ଓଡିଶା

odisha

ETV Bharat / politics

ଦିଲ୍ଲୀ ବିମାନ ବନ୍ଦରରେ ଶଶି ଥରୁରଙ୍କ ସହଯୋଗୀଙ୍କଠୁ ସୁନା ଜବତ ! ଚନ୍ଦ୍ରଶେଖର କହିଲେ ସୁନା ତସ୍କରଙ୍କ ମେଣ୍ଟ - THAROOR AIDE HELD DELHI AIRPORT - THAROOR AIDE HELD DELHI AIRPORT

Tharoor Aide Held at Delhi airport: ଦିଲ୍ଲୀ ବିମାନ ବନ୍ଦରରେ ସୁନା ଜବତ । ଅଭିଯୁକ୍ତ ଶଶୀ ଥରୁରଙ୍କ ସହଯୋଗୀ ହୋଇଥିବା ଚର୍ଚ୍ଚା । ଟାର୍ଗେଟ କଲେ ଶଶୀଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର । ଅଧିକ ପଢନ୍ତୁ

ଦିଲ୍ଲୀ ବିମାନ ବନ୍ଦରରେ ଶଶି ଥରୁରଙ୍କ ସହଯୋଗୀଙ୍କ ଠାରୁ ସୁନା ଜବତ, ଚନ୍ଦ୍ରଶେଖର କହିଲେ ସୁନା ଟସ୍କରଙ୍କ ମେଣ୍ଟ
ଦିଲ୍ଲୀ ବିମାନ ବନ୍ଦରରେ ଶଶି ଥରୁରଙ୍କ ସହଯୋଗୀଙ୍କ ଠାରୁ ସୁନା ଜବତ, ଚନ୍ଦ୍ରଶେଖର କହିଲେ ସୁନା ଟସ୍କରଙ୍କ ମେଣ୍ଟ (ETV Bharat Odisha)

By ETV Bharat Odisha Team

Published : May 30, 2024, 12:51 PM IST

ନୂଆଦିଲ୍ଲୀ:ଦିଲ୍ଲୀ ବିମାନ ବନ୍ଦରରେ ଗତକାଲି ସୁନା ତସ୍କରୀ କରୁଥିବା ଅଭିଯୋଗରେ ଦୁଇଜଣ ଗିରଫ ହୋଇଛନ୍ତି । ବିମାନ ବନ୍ଦର କଷ୍ଟମ ବିଭାଗ ଉଭୟଙ୍କ ଠାରୁ ପ୍ରାୟ 5ଶହ ଗ୍ରାମର ସୁନା ଜବତ କରିଛି । ତେବେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ବ୍ୟକ୍ତିଗତ ସହଯୋଗୀ ଭାବେ ନିଜକୁ ପରିଚୟ ଦେଇଛନ୍ତି । ଅଭିଯୁକ୍ତଙ୍କ ନାମ ଶିବ କୁମାର ପ୍ରସାଦ ଓ ସେ ଶଶିଙ୍କ ସହଯୋଗୀ ବୋଲି ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି । ଅନ୍ୟଜଣଙ୍କ ସମ୍ପର୍କରେ ତଥ୍ୟ ସ୍ପଷ୍ଟ ହୋଇନି ।

