ଓଡିଶା

odisha

ETV Bharat / photos

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ, ଲକ୍ଷଲକ୍ଷ ଭକ୍ତ ଗହଣରେ ରତ୍ନବେଦୀରୁ ସ୍ନାନବେଦୀକୁ ଗଲେ ମହାପ୍ରଭୁ - Snana Yatra 2024 - SNANA YATRA 2024

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ସୁରୁଖୁରୁରରେ ଚାଲିଛି । ରତ୍ନବେଦୀରୁ ଆସି ସ୍ନାନବେଦୀରେ ଦିବ୍ୟ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି ଜାରି ରହିଛି । ଧାଡିପହଣ୍ଡିରେ ଆସି ରାମକୃଷ୍ଣ, ମଦନମୋହନ, ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା, ଶ୍ରୀଜଗନ୍ନାଥ ସ୍ନାନବେଦୀରେ ବିଜେ କରିସାରିଛନ୍ତି । (@JagannathaDhaam)

By ETV Bharat Odisha Team

Published : Jun 22, 2024, 11:02 AM IST

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରତ୍ନବେଦୀରୁ ସ୍ନାନବେଦୀକୁ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ । ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ନିକଟରୁ ପାଇ ଭାବବିହ୍ୱଳ ହୋଇପଡୁଛନ୍ତି । (@JagannathaDhaam)
ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବଃ ତୁମେ... ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନ କରିବେ କାଳିଆ ସାଆନ୍ତେ । ରତ୍ନବେଦୀରୁ ସ୍ନାନବେଦୀକୁ ଝୁଲି ଝୁଲି ଆସୁଛନ୍ତି କାଳିଆ ସୁନା । (@JagannathaDhaam)
ସ୍ନାନମଣ୍ଡପରେ ପ୍ରଭୁ ଜଗନ୍ନାଥ , ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପ୍ରତ୍ୟେକ୍ଷ ସ୍ନାନ କରିଥାନ୍ତି । ସ୍ନାନବେଦୀକୁ ବିଜେ କରୁଛନ୍ତି ବଡଠାକୁର । (@JagannathaDhaam)
ଧାଡି ପହଣ୍ଡିରେ ଝୁଲି ଝୁଲି ସ୍ନାନବେଦୀକୁ ଆସିଲେ ବଡଠାକୁର । ପ୍ରଥମେ ବଡ ଭାଇ ପହଣ୍ଡି ହୋଇ ଆସିବା ପରେ ପଛରେ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ଆସିଛନ୍ତି । (@JagannathaDhaam)
ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତେ । ସୁନ୍ଦର ଟାହିଆରେ ସଜେଇ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ । (@JagannathaDhaam)

ABOUT THE AUTHOR

...view details