ଓଡିଶା

odisha

ETV Bharat / photos

ରଥାରୂଢ଼ ଦାରୁବ୍ରହ୍ମଙ୍କ ମଙ୍ଗଳ ଆଳତି ନୀତି, ଅପୂର୍ବ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ - Lord Jagannath Mangala Alati - LORD JAGANNATH MANGALA ALATI

ପୁରୀ: ନଅ ଦିନର ଲୀଲାଖେଳା ସାରି ପୁଣି ସିଂହଦ୍ୱାର ବାହୁଡିଛନ୍ତି ଶ୍ରୀଜିଉ । ରଥାରୂଢ ମହାବାହୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସେପଟେ ରଥାରୂଢ ତିନି ଠାକୁର ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ରଥ ଉପରେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମଙ୍ଗଳ ଆଳତି କରିଛନ୍ତି । ଆସନ୍ତାକାଲି ସୁନାବେଶରେ ମହଣ ମହଣ ସୁନାରେ ସଜ୍ଜିତ ହେବେ ଶ୍ରୀଜିଉ । (@SJTA_Puri)

By ETV Bharat Odisha Team

Published : Jul 16, 2024, 1:57 PM IST

ଜନ୍ମବେଦୀରେ ନଅ ଦିନର ଲୀଲାଖେଳା ସାରି ପୁଣି ସିଂହଦ୍ୱାର ବାହୁଡିଛନ୍ତି ଶ୍ରୀଜିଉ । (@SJTA_Puri)
ସିଂହଦ୍ୱାରରେ ଲାଗିଛି ତିନି ରଥ । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । (@SJTA_Puri)
ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ । ରଥ ଉପରେ ମହଣ ମହଣ ସୁନା ଅଳଙ୍କାରରେ ଝଟକିବେ ଦାରୁଦିଅଁ । (@SJTA_Puri)
ଶୁକ୍ରବାର ନୀଳାଦ୍ରିବିଜେରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦାରୁବ୍ରହ୍ମ । (@SJTA_Puri)
ରଥାରୂଢ ମହାବାହୁଙ୍କ ରଥ ଉପରେ ହୋଇଛି ମଙ୍ଗଳ ଆଳତି ନୀତି । (@SJTA_Puri)
ବିଶ୍ୱନିୟନ୍ତାଙ୍କ ପରେ ବଡ଼ ଠାକୁର ବଳଭ୍ରଦ ଏବଂ ଭଉଣୀ ସୁଭଦ୍ରାଙ୍କ ହୋଇଛି ମଙ୍ଗଳ ଆଳତୀ । (@SJTA_Puri)
ସୁନାବେଶ ପରଦିନ ଅଧରପଣା ନୀତି ଅନୁଷ୍ଠିତ ହେବ । ଚଣ୍ଡି ଚାମୁଣ୍ଡାଙ୍କୁ ସନ୍ତୁଷ୍ଟ କରି ଶ୍ରୀମନ୍ଦିରକୁ ପ୍ରବେଶ କରିବେ ତିନିଠାକୁର । (@SJTA_Puri)

ABOUT THE AUTHOR

...view details