ଓଡିଶା

odisha

ETV Bharat / politics

ବିକଶିତ ଗାଁ, ବିକଶିତ ଓଡ଼ିଶା: କଂଗ୍ରେସ କହିଲା ଜୁମଲା, ସ୍ବାଗତ କଲେ ବୁଦ୍ଧିଜୀବୀ - VIKSIT GAON VIKSIT ODISHA SCHEME

ବିକଶିତ ଗାଁ,ବିକଶିତ ଓଡିଶା ଯୋଜନାକୁ ବାଲେଶ୍ବରରୁ ଆସିଲା ମିଶ୍ର ପ୍ରତିକ୍ରିୟା । କଂଗ୍ରେସ କହିଲା 'ଯେମିତି ଅଚ୍ଛେ ଦିନ ଜୁମଲା, ବିକଶିତ ଗାଁ ମଧ୍ୟ ଜୁମଲା ।"ସେପଟେ ସ୍ୱାଗତ କଲେ ବୁଦ୍ଧିଜୀବୀ ।

REACTION ON VIKSIT GAON VIKSIT ODISHA SCHEME
REACTION ON VIKSIT GAON VIKSIT ODISHA SCHEME (ETV Bharat Odisha)

By ETV Bharat Odisha Team

Published : Feb 7, 2025, 9:41 PM IST

ବାଲେଶ୍ବର:ଗତ ଫେବୃଆରୀରେ ୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ "ବିକଶିତ ଗାଁ' ବିକଶିତ ଓଡିଶା" ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । କଂଗ୍ରେସ ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କରିଥିବା ବେଳେ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ ।

ବିକଶିତ ଗାଁ,ବିକଶିତ ଓଡିଶା ଯୋଜନା କଣ ?

REACTION ON VIKSIT GAON VIKSIT ODISHA SCHEME (VIKSIT GAON VIKSIT ODISHA SCHEME)

ଏହି ଯୋଜନାରେ ଗାଁ'ର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ମୋଟ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଗାଁ’ର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡିକୁ ଗ୍ରାମ ସଭାରେ ହିଁ ସ୍ଥିର କରାଯିବ । ଉକ୍ତ ଯୋଜନା ଅନ୍ତର୍ଗତ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯିବ । ଏହା ସହିତ ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡକ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ,ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ ତଥା ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ । ବାଲେଶ୍ୱର ଜିଲ୍ଲାର ୩୦୪୯ ଟି ଗାଁ ଏହି ଯୋଜନାରେ ଯୋଡ଼ି ହେବ । ଏହି ଯୋଜନାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

'ଜିଡିପି ଆଜି ସର୍ବନିମ୍ନ କାହିଁକି ? '

ଏନେଇ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି କହିଛନ୍ତି," ୨୦୧୪ ମସିହାରେ କେନ୍ଦ୍ର ସରକାର ଯେତେବେଳେ କ୍ଷମତାକୁ ଆସିଥିଲା । ସେତେବେଳେ ସେମାନେ ଗୋଟେ ସ୍ଲୋଗାନ ଦେଇଥିଲେ 'ଅଚ୍ଛେ ଦିନ ଆଏଗା '। ଆଜି ଅଛେ ଦିନ ଆସିଛି କି ? ସେସବୁ ଥିଲା ଜୁମଲା । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଆସିଥିବାରୁ ସେ ସବୁ ଜୁମଲା ଛାଡ଼ୁଛନ୍ତି । ବିଜେପି ପ୍ରଥମେ ଜବାବ ଦେଉ ବିକଶିତ ଗାଁ କରିବା ପୂର୍ବରୁ ଜିଡିପି ଆଜି ସର୍ବନିମ୍ନ କାହିଁକି ? ଭାରତ ବର୍ଷର ଡଲାର ଅଭିବୃଦ୍ଧି କାହିଁକି ହୋଇଛି ? ପେଟ୍ରୋଲ ଡିଜେଲ ଡର ବୃଦ୍ଧି କାହିଁକି ? ବିକଶିତ ଗାଁ ହେଉ, ବିକଶିତ ସହର ହେଉ, କିଛି ହେବାର ନାହିଁ ? ପ୍ରତ୍ୟେକ ଦିନ ଲୋକଙ୍କ ମୁଣ୍ଡ ଉପରେ ଋଣଭାର ବଢୁଛି । ଯେମିତି ଅଚ୍ଛେ ଦିନ ଜୁମଲା, ଇଏ ବିକଶିତ ଗାଁ ଯୋଜନା ମଧ୍ୟ ଜୁମଲା ।"

ଏପରି କହିଲା ବିଜେଡି:

ଅନ୍ୟପଟେ ଜିଲ୍ଲାର ବିଜେଡି ନେତା ମନୋଜ ରାଉତ ଯୋଜନାର ସଫଳ ରୂପାୟନକୁ ନେଇ ନିଜର ମତ ରଖି କହିଛନ୍ତି । ସେ କହିଛନ୍ତି,"ଯେତେବେଳେ ଗାଁ ବିକଶିତ ହୋଇଯିବ, ଗାଁର ପ୍ରତ୍ୟେକ ଲୋକର ମୌଳିକ ସମସ୍ୟା ସମାଧାନ ହୋଇଯିବ । ଚାଷୀଟିଏ ହେଉ, ସ୍କୁଲ ହେଉ, ସ୍ୱାସ୍ଥ୍ୟ କେନ୍ଦ୍ର ହେଉ । ଯେଉଁ ସମସ୍ୟା ଗାଁ ଲୋକଙ୍କ ପାଇଁ କଷ୍ଟ ଓ ଯନ୍ତ୍ରଣାର କାରଣ ପାଲଟିଛି । ତାହାର ସମାଧାନ ହେଇଯାଏ, ତେବେ ଗାଁର ମୌଳିକ ସମସ୍ୟା ସମାଧାନ ହୋଇପାରିବ । ଆମେ ଯେଉଁ ଯୋଜନା ଆଣୁଛନ୍ତି, ତାକୁ ଯଦି କାର୍ଯ୍ୟକାରୀ କରିବା ଲୋକଙ୍କ ସେବାରେ ଲଗାଇବା । ତେବେ ଜନସାଧାରଣ ଉପକୃତ ହେବେ ଏବଂ ଜାଣିବା ଗାଁ ବିକଶିତ ହେଲା, ଓଡିଶା ବିକଶିତ ହେଲା । ବିରୋଧୀ ଦଳ ହେଲେ ମଧ୍ୟ ଗୋଟିଏ ଲକ୍ଷ୍ୟ ରହିବ ଓଡିଶା ବିକାଶ ହେଉ । ଆମର ଯେତେବେଳେ ସରକାର ଥିଲା ସେତେବେଳେ ଓଡିଶା କେମିତି ବିକାଶ ହେବ, ସେ ନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏସରକାର ମଧ୍ୟ ବିକାଶ ଓ ଯୋଜନା କାର୍ଯ୍ୟକାରୀ କଲେ ଆମେ ବିରୋଧୀ ହେଲେ ମଧ୍ୟ ସହଯୋଗ କରିବୁ।"

ଏହା ମଧ୍ୟ ପଢନ୍ତୁ...'ବିକଶିତ ଗାଁ ବିକଶିତ ଓଡ଼ିଶା'କୁ ନେଇ ରାଜନୀତି, ବିଜେଡି ଅଭିଯୋଗର ଉତ୍ତର ରଖିଲା ବିଜେପି - VIKSIT GAON VIKSIT ODISHA SCHEME

ଏହା ମଧ୍ୟ ପଢନ୍ତୁ...ବାର୍ଷିକ ଉତ୍ସବରେ ଯୋଗଦେଲେ, ଭିତ୍ତିଭୂମି ଉନ୍ନତି ପାଇଁ ୧ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ - SURAJMAL SAHA MAHAVIDYALAYA

ଏହା ମଧ୍ୟ ପଢନ୍ତୁ... ୯ ବିଭାଗରେ ୬୩୯୦ ଜଣଙ୍କୁ ନିଯୁକ୍ତି, ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ - NIJUKTI MELA

ବିକଶିତ ଗାଁ, ବିକଶିତ ଓଡ଼ିଶା ସ୍ୱାଗତଯୋଗ୍ୟ ପଦକ୍ଷେପ:

ଏହି ଯୋଜନା ଲଞ୍ଚ ପରେ ବୁଦ୍ଧିଜୀବୀମାନେ ମଧ୍ୟ ନିଜର ମତପୋଷଣ କରିଛନ୍ତି । ବୁଦ୍ଧିଜୀବୀ ରତିକାନ୍ତ ପାତ୍ରକହିଛନ୍ତି," ସବୁ ସ୍ଥାନରେ ମୌଳିକ ସୁବିଧା ପାଉ ନାହାନ୍ତି ଲୋକେ । ପାନୀୟ ଜଳ ହେଉ କି ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟସେବା ଆଜି ବି ବାଲେଶ୍ୱର ଜିଲ୍ଲାରେ ଏମିତି ଗାଁ ଅଛି ଯେଉଁଠି ଅପହଞ୍ଚ । ଅଧିକାଂଶ ସ୍ଥାନରେ ଡଙ୍ଗାରେ ପାରି ହେଉଛନ୍ତି ଲୋକେ । ଯଦିଓ ବିଗତ ସରକାର ସମୟରେ କିଛି ପୋଲ ହୋଇଛି । ତାହାବି ସମ୍ପୂର୍ଣ୍ଣ ଭାବେ ସଫଳ ହୋଇନାହିଁ । ତେଣୁ ନୂଆ ସରକାର ଯେ ଆସିଛନ୍ତି । ବିକଶିତ ଗାଁ, ବିକଶିତ ଓଡ଼ିଶା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଗାଁର ପ୍ରକୃତ ବିକାଶ ଗ୍ରାମସଭା ଜରିଆରେ ହେଲେ ଗାଁର ମୌଳିକ ଆବଶ୍ୟକତା କଣ ଅଛି ? ସେହି ଅନୁସାରେ ଯଦି କାମ କରାଯାଏ ଏବଂ ଅନୁଦାନ ମଧ୍ୟ ସେହି ଅନୁସାରେ ପର୍ଯ୍ୟାପ୍ତ ଆସିବା ଦରକାର । ତାହାଲେ ଗାଁର ବିକାଶ ହୋଇ ପାରିବ । ମୁଖ୍ୟତଃ ଗମନାଗମନ ଏବଂ ବିଦ୍ୟାଳୟର ପାଠ ପଢା, ଭିତ୍ତିଭୂମିର ବିକାଶ, ସ୍ବାସ୍ଥ୍ୟସେବା । ତେଣୁ ଗ୍ରାମ୍ୟ ବିକାଶକୁ ବିଦ୍ଧିବଦ୍ଧ ଭାବେ କେମିତି ପ୍ରାଧାନ୍ୟ ଦିଆଯିବ । ସେଥିପାଇଁ ସ୍ବତନ୍ତ୍ର ରୂପରେଖ ବା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବା ଦରକାର । "

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details