ଓଡିଶା

odisha

ETV Bharat / photos

ହାତକୁ ଦି' ହାତ ହେଲେ ସୁରଭୀ ଚନ୍ଦନା, ପ୍ରେମିକ କରଣ ଶର୍ମାଙ୍କୁ କଲେ ସାତ ଜନ୍ମର ସାଥୀ - ବିବାହ କଲେ ସୁରଭୀ ଚନ୍ଦନା

Surbhi Chandna Wedding: ଟିଭି ଅଭିନେତ୍ରୀ ସୁରଭୀ ଚନ୍ଦନା ତାଙ୍କର ଦୀର୍ଘ ଦିନର ପ୍ରେମିକ କରଣ ଶର୍ମାଙ୍କୁ ମାର୍ଚ୍ଚ ୨ ରେ ବିବାହ କରିଛନ୍ତି । ସେ ଜୟପୁରର ଚୋମୁ ପ୍ୟାଲେସ ହୋଟେଲରେ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ଅଭିନେତ୍ରୀ ବିବାହର ଅନେକ ଫଟୋ ସେୟାର କରି ଝଲକ ଦେଖାଇଛନ୍ତି ।

By ETV Bharat Odisha Team

Published : Mar 5, 2024, 6:01 PM IST

ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ସୁରଭୀ ଚନ୍ଦନା ।
ବ୍ୟବସାୟୀ ବୟଫ୍ରେଣ୍ଡ କରଣ ଶର୍ମାଙ୍କୁ ସାତ ଜନ୍ମର ସାଥୀ କଲେ ସୁରଭୀ ।
ମାର୍ଚ୍ଚ ୨ରେ ଜୟପୁରର ଚୋମୁ ପ୍ୟାଲେସ ହୋଟେଲରେ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ।
ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ବିବାହର ଅନେକ ଫଟୋ ସେୟାର କରି ଝଲକ ଦେଖାଇଛନ୍ତି ।
୧୩ ବର୍ଷ ଡେଟିଂ କରିବା ପରେ ବର୍ତ୍ତମାନ କରଣ ଶର୍ମାଙ୍କୁ ବିବାହ କରିଛନ୍ତି ସୁରଭୀ ।
୨୦୨୨ ଡିସେମ୍ବର ୯ରେ କରଣ ଶର୍ମାଙ୍କ ଜନ୍ମଦିନରେ ନିଜ ସମ୍ପର୍କକୁ ନେଇ ଘୋଷଣା କରିଥିଲେ ।
୨୦୨୪ରେ ମାର୍ଚ୍ଚ ୨ରେ ହାତକୁ ଦି'ହାତ ହୋଇଛନ୍ତି କରଣ ଏବଂ ସୁରଭୀ ।
ସୁରଭୀ ଚନ୍ଦନା ୨୦୦୯ରେ ଟିଭିର ଲୋକପ୍ରିୟ ଶୋ' 'ତାରକ ମେହତା କା ଓଲଟା ଚଷମା' ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ।
ଏହାପରେ ତାଙ୍କୁ ଷ୍ଟାର ଫ୍ଲସର ଲୋକପ୍ରିୟ ଶୋ' 'ଇସକବାଜ' ଅଫର ମିଳିଥିଲା । ଏହି ସିରିଏଲ ସୁରଭୀଙ୍କୁ ସଫଳତା ସହ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା ।
ସୁରଭୀ 'ସଞ୍ଜୀବନୀ', 'ନାଗିନ ୫', 'ଶେରଦିଲ ଶେରଗିଲ' ଭଳି ଶୋ'ର ମଧ୍ୟ ଅଂଶ ରହିଛନ୍ତି ।

ABOUT THE AUTHOR

...view details