ETV Bharat / photos
ରାମଲାଲାଙ୍କ ପ୍ରେମରେ ଦେଶୀ ଗାର୍ଲ, ଫଟୋ ସେୟାର କରି ଦେଖାଇଲେ ଝଲକ - PRIYANKA CHOPRA VISITS RAM MANDIR - PRIYANKA CHOPRA VISITS RAM MANDIR
![](https://etvbharatimages.akamaized.net/etvbharat/prod-images/21-03-2024/1200-675-21036563-thumbnail-16x9-p.jpg)
Priyanka Chopra Visits Ram Mandir: ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ସପରିବାର ସହ ଭାରତରେ ରହିଛନ୍ତି । ଏହି ସମୟରେ ସେ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତୀ ମେରିଙ୍କ ସହ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଖନ୍ତୁ ଫଟୋ
ରାମଲାଲାଙ୍କ ଦର୍ଶନ କଲେ ଗ୍ଲୋବାଲ ତାରକା ପ୍ରିୟଙ୍କା ଚୋପ୍ରା ।ଏହି ସମୟରେ ସ୍ୱାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ ଏବଂ ଝିଅ ମାଲତୀ ମେରି ମଧ୍ୟ ପ୍ରିୟଙ୍କାଙ୍କ ସହ ରାମଲାଲାଙ୍କ ଦର୍ଶନ କରିଛନ୍ତି ।ପ୍ରିୟଙ୍କା ଚୋପ୍ରା ହଲଦିଆ ରଙ୍ଗର ଶାଢୀରେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି ।ନିକ ଜୋନାସଙ୍କୁ କ୍ରିମ ରଙ୍ଗର କୁର୍ତ୍ତାରେ ଦେଖିବାକୁ ମିଳିଛି ।ଏହି ସମୟରେ ପ୍ରିୟଙ୍କାଙ୍କା ମାଆ ମଧୁ ମଧ୍ୟ ତାଙ୍କ ସହ ରାମ ମନ୍ଦିର ପରିଦର୍ଶନ କରିଛନ୍ତି ।ଏହି ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ଜୟ ଶ୍ରୀ ରାମ । ପରିବାର ଏବଂ ମାଲତୀଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ରହୁ ।ଜାନୁଆରୀ 22ରେ ରାମ ମନ୍ଦିର ଉଦଘାଟନୀ ସମାରୋହରେ ପ୍ରିୟଙ୍କା ଭାରତରେ ନଥିଲେ । ଏଣୁ ସେ ସେହି ସମୟରେ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ।ପ୍ରିୟଙ୍କା ଚୋପ୍ରା ଗତ ୧୫ରେ ଝିଅ ମାଲତୀ ମେରିଙ୍କ ସହ ମୁମ୍ବାଇ ଆସିଥିଲେ ।ତେବେ ମାଲତୀ ମେରିଙ୍କ ସହ ପ୍ରିୟଙ୍କାଙ୍କ ଦ୍ୱିତୀୟ ଗସ୍ତ, ସେ ହୋଲି ପର୍ବ ଭାରତରେ ପାଳନ କରିବେ ବୋଲି କୁହାଯାଉଛି । Last Updated : Mar 21, 2024, 1:35 PM IST