ଇଣ୍ଟରନେଟର ପାରା ବଢାଇଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜାହ୍ନବୀ କପୁର ।. ଜାହ୍ନବୀ କପୁର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ନିଜ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି ।. ସେୟାର କରିଥିବା ଫଟୋରେ ଜାହ୍ନବୀ ଲାଲ ଶୀଢୀ ସହ ଦେଶୀ ଲୁକରେ ନଜର ଆସିଛନ୍ତି ।. ଜାହ୍ନବୀଙ୍କ ଏହି ଫଟୋକୁ ଏକ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିବା ସହ ଅଭିନେତ୍ରୀଙ୍କ ଖୁବ ପ୍ରଶଂସା କରିଛନ୍ତି ।. ଜାହ୍ନବୀଙ୍କ ଲାଲ ଶାଢୀ ସହ ଭାରୀ ଅଳଙ୍କାରରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ।. ନିକଟରେ (ଅଗଷ୍ଟ ୨)ରେ ରିଲିଜ ହୋଇଥିବା ଫିଲ୍ମ 'ଉଲଝ' ରେ ଜାହ୍ନବୀଙ୍କୁ ଦେଖିବାକୁ ମିଳିଥିଲା ।. ଜାହ୍ନବୀ କପୁର 'ଉଲଝ'ରେ ଜଣେ ଭାରତୀୟ ବନ ସେବା ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ଦେଶପ୍ରେମ ଉପରେ ଆଧାରିତ. ବର୍ତ୍ତମାନ ଖୁବଶୀଘ୍ର ଜାହ୍ନବୀଙ୍କୁ ଫିଲ୍ମ 'ଦେବରା'ରେ ସାଉଥ ଷ୍ଟାର ଜୁନିଅର ଏନଟିଆରଙ୍କ ସହ ଦେଖିବାକୁ ମିଳିବ ।. ଅକ୍ଟୋବର ୧୦ ତାରିଖରେ ଦଶହରା ଅବସରରେ ରିଲିଜ ହେବ ଏହି ଫିଲ୍ମ ।. ନିକଟରେ ଫିଲ୍ମର ରୋମାଣ୍ଟିକ ଗୀତ 'ଧୀରେ ଧୀରେ' ରିଲିଜ ହୋଇଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ।