ଓଡିଶା

odisha

ETV Bharat / photos

ସିଡ-କିଆରାଙ୍କ ପ୍ରଥମ ବିବାହ ବାର୍ଷିକୀ; ଏମିତି ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ - Sidharth Kiara Wedding Anniversary

Sid-Kiara 1st Wedding Anniversary: ବଲିଉଡର ଲୋକପ୍ରିୟ ଦମ୍ପତି କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମଲହୋତ୍ରା ଫେବୃଆରୀ ୭, ୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଜି ଏହି ଦମ୍ପତି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ଦୁହିଁଙ୍କର ଲଭଷ୍ଟୋରୀ କେବେ ଏବଂ କିପରି ଆରମ୍ଭ ହୋଇଥିଲା ? ଜାଣନ୍ତୁ

By ETV Bharat Odisha Team

Published : Feb 7, 2024, 2:22 PM IST

ବଲିଉଡର ଲୋକପ୍ରିୟ ଷ୍ଟାର ଦମ୍ପତିଙ୍କ ମଧ୍ୟରେ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ନାମ ଅନ୍ୟତମ
ସିଡ-କିଆରା ଫେବୃଆରୀ ୭, ୨୦୨୩ରେ ସାତ ଜନ୍ମର ସାଥୀ ହୋଇଥିଲେ
ଆଜି ଅର୍ଥାତ୍ ଫେବୃଆରୀ ୭, ୨୦୨୪ରେ ସିଦ୍ଧାର୍ଥ ଏବଂ କିଆରା ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି
'ଲଷ୍ଟ ଷ୍ଟୋରୀ'ର ରାପ୍ ପାର୍ଟିରେ ସିଡ-କିଆରା ପ୍ରଥମ ଥର ଦେଖା ହୋଇଥିଲେ । ପ୍ରଥମ ଦେଖାରେ ହିଁ ଦୁହେଁ ପରସ୍ପରକୁ ମନ ଦେଇଥିଲେ ।
ସିଡ-କିଆରା 'ଶେରଶାହା' ଫିଲ୍ମରେ ଏକାଠି କାମ କରିବାର ସୁଯୋଗ ପାଇଲେ, ଏଠାରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା ।
ଏହାପରେ ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥିବା ବେଳେ ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା
ଏହି ଚର୍ଚ୍ଚା ମଧ୍ୟରେ ୨୦୨୩ରେ ରାଜସ୍ଥାନର ସୂର୍ଯ୍ୟଗଡ ପ୍ୟାଲେସରେ ଉଭୟ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ
ବିବାହ ପୂର୍ବରୁ ଏହି ଦମ୍ପତି ସେମାନଙ୍କ ସମ୍ପର୍କ ଏବଂ ବିବାହ ଯୋଜନାକୁ ଲୁଚାଇ ରଖିଥିଲେ
ଆଜି ଏହି ଦମ୍ପତିଙ୍କ ବିବାହକୁ ବର୍ଷେ ପୂରିଥିବା ବେଳେ ସିଡ-କିଆରା ଏବେ ଏକ ସୁଖମୟ ଜୀବନ ବିତାଉଛନ୍ତି

ABOUT THE AUTHOR

...view details