ଓଡିଶା

odisha

By ETV Bharat Odisha Team

Published : Jun 19, 2024, 3:58 PM IST

ETV Bharat / photos

ନାଳନ୍ଦା ବିଶ୍ବବିଦ୍ୟାଳୟର ନବକଳେବର , ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ନୂତନ କ୍ୟାମ୍ପସ୍‌ - Nalanda University

ହାଇଦ୍ରାବାଦ: 1193 ମସିହାରେ ବକ୍ତିଆର ଖିଲଜୀଙ୍କ ଦ୍ବାରା ଜଳା ଯାଇଥିବା ନାଳନ୍ଦା ବିଶ୍ବବିଦ୍ୟାଳୟ ଆଜି ପୁଣି ଫେରି ପାଇଛି ତାର ଅସ୍ଥିତ୍ବ । ଆଜି( ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଳନ୍ଦାର ନୂତନ କ୍ୟାମ୍ପସ୍‌ ପ୍ରତିଷ୍ଠା କରିଛନ୍ତି। ନୂତନ କ୍ୟାମ୍ପସର ସହିତ ପୁରୁଣା ନାଳନ୍ଦାର ଧ୍ବଂସାବଶେଷ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ। ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଏକ୍ସରେ ସେୟାର କରିଛନ୍ତି। (X (@narendramodi))
ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ (X (@narendramodi))
ଆଜି ନୂଆ କ୍ୟାମ୍ପସ୍ ଉଦଘାଟନ କରିବା ସହ ନାଳନ୍ଦା ବିଶ୍ୱବିଦ୍ୟାଳୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ (X (@narendramodi))
ଉଦଘାଟନ କରିବା ସହିତ ମୋଦି ନାଳନ୍ଦା ବିଶ୍ୱ ବିଦ୍ୟାଳୟର ପ୍ରଶଂସା କରିଛନ୍ତି (X (@narendramodi))
ଆଜି ସକାଳ 10.30ରେ ରାଜଗିରରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ (X (@narendramodi))
ପୁରାତନ ନାଲନ୍ଦା ବିଶ୍ୱବିଦ୍ୟାଳୟ ଯେଉଁଠି ଥିଲା ସେହି ଅଞ୍ଚଳ ପାଖରେ ୪୫୫ ଏକର ଜମିରେ ନୂଆ କ୍ୟାମ୍ପସ୍ ନିର୍ମାଣ ହୋଇଛି (X (@narendramodi))
୧୭୪୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନାଳନ୍ଦା ବିଶ୍ବବିଦ୍ୟାଳୟ (X (@narendramodi))
ଆମର ଗୌରବମୟ ଅଂଶ ସହ ନାଳନ୍ଦାର ଏକ ଦୃଢ ସଂଯୋଗ ରହିଛି ବୋଲି ମୋଦି ନିଜ ପୋଷ୍ଟରେ ଲେଖିଛନ୍ତି (X (@narendramodi))
ଏବେ ଯାଏଁ ୨୦ରୁ ଅଧିକ ରାଷ୍ଟ୍ରର ଛାତ୍ରଛାତ୍ରୀ ନାଳନ୍ଦାରେ ଆଡମିଶନ୍ ନେଇଥିବା ସୂଚନା ମିଳିଛି (X (@narendramodi))
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାମ୍ପସ ପରିସରରେ ଗଛ ଲଗାଇବା ବେଳର ଫଟୋ (X (@narendramodi))

ABOUT THE AUTHOR

...view details