ଓଡିଶା

odisha

By ETV Bharat Odisha Team

Published : Mar 8, 2024, 9:21 AM IST

ETV Bharat / politics

କଂଗ୍ରେସରେ ଯୋଗ ଦେବାକୁ ମୋ ସହ ସମ୍ପର୍କ କରିଥିଲେ ଭଗବନ୍ତ ମାନ: ନବଜୋତ ସିଂ ସିଦ୍ଧୁ

Navjot Sidhu's big claim about Punjab CM: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । କହିଲେ କଂଗ୍ରେସରେ ଯୋଗ ଦେବାକୁ ମୋ ସହ ଯୋଗାଯୋଗ କରିଥିଲେ ଭଗବନ୍ତ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଚଣ୍ଡିଗଡ:ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ନେଇ ସାଙ୍ଘାତିକ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । କଂଗ୍ରେସରେ ସାମିଲ ହେବାକୁ ଭଗବନ୍ତ ମାନ ମୋ ସହ ସମ୍ପର୍କ କରିଥିଲେ ବୋଲି ଦାବି କରିଛନ୍ତି ନବଜୋତ । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କହିଛନ୍ତି, ''ପଞ୍ଜାବ ମୁଖ୍ୟମନ୍ତ୍ରୀ କଂଗ୍ରେସରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା ମୋତେ କହିଛନ୍ତି ।''

ଏହା ମଧ୍ୟ ପଢନ୍ତୁ-Navjot Singh Sidhu: ସିଦ୍ଧୁଙ୍କ ଘରେ ସନ୍ଦିଗ୍ଧ, ପଞ୍ଜାବ ପୋଲିସକୁ ଦେଲେ ସୂଚନା

ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସେୟାର କରିଛନ୍ତି ସିନ୍ଧୁ । ଯେଉଁଥିରେ ସେ ବିଜେପିରେ ଯୋଗ ଦେବେ ନା ନାହିଁ ଓ ପାର୍ଟି ତାଙ୍କ ପାଖକୁ ଆସିଛି ନା ନାହିଁ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ସିଦ୍ଧୁ କହିଥିଲେ, "ମୁଁ ତୁମକୁ ଗୋଟିଏ କଥା କହିପାରିବି, କିଏ ମୋ ନିକଟକୁ ଆସିଥିଲା । ଭଗବନ୍ତ ମାନ ମୋ ପାଖକୁ ଆସିଥିଲେ । ଯଦି ସେ କୁହନ୍ତି, ମୁଁ ତାଙ୍କୁ ସେହି ସ୍ଥାନ ଯେଉଁଠାରେ ସେ ମୋତେ ଭେଟିଥିଲେ ତାହା ମଧ୍ୟ କହିବି ।" ସେ ମୋତେ କହିଲେ ଯଦି ମୁଁ ତାଙ୍କୁ କଂଗ୍ରେସରେ ସାମିଲ କରାଇଦିଏ, ତେବେ ସେ ମୋ ଡେପୁଟି ହେବାକୁ ପ୍ରସ୍ତୁତ ଅଛନ୍ତି । ଯଦି ଆପଣ ଆମ୍ ଆଦମୀ ପାର୍ଟିକୁ ଆସନ୍ତି, ତଥାପି ସେ ମୋର ଡେପୁଟି ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।''

ଏହା ମଧ୍ୟ ପଢନ୍ତୁ-ଜେଲରୁ ବାହାରି ବର୍ଷିଲେ ସିଦ୍ଧୁ, କହିଲେ କ୍ରାନ୍ତିର ନାମ ରାହୁଲ ଗାନ୍ଧୀ

ସିଦ୍ଧୁ ଆହୁରି ମଧ୍ୟ ଦାବି କରିଛନ୍ତି, ''କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ରତି ମୋର ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ରହିଛି । ତେଣୁ କଂଗ୍ରେସ ଛାଡିବା ମୋ ପକ୍ଷରେ ସମ୍ଭବ ନୁହେଁ । ଯଦି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚାହାଁନ୍ତି, ତେବେ ସେ କଂଗ୍ରେସରେ ସାମିଲ ହୋଇପାରିବେ । ସେ ଦିଲ୍ଲୀରେ ଥିବା ଦଳର ନେତୃତ୍ୱଙ୍କ ସହ ଏ ବିଷୟରେ କଥା ହେବା ଉଚିତ । ଏହାପରେ ଆଉ କୌଣସି ଚର୍ଚ୍ଚା ହୋଇନଥଲା । ମୋର ଏକମାତ୍ର ଲକ୍ଷ୍ୟ ହେଉଛି ପଞ୍ଜାବର ଲୋକଙ୍କ ସେବା କରିବା ।'' ପଞ୍ଜାବର ବଢୁଥିବା ଋଣଭାରକୁ ନେଇ AAP ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ସେମାନେ ବିମାନ ଏବଂ ବିଳାସପୂର୍ଣ୍ଣ ଗାଡିରେ ଯାତାୟତ କରୁଛନ୍ତି କିନ୍ତୁ ଋଣ ପଞ୍ଜାବବାସୀଙ୍କୁ ପରିଶୋଧ କରିବାକୁ ପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details