ଓଡିଶା

odisha

ନ୍ୟୁ ନ୍ୟାସନାଲ କ୍ରସ ମନୁ ଭାକର ! ଜିତିଲେ ଅଲିମ୍ପିକ୍ସରେ ପ୍ରଥମ ପଦକ, ବନିଗଲେ ଫ୍ୟାନ୍ସଙ୍କ ହୃଦୟର ରାଣୀ - National Crush Manu Bhaker

By ETV Bharat Sports Team

Published : Jul 29, 2024, 11:57 AM IST

National Crush Manu Bhaker: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି ୨୨ ବର୍ଷୀୟ ମନୁ ଭାକର । ଦେଶ ପାଇଁ ବିଜୟର ଖାତା ଖୋଲିଥିବା ମନୁ ଏବେ ନ୍ୟାସନାଲ କ୍ରସ ସାଜିଛନ୍ତି । ସୋସିଆଲ ମିଡିଆରେ ମନୁ ଭାକରଙ୍କ ଦକ୍ଷତା ଏବଂ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ମନୁ ଭାକରଙ୍କ କ୍ୟାରିଅର ବିଷୟରେ ଜାଣନ୍ତୁ, (IANS)
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରି ଇତିହାସ ରଚିଛନ୍ତି ହରିୟାଣାର ମନୁ ଭାକର । (@bhakermanu, instagram)
ମାତ୍ର ୨୨ ବର୍ଷରେ ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ମନୁ ବ୍ରୋଞ୍ଜ ପଦକ ସହ ଅଲିମ୍ପିକ ପଦକ ଜିତିଛନ୍ତି । (@bhakermanu, instagram)
ମନୁ ୧୦ ମିଟର ଏୟାର ରାଇଫଲ ଫାଇନାଲ ଇଭେଣ୍ଟରେ 221.7 ସ୍କୋର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । (@bhakermanu, instagram)
ବର୍ତ୍ତମାନ ମନୁଙ୍କ ଏହି ମହାନ ବିଜୟ ପାଇଁ ସାରା ଦେଶ ଗର୍ବିତ ଥିବା ବେଳେ ସବୁଆଡୁ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । (@bhakermanu, instagram)
ଏତେ କମ ବୟସରେ ସଫଳତା ହାସଲ କରିଥିବା ନେଇ ବର୍ତ୍ତମାନ ଶିରୋନାମାରେ ରହିଛନ୍ତି ମନୁ । (@bhakermanu, instagram)
ସୋସିଆଲ ମିଡିଆରେ ମନୁଙ୍କ ଦକ୍ଷତା ଏବଂ ସୌନ୍ଦର୍ଯ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । (@bhakermanu, instagram)
ଫ୍ୟାନ୍ସ ତାଙ୍କ ଅନ୍ଦାଜ ଦେଖି ଫିଦା ହେବା ସହ ସେ ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରାଙ୍କୁ ବି ସୌନ୍ଦର୍ଯ୍ୟରେ ପଛରେ ପକାଇଛନ୍ତି ବୋଲି କହିଛନ୍ତି । (@bhakermanu, instagram)
ବାପା ରାମ କିଶନ ଭାକରଙ୍କ ଠାରୁ ଶୁଟିଂରେ ପ୍ରେରିତ ହୋଇଥିଲେ ମନୁ । ୧୪ ବର୍ଷ ବୟସରୁ ସେ ସୁଟିଂରେ କ୍ୟାରିଆର ଆରମ୍ଭ କରିଥିଲେ । (@bhakermanu, instagram)
ମନୁ କରାଟେରେ ଜାତୀୟ ସ୍ତରରେ ପଦକ ମଧ୍ୟ ହାସଲ କରିଛନ୍ତି । ସେହିପରି ସ୍କେଟିଂରେ ରାଜ୍ୟ ପଦକ ଜିତିଛନ୍ତି। ସ୍କୁଲରେ ପଢିବା ସମୟରେ ସନ୍ତରଣ ଓ ଟେନିସରେ ମଧ୍ୟ ଭାଗ ନେଉଥିଲେ। (@bhakermanu, instagram)
ସୁଟିଂରେ ମାହିର ଥିବା ମନୁ ପୂର୍ବରୁ କରାଟେ, ସ୍କେଟିଂ, ସନ୍ତରଣ ଏବଂ ଟେନିସ ଖେଳିଥିଲେ । (@bhakermanu, instagram)
ମନୁ ବୁଏନୋସ୍ ଆଇରେସ୍ 2018 ରେ ଯୁବ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ୨୦୨୩ରେ ଏସୀୟ ଗେମ୍ସରେ ମହିଳା 25 ମିଟର ଦଳ ପିସ୍ତଲ ଟାଇଟଲ ଜିତିଥିଲେ। (@bhakermanu, instagram)

ABOUT THE AUTHOR

...view details