ହାଇଦ୍ରାବାଦ: ବିଶ୍ବ ବାଣିଜ୍ୟ ସଂଗଠନ(WTO)ର 13ତମ ମନ୍ତ୍ରୀସ୍ତରୀୟ ସମ୍ମିଳନୀ 26 ତାରିଖରୁ ଆରମ୍ଭ ହୋଇସାରିଛି । ଆବୁଧାବିରେ ଏହା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଫେବୃଆରୀ 29 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଖାଦ୍ୟଶସ୍ୟର ସର୍ବସାଧାରଣ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଏକ ସ୍ଥାୟୀ ସମାଧାନ ବାହାରିଥାଏ । ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଖାଦ୍ୟ କ୍ରୟର ମୂଳ ଅଂଶ ଅଟେ ।
ଖାଦ୍ୟର ସାର୍ବଜନିକ ଭଣ୍ଡାର କଣ ? :ବିଶ୍ବ ବାଣିଜ୍ୟ ସଂଗଠନ ଅନୁସାରେ, ସାର୍ବଜନିକ ଷ୍ଟକହୋଲ୍ଡିଂ କାର୍ଯ୍ୟକ୍ରମର ଉପଯୋଗ କେତେକ ସରକାରଙ୍କ ଦ୍