ଅନୁକୂଳ ପୂଜା ପୂର୍ବକ 3 ରଥର 'ଚାରି ନାହାକା' ଉଠି ରଥ ପାର୍ଶ୍ଵ ଦଣ୍ଡାମାନଙ୍କରେ ଗୁଜ ଓ ଜଳଯନ୍ତ୍ର ଖଞ୍ଜାଜାଇ ଗୁଜ ଉପରେ ବିରାଡ଼ି ପଡ଼ିଛି. 3 ରଥର ଦୁଇଟି ଲେଖାଏଁ ପାର୍ଶ୍ଵ ଗୟଳ ସେଟିଂ କରାଯାଇଛି. 3 ରଥରେ ଛନ୍ଦା ଗୟଳ ପଡ଼ିଛି. ରଥ ସମ୍ମୁଖ ଭାଗ ଏବଂ ପଛ ଭାଗରେ 2ଟି ଲେଖାଏଁ ବଡ ଛନ୍ଦା ଗୟଳ ପଡ଼ି ଦଉଡ଼ିରେ ବାନ୍ଧେଣୀ ପଡ଼ିଛି. 3 ରଥର ୧୬ଟି ଛନ୍ଦା ଗୟଳରୁ ୮ଟି ଛନ୍ଦା ଗୟଳର ଚଉପଟ ଶେଷ ହୋଇଛି. 3 ରଥର ପ୍ରଥମ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି. 3 ରଥର ମହାରଣା ସେବକମାନେ ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି. 3 ରଥ ଦୁଇଟି ଲେଖାଏଁ ଛନ୍ଦା ଗୟଳ ଚଉପଟ କାର୍ଯ୍ୟ ଜାରି ରହିଛି