ପୁରୀ:ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଚଳଚଞ୍ଚଳ ପୁରୀ ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଗତକାଲି ସୁଦ୍ଧା ତିନି ରଥର ୪୨ ଚକ ନିର୍ମାଣ ଶେଷ ହୋଇଥିଲା । ତିନି ରଥର ପାଞ୍ଚ ଦଣ୍ଡା ଚଉପଟ ସହ ଚାରି ନାହାକା ନିର୍ମାଣ ଚାଲିଛି। ପରମ୍ପରା ଅନୁଯାୟୀ ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ, ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ। (Rath Yatra 2024)