ଓଡିଶା

odisha

ETV Bharat / politics

ରାଇରଙ୍ଗପୁର ଓ ମୋରଡାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ହାଇଭୋଲ୍ଟେଜ ପ୍ରଚାର - Assam CM Campaign In Mayurbhanj

Assam CM Campaign In Mayurbhanj: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଆଜି ରାଇରଙ୍ଗପୁର ଓ ମୋରଡାରେ ପ୍ରଚାର କରିଛନ୍ତି । ଡବଲ ଇଞ୍ଜିନ ସରକାର ଆଣିବା ସହ ଓଡିଶାରୁ ଭଡାଟିଆ ତାମିଲ ସରକାରଙ୍କୁ ପରିବର୍ତ୍ତନ କରିବା ପାଇଁ ଆହ୍ବାନ ଦେଲେ ଆସାମ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Assam CM Campaign In Mayurbhanj
Assam CM Campaign In Mayurbhanj (ETV Bharat Odisha)

By ETV Bharat Odisha Team

Published : May 28, 2024, 11:00 PM IST

Updated : May 29, 2024, 6:59 AM IST

ରାଇରଙ୍ଗପୁର: ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି । ଏନେଇ ଉଭୟ ବିଜେଡ଼ି ଓ ବିଜେପି ଦଳର ଷ୍ଟାର ପ୍ରଚାରକ ମାନେ ଘନ ଘନ ମୟୂରଭଞ୍ଜ ଗସ୍ତ କରି ହାଇଭୋଲ୍ଟେଜ ପ୍ରଚାର ଜାରି ରଖିଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲାରେ ବିଜେପି ର ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ଗସ୍ତ ରହିଥିଲା । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବହଳଦା ଓ ମୋରଡା ନିର୍ବାଚନ ମଣ୍ଡଳୀର ଶୁଳିଆପଦା ଠାରେ ଆୟୋଜିତ ନିର୍ବାଚନୀ ଜନସଭାରେ ଯୋଗ ଦେଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବହଳଦା କାଙ୍କି ଠାରେ ଆୟୋଜିତ ନିର୍ବାଚନୀ ସଭା ମଞ୍ଚକୁ ପାଛୋଟି ଆଣିଥିଲେ ବିଜେପିର ବରିଷ୍ଠ ନେତା ଓ କର୍ମକର୍ତ୍ତା ।

Assam CM Campaign In Mayurbhanj (ETV Bharat Odisha)

ବିଶ୍ଵଶର୍ମା ନିଜ ଅଭିଭାଷଣରେ କହିଥିଲେ ଓଡ଼ିଶାରେ ଏ ଥର ବିଜେପିର ସରକାର ହେବାକୁ ଯାଉଛି । ତେଣୁ ଏଥର ଡବଲ ଇଞ୍ଜିନ ସରକାର ଗଠନ କରି ଡବଲ ବିକାଶ କରିବା ପାଇଁ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଜନ ସାଧାରଣଙ୍କୁ ଉଦବୋଧନ କରି ନିଜ ବକ୍ତବ୍ଯରେ ଓଡ଼ିଶା ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଦୀର୍ଘ ୨୫ ବର୍ଷ ଶାସନ ପରେ ବି ଓଡ଼ିଶାରେ ଆଖି ଦୃଶିଆ ପ୍ରଗତି ହୋଇନାହିଁ । ଖଣିଜ ପ୍ରାଚୁର୍ଯ୍ୟ ଭରା ଓଡିଶା ଶିଳ୍ପ ଓ କାରଖାନା ନ ଥିବାରୁ ଯୁବ ଓଡ଼ିଆ ଆଜି ଦାଦନ ମୁହାଁ । କୃଷକଙ୍କ ସଶକ୍ତିକରଣ ଶକ୍ତି ହରାଇଛି । ଖଣି ଅଞ୍ଚଳରେ ମଣିଷ ବଦଳରେ ମେସିନ କରୁଛି କାମ । ବିଜେପି ସରକାର ଆସିଲେ ମୋଦି ଗ୍ୟାରେଣ୍ଟି ଲାଗୁ ହେବ । ରାଜ୍ୟରେ ଖାଲି ପଡ଼ିଥିବା ୧ ଲକ୍ଷ ଚାକିରିକୁ ଖୁବଶୀଘ୍ର ପୂରଣ କରାଯିବ, ଜମିକୁ ଜଳ, ୩୦୦ ୟୁନିଟ ବିଦ଼୍ଯୁତ ବିଲ ଛାଡ, ଶିଳ୍ପ ପ୍ରତିଷ୍ଠା ହୋଇ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି, ଆୟୂଷ୍ମାନ ଯୋଜନା ଲାଗୁ, ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ମହିଳା ସୁରକ୍ଷା ଉପରେ ଗୁରୁତ୍ବ ଦେବ । ଏଥି ସହିତ ଧାନର ଏମଏସପି ମୂଲ୍ୟ 3100, ବାର୍ଦ୍ଧକ୍ୟ ଭତ୍ତା ତିନି ହଜାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପଚାଶ ହଜାର ମିଳିବ ବୋଲି ପ୍ରତିଶୃତି ଦେଇଥିଲେ ହିମନ୍ତ ।