ତେବେ ମିଳିଥିବା ସୂଚନା ଅନୁସାରେ, ସୁନା ଧରି ଜଣେ ବ୍ୟକ୍ତି ଦୁବାଇରୁ ଦିଲ୍ଲୀ ଆସିଥିଲେ । ଶିବ କୁମାର ତାଙ୍କୁ ରିସିଭ କରିବା ପାଇଁ ବିମାନ ବନ୍ଦର ଯାଇଥିଲେ । ତାଙ୍କ ପାଖରେ ଏରୋଡ୍ରୋମ ପରମିଟ କାର୍ଡ ଥିବା କାରରୁ ସେ ବିମାନ ବନ୍ଦର ଟର୍ମିନାଲ ମଧ୍ୟରେ ପ୍ରବେଶ ମଧ୍ୟ କରିଥିଲେ । ଯାତ୍ରୀଜଣକ ଟର୍ମିନାଲରେ ପହଞ୍ଚିବା ପରେ ଶିବ ତାଙ୍କ ଠାରୁ ଏକ ପ୍ୟାକେଟ ଗ୍ରହଣ କରିଥିଲେ । ଏହି ସମୟରେ ସନ୍ଦେହ ହେବାରୁ ସେଠାରେ ଥିବା କଷ୍ଟମ ଅଧିକାରୀମାନେ ଉଭୟଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ । ଉକ୍ତ ପ୍ୟାକେଟରୁ ପ୍ରାୟ 5ଶହ ଗ୍ରାମ ସୁନା ଜବତ କରାଯାଇଥିଲା ସୂଚନା ମିଳିଛି । ଉକ୍ତ ଯାତ୍ରୀଜଣଙ୍କ ଏହି ସୁନା ଧରି ଦୁବାଇରୁ ଦିଲ୍ଲୀ ଆସିଥିଲେ ଓ ଏହାକୁ ଶିବକୁମାରଙ୍କୁ ହସ୍ତାନ୍ତର କରିବାକୁ ଯାଉଥିବା ପ୍ରାଥମିକ ଭାବେ ଜଣାପଡିଛି । ଅନ୍ୟପଟେ ପ୍ରାଥମିକ ତଦନ୍ତରେ ଶିବ କୁମାର ନିଜକୁ ଶଶୀଙ୍କ ସହଯୋଗୀ ବୋଲି ପରିଚୟ ଦେଇଛି । ନିର୍ବାଚନ ସମୟରେ ଯଦି ଶିବ କୁମାରଙ୍କ ସମ୍ପୃକ୍ତି ଶଶୀଙ୍କ ପର୍ଯ୍ୟନ୍ତ ଥାଏ, ତେବେ ଶଶୀଙ୍କ ଅଡୁଆ ବଢିପାରେ ।

ଅନ୍ୟପଟେ ଏହି ଘଟଣାରେ କେରଳରେ ରାଜନୀତି ଆରମ୍ଭ ହୋଇସାରିଛି । ରାଜଧାନୀ ଥିରୁଅନନ୍ତପୁରମରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶଶିଙ୍କୁ ଟାର୍ଗେଟ କରିଛନ୍ତି । କେରଳରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ମଧ୍ୟ ଗୋଲ୍ଡ ସ୍ମଗ୍ଲିଂ ମାମଲାରେ ଗିରଫ ହୋଇଥିଲେ । ଏବେ ଏହି ଘଟଣା ପରେ ଏହାକୁ କଂଗ୍ରେସ-ସିପିଆଇ(ଏମ) ‘ଗୋଲ୍ଡ ସ୍ମଗ୍ଲର ମେଣ୍ଟ’ ବୋଲି ଚନ୍ଦ୍ରଶେଖର କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଶଶିଙ୍କ ପ୍ରତିକ୍ରିୟା ମିଳିପାରିନି ।

ଏହା ମଧ୍ୟ ପଢନ୍ତୁ :- ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଗିରଫ ହେବେ ପ୍ରଜ୍ବଳ ରେବନ୍ନା: କର୍ଣ୍ଣାଟକ ଗୃହମନ୍ତ୍ରୀ - Revanna Filed Anticipatory Bail

2020 ମସିହାରେ କେରଳରେ ବଡଧରଣର ଏକ ସୁନା ଟସ୍କରୀ ସାମ୍ନାକୁ ଆସିଥିଲା । ରାଜଧାନୀ ଥିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରାୟ 30 କି.ଗ୍ରା ସୁନା ଜବତ କରାଯାଇଥିଲା । ପରେ ଏହି ଘଟଣାରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ମଧ୍ୟ ଗିରଫ ହୋଇଥିଲେ । ବିଭିନ୍ନ ସମୟରେ କେରଳରେ ସୁନା ତସ୍କରୀର ମାମଲା ସାମ୍ନାକୁ ଆସିବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details