ଓଡିଶା

odisha

ETV Bharat / photos

ଅଣନିଶ୍ବାସୀ ଜାତୀୟ ରାଜଧାନୀ; ଅସମ୍ଭାଳ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ, ସର୍ବୋଚ୍ଚ ସ୍ତରରେ AQI - AIR QUALITY WORSENED IN DELHI

ଦିଲ୍ଲୀରେ ବାୟୁ ଗୁଣବତ୍ତା ପ୍ରଦୂଷଣର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୋମବାର ସକାଳେ ଧୂଆଁର ଘନ ଆସ୍ତରଣ ଅନେକ ଅଞ୍ଚଳକୁ ଆଚ୍ଛାଦିତ କରିଥିଲା । ଫଳରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ସୋମବାର ସକାଳ 7ଟାରେ ରେକର୍ଡ ହୋଇଥିବା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଜାତୀୟ ରାଜଧାନୀରେ 483 ଥିଲା । ଯାହାକି ଚଳିତ ଋତୁରେ ସର୍ବାଧିକ । (Photo Credit- ETV Bharat)

By ETV Bharat Odisha Team

Published : Nov 18, 2024, 9:02 PM IST

ନୂଆଦିଲ୍ଲୀରେ ବାୟୁ ଗୁଣବତ୍ତା 'ଗୁରୁତର' ଶ୍ରେଣୀରେ ପହଞ୍ଚିଥିବାରୁ ଧୂଆଁ ଯୋଗୁଁ କମ୍ ଦୃଶ୍ୟମାନତା ମଧ୍ୟରେ ଲୋକେ ଯାଉଛନ୍ତି । (Photo Credit- PTI)
ନୂଆଦିଲ୍ଲୀରେ ପ୍ରଦୂଷିତ ଧୂଆଁର ଘନ ବଳୟ ମଧ୍ୟରେ ଏକ ଟ୍ରାଫିକ ଲାଇଟ୍‌ ଉପରେ ବସିଛନ୍ତି ପାରା । (Photo Credit- AP)
ନୂଆଦିଲ୍ଲୀରେ ଜଣେ ମହିଳା ମାସ୍କ ପିନ୍ଧି ରାସ୍ତାରେ ଚାଲୁଛନ୍ତି । (Photo Credit- AP)
ଚାରିଆଡେ ଧୂଆଁମୟ (Photo Credit- AP)
ଧୂଆଁମୟ ପରିବେଶ ଭିତରେ ବାଇକ ଚଳାଉଛନ୍ତି ଜଣେ ଯାତ୍ରୀ । (Photo Credit- AP)
ନୂଆଦିଲ୍ଲୀର ଧୂଆଁମୟ ପରିବେଶ ମଧ୍ୟରେ ଲୋଧି ଉଦ୍ୟାନରେ ଯୋଗ କରୁଛନ୍ତି କିଛି ଲୋକ । (Photo Credit- AP)
ପ୍ରଦୂଷଣକୁ ନେଇ ସଚେତନତା ଅଭିଯାନର ଏକ ଅଂଶ ଭାବରେ ଦିଲ୍ଲୀ ବିଜେପି ମାସ୍କ ବଣ୍ଟନ କରୁଛି । (Photo Credit- PTI)
ମାସ୍କ ପିନ୍ଧି ଯାଉଛନ୍ତି ଯାତ୍ରୀ (Photo Credit- PTI)
ଧୂଆଁମୟ ପରିବେଶ ମଧ୍ୟରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି ଦିଲ୍ଲୀବାସୀ । (Photo Credit- AP)
ସହରକୁ ଧୂଆଁମୟ ପରିବେଶ ଘେରି ରହିଥିବା ବେଳେ ପ୍ରଦୂଷଣକୁ ରୋକିବା ଲାଗି ଦିଲ୍ଲୀ ସରକାରଙ୍କ ଏକ ଯାନ ପାଣି ସ୍ପ୍ରେ କରୁଛି । (Photo Credit- AP)

ABOUT THE AUTHOR

...view details