । ବିଜେଡି ହେଉଛି ଗୋଟେ ଦାସତ୍ୱ ପାର୍ଟି । ସେ ଦଳର ନେତାମାନେ ଜରି ପକେଇବା ଚେୟାର ବୋହିବା କାମ କରିବା ଲୋକ । ତାହା ନକରି କାହିଁକି ରାଜନୈତିକ ବିବୃତ୍ତି ଦେଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର/ନବରଙ୍ଗପୁର

Last Updated : Oct 31, 2024, 10:14 PM IST

ABOUT THE AUTHOR

...view details