ଓଡିଶା

odisha

କ୍ୟାଟ୍ରିନା@41; ଫିଲ୍ମ ପାଇଁ ଏତେ ଚାର୍ଜ କରନ୍ତି କ୍ୟାଟ୍, ଜାଣନ୍ତୁ ଅଭିନେତ୍ରୀଙ୍କ ନେଟୱର୍ଥ କେତେ ? - Katrina Kaif Net Worth

By ETV Bharat Odisha Team

Published : Jul 16, 2024, 4:41 PM IST

Katrina Kaif Birthday: କ୍ୟାଟ୍ରିନା କୈଫ ବଲିଉଡର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସେ ନିଜ ଅଭିନୟ ଓ ଡ୍ୟାନ୍ସରେ ଲୋକଙ୍କ ମନ ଜିତିଛନ୍ତି । ତେବେ ଆପଣ ଜାଣନ୍ତି କି, ଅଭିନେତ୍ରୀଙ୍କ ଆୟ ସ୍ୱାମୀ ବିକି କୌଶଲଙ୍କ ଠାରୁ ମଧ୍ୟ ଅଧିକ । ଆଜି ତାଙ୍କ ଜନ୍ମଦିନରେ ଜାଣନ୍ତୁ, ଗୋଟିଏ ଫିଲ୍ମ ପାଇଁ କେତେ ଚାର୍ଜ କରନ୍ତି ଏବଂ ତାଙ୍କ ନେଟୱର୍ଥ କେତେ ? (@katrinakaif, Instagram)
ଆଜି, ଜୁଲାଇ ୧୬ରେ ୪୧ ବର୍ଷରେ ପାଦ ଥାପିଲେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ (@katrinakaif, Instagram)
କ୍ୟାଟ୍ରିନା ନିଜ ଲୁକ, ଅଭିନୟ ଓ ଡ୍ୟାନ୍ସ ମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । (@katrinakaif, Instagram)
ସୋସିଆଲ ମିଡିଆରେ ମଧ୍ୟ ଅଭିନେତ୍ରୀଙ୍କ ଅନେକ ଫୋଲର୍ସ ରହିଛନ୍ତି । ଇନଷ୍ଟାଗ୍ରାମରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଫଲୋ କରିଛନ୍ତି । (@katrinakaif, Instagram)
ରିପୋର୍ଟ ଅନୁସାରେ, କ୍ୟାଟ୍ରିନା କୈଫଙ୍କ ସମ୍ପତ୍ତି ମୂଲ୍ୟ ତାଙ୍କ ସ୍ୱାମୀ ବିକି କୌଶଲଙ୍କ ତୁଳନାରେ ବହୁତ ଅଧିକ । (@katrinakaif, Instagram)
କ୍ୟାଟ୍ରିନା ଏକ ଚଳଚ୍ଚିତ୍ର ପାଇଁ ପ୍ରାୟ ୧୨ କୋଟି ଟଙ୍କା ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ପ୍ରାୟ ୬ରୁ ୭ କୋଟି ଟଙ୍କା ଚାର୍ଜ କରନ୍ତି । (@katrinakaif, Instagram)
ଏହିପରି କ୍ୟାଟ୍ ଙ୍କ ବାର୍ଷିକ ଆୟ ପ୍ରାୟ ୩୦ରୁ ୩୫ କୋଟି ଟଙ୍କା । (@katrinakaif, Instagram)
ସେହିପରି ବିକି ଏକ ଚଳଚ୍ଚିତ୍ର ପାଇଁ ପ୍ରାୟ ୩ରୁ ୪ କୋଟି ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୨ରୁ ୩ କୋଟି ଟଙ୍କା ଚାର୍ଜ କରନ୍ତି । (@katrinakaif, Instagram)
ଏହିପରି କ୍ୟାଟ୍ରିନାଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୬୦ କୋଟିରୁ ଅଧିକ ଟଙ୍କା ହୋଇଥିବା ବେଳେ ବିକିଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୧ କୋଟି ଟଙ୍କା । (@katrinakaif, Instagram)
କ୍ୟାଟ୍ରିନାଙ୍କ ବାନ୍ଦ୍ରାଠାରେ 3BHK ଆପାର୍ଟମେଣ୍ଟ ଅଛି ଯାହାର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା । (@katrinakaif, Instagram)
କ୍ୟାଟ୍ରିନାଙ୍କ ଲଣ୍ଡନରେ ଏକ ବଙ୍ଗଳା ଅଛି ଯାହାର ମୂଲ୍ୟ 7-8 କୋଟି ଟଙ୍କା । (@katrinakaif, Instagram)
କ୍ୟାଟ୍ରିନାଙ୍କର କାର୍ କଲେକ୍ସନ୍ ମଧ୍ୟରେ ଅଡି, ମର୍ସିଡିଜ୍, ରେଞ୍ଜ ରୋଭର ଅନ୍ତର୍ଭୁକ୍ତ । (@katrinakaif, Instagram)
ଡିସେମ୍ୱର ୯, ୨୦୨୧ ମସିହାରେ ରାଜସ୍ଥାନରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବିବାହ କରିଥିଲେ । (@katrinakaif, Instagram)
ବିକି କ୍ୟାଟ୍ରିନାଙ୍କ ଯୋଡିକୁ ଫ୍ୟାନ୍ସ ମଧ୍ୟ ଅଧିକ ପସନ୍ଦ କରୁଥିବା ବେଳେ ଦମ୍ପତି କେବେ ଗୁଡ ନ୍ୟୁଜ ଦେବେ ତା'ଉପରେ ନଜର । (@katrinakaif, Instagram)

ABOUT THE AUTHOR

...view details