ଓଡିଶା

odisha

ETV Bharat / politics

ଭବାନୀପାଟଣାରେ ରାଜନାଥ; କଂଗ୍ରେସ ଉପରେ ଗରମ, ବିଜେଡି ଉପରେ ନରମ - Lok Sabha Election 2024

Rajnath Singh in Kalahandi: କଳାହାଣ୍ଡି ଗସ୍ତବେଳେ କଂଗ୍ରେସ ଉପରେ ବର୍ଷିଲେ ରାଜନାଥ ସିଂ । କହିଲେ ମୋଦି ସରକାର ପ୍ରତିଶୃତି ପାଳନ କରନ୍ତି । ଅଧିକ ପଢ଼ନ୍ତୁ

Rajnath Singh in Kalahandi
Rajnath Singh in Kalahandi (ETV Bharat Odisha)

By ETV Bharat Odisha Team

Published : May 8, 2024, 10:02 PM IST

Rajnath Singh in Kalahandi (ETV Bharat Odisha)

ଭବାନୀପାଟଣା: ରାଜନାଥଙ୍କ ଟାର୍ଗେଟରେ କଂଗ୍ରେସ । ବିଜେଡି ବିରୋଧରେ କହିଲେନି ପ୍ରତିରକ୍ଷା ମନ୍ତ୍ରୀ । ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯେତିକି କଂଗ୍ରେସକୁ ଟାର୍ଗେଟ କରିଥିଲେ, ସେତିକି କଥା ବିଜେଡି ବିରୋଧରେ କହିନଥିଲେ । ହେଲିକପ୍ଟର ଯୋଗେ ଆସି ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିବା ପରେ ସେଠାରୁ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରିଥିଲେ ରାଜନାଥ ସିଂ । ସେଠାରେ ସେ କେନ୍ଦ୍ରରେ ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ କହିବା ସହ କଂଗ୍ରେସ ସରକାରକୁ ଟାର୍ଗେଟ କରିଥିଲେ । ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ କଣ କଣ କରିବ କହିଲେ, ହେଲେ ବିଜେଡିକୁ ବେଶ ଜଗିରଖି ଟାର୍ଗେଟ କରିଥିଲେ ସେ ।

ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଥିଲେ, "କଳାହାଣ୍ଡି ହେଉଛି ମା' ମାଣିକେଶ୍ବରୀଙ୍କ ମାଟି । ହେଲେ ଅନାହାର ଗରିବୀକୁ ନେଇ ପରିଚିତ କଳାହାଣ୍ଡି । ବଡ଼ ବଡ଼ ଲେଖକ ଓ ଗବେଶକ ଏଠାକୁ ଆସୁଥିଲେ ଗରିବୀର ଗବେଷଣା କରିବା ପାଇଁ ଆଉ ତାଙ୍କର ଲେଖା ପାଇଁ ଏହା ଗରିବୀର ଜିଲ୍ଲା ଭାବରେ ପରିଚିତ । କଂଗ୍ରେସ ଦୀର୍ଘ ବର୍ଷ ଧରି ଶାସନରେ ରହି ଗରିବୀ ହଟାଇ ପାରିଲା ନାହିଁ । ହେଲେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହୋଇଛି । ଆମ ସରକାର ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରତ୍ୟେକ ଅଞ୍ଚଳର ବିକାଶ ନହେଲେ ଭାରତ ବିକଶିତ ହୋଇପାରିବ ନାହିଁ । ଓଡ଼ିଶାରେ ବିଜେପିର ସରକାର ଆସିବା ମାତ୍ରେ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ଆୟୁଷ୍ମାନ କାର୍ଡ ଯୋଗାଇ ଦିଆଯିବ । ଯେଉଁଥିରେ ସମସ୍ତେ ବର୍ଷକୁ ୫ ଲକ୍ଷ୍ୟ ଟଙ୍କାର ମାଗଣା ସ୍ବାସ୍ଥ୍ୟସେବା ପାଇପାରିବେ । କାରଣ ମୋଦି ସରକାର ଯାହା କୁହନ୍ତି, ତାହା କରନ୍ତି ।" ସେ ଧାରା ୩୭୦ ହେଉ ଅବା ରାମ ମନ୍ଦିର ନିର୍ମାଣ, ସବୁଠି ଆମେ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି କହିଥିଲେ ରାଜନାଥ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀକ୍ଷେତ୍ରକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଜଗା ଦର୍ଶନ ସହ କରିବେ ପ୍ରଚାର - NITIN GADKARI Odisha Visit

ତେବେ ବିଜେଡି ବିରୋଧରେ ପଦୁଟିଏ କଡ଼ା କଥା କହିନଥିଲେ ରାଜନାଥ ସିଂ । ସେ ଯେଭଳି କଂଗ୍ରେସକୁ ଟାର୍ଗେଟ କରିଥିଲେ, ସେଭଳି ଟାର୍ଗେଟ ବିଜେଡିକୁ କରିନଥିଲେ । ରାଜନାଥଙ୍କ ସଭା ମଞ୍ଚରେ କଳାହାଣ୍ଡିର ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେବୀ, ଭବାନୀପାଟଣା ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର, ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ, ଧର୍ମଗଡ ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ସମେତ ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଓ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details