ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । ପଦଯାତ୍ରାରେ ସାମିଲ ହେଲେ ବହୁ ବରିଷ୍ଠ ବିଜେଡି ନେତା । ତେବେ ବିଜେଡି ସରକାରରେ ଥିବା ସମୟରେ ଗୋପାଳପୁରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟକୁ ଉପସ୍ଥିତ ଲୋକମାନଙ୍କୁ କହିବା ସହ ଦଳ ସବୁ ବେଳେ ଲୋକଙ୍କ ସହ ରହିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।
ବିଜେଡି ଜନସମ୍ପର୍କ ପଦଯାତ୍ରା:
ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ତଥା ପୂର୍ବତନ ବିଜେ ବିଧାୟକ ବିକ୍ରମ କୁମାର ପଣ୍ଡା ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ପଦଯାତ୍ରାରେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ସହ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଦଳୀୟ କର୍ମୀ ଯୋଗ ଦେଇଥିଲେ । କନିଷି ଛକରୁ ତୁଳୁ ରାସ୍ତାରେ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହା ପରେ ସମସ୍ତେ ସଭାସ୍ଥଳ ପର୍ଯ୍ୟନ୍ତ ଦଳୀୟ କର୍ମୀଙ୍କ ସହ ବିରାଟ ପଟୁଆରରେ ପଦଯାତ୍ରା କରିଥିଲେ । ଏହି କାର୍ଯ୍ୟରେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୂର୍ବ ସରକାର ଅମଳରେ କିଭଳି ଲୋକେ ସୁବିଧା ସୁଯୋଗ ପାଉଥିଲେ ତାହାକୁ ନେଇ ଉପସ୍ଥିତ ଲୋକଙ୍କୁ ଅବଗତ କରିଥିଲେ ବିଜେଡି ନେତା ଅତନୁ ସବ୍ୟସାଚୀ ।
ବିଜେଡି ଫୋକସ୍ରେ ସବୁ ନିର୍ବାଚନ ମଣ୍ଡଳୀ:
ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସହ ଥାଏ । ପ୍ରତ୍ୟେକ ବର୍ଷ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଉଛି । ଆଜି ଗୋପାଳପୁରରେ ସଫଳତାର ସହ ଆରମ୍ଭ ହୋଇଛି । ଏହାସହ ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ମଧ୍ୟ ଆଗେଇ ଚାଲିଛି । ଦଳକୁ ଅଧିକ ସଂଗଠିତ କରିବା ପାଇଁ ସବି ନେତୃବୃନ୍ଦ ଓ କର୍ମୀ ସଙ୍କଳ୍ପିତ ଅଛନ୍ତି । ସମସ୍ତ ନିର୍ବାଚନ ମଣ୍ଡଳୀକୁ ଫୋକସ ଭାବରେ ରଖାଯାଏ । ଫଳାଫଳ କ'ଣ ହେଲା ତାହା ଭିନ୍ନ କଥା । ଦଳର ସାଙ୍ଗଠନିକ ଭିତ୍ତିଭୂମି ସଜାଡିବା ପାଇଁ ଆମେ ସଂକଳ୍ପବଦ୍ଧ ।