ଏହା ମଧ୍ୟ ପଢନ୍ତୁ ...ପ୍ରବଳ ବର୍ଷାରେ ରୋଡ ସୋ’ କଲେ ଧର୍ମେନ୍ଦ୍ର, ମୟୂରଭଞ୍ଜରେ ମାଗିଲେ ଭୋଟ - BJP Leader Dharmendra Pradhan

ବିଜେପି ଏଥର ୪୦୦ ପାର ହେଲେ ଶ୍ରୀକୃଷ୍ଣ ଜନ୍ମସ୍ଥାନ, ଜ୍ଞାନ ବ୍ୟାପୀ ପୀଠ ଉଦ୍ଧାର, କାଶ୍ମୀରର ବିକାଶ ପାଇଁ ଅଧିକ ପଦକ୍ଷେପ ଓ ପାକ ଅଧିକୃତ ସ୍ଥାନକୁ ଫେରାଇ ଆଣିବା ଭଳି ବିଶାଳ ପଦକ୍ଷେପ ନେବେ । ତେଣୁ ଭାରତ ଏବଂ ଓଡିଶାରେ ବିଜେପିକୁ ବିପୁଳ ପରିମାଣରେ ଜିତାଇବାକୁ ପଡ଼ିବ ବୋଲି କହିଛନ୍ତି ହିମନ୍ତ ବିଶ୍ଵଶର୍ମା । ଓଡିଶାରୁ ଭଡାଟିଆ ତାମିଲ ସରକାରଙ୍କୁ ପରିବର୍ତ୍ତନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ । ଦଳୀୟ ସାଂସଦ ପ୍ରାର୍ଥୀ ନବଚରଣ ମାଝି ଏବଂ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜୋଲେନ ନାଏକଙ୍କ ପାଇଁ ଉପସ୍ଥିତ ଜନସାଧାରଣଙ୍କ ନିକଟରେ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜୋଲେନ ନାଏକ, ଓଡ଼ିଶା ପ୍ରଦେଶ ସଚିବ ନବୀନ ରାମଙ୍କ ସମେତ ବ୍ଲକ ସ୍ତରୀୟ ବିଜେପିର ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଏଠାରୁ କାର୍ଯ୍ୟକ୍ରମ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ମୋରଡା ନିର୍ବାଚନ ମଣ୍ଡଳୀ ଅଭିମୁଖେ ଯାତ୍ରା କରିଥିଲେ। ମୋରଡା ନିର୍ବାଚନ ମଣ୍ଡଳୀର ଶୁଳିଆପଦା ଠାରେ ଆୟୋଜିତ ନିର୍ବାଚନୀ ଜନସଭାରେ ଯୋଗ ଦେଇଥିଲେ ହିମନ୍ତ । ସେଠାରେ ମଧ୍ୟ ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ହଜାର ହଜାର ଲୋକ ଉପସ୍ଥିତ ରହିଥିଲେ । ଆୟୋଜିତ ଜନସଭାରେ ୨୫ ବର୍ଷ ଶାସନ ରେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା କହି ଓଡ଼ିଶା ସରକାରଙ୍କ ଉପରେ ବର୍ଷିଥିଲେ ଆସାମ ମଖ୍ୟମନ୍ତ୍ରୀ । ଏଥି ସହିତ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସବୁ ବଖାଣିଥିଲେ। ଶୁଳିଆପଦା ଠାରେ ସେ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ ଓ ମୋରଡା ବିଧାୟକ ପ୍ରାର୍ଥୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପାଇଁ ଜନସାଧାରଣଙ୍କ ନିକଟରେ ଭୋଟ ଭିକ୍ଷା କରିଥିଲେ। ଚଳିତ ଥର ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଜନସାଧାରଣ ଙ୍କ ନିକଟରେ ନିବେଦନ କରିଥିଲେ ହିମନ୍ତ । ଶୁଳିଆପଦା ଠାରେ ଆୟୋଜିତ ନିର୍ବାଚନୀ ଜନସଭାରେ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ, ବିଧାୟକ ପ୍ରାର୍ଥୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଓ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ସମେତ ବିଜେପିର ବରିଷ୍ଠ ନେତା ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : May 29, 2024, 6:59 AM IST

ABOUT THE AUTHOR

...view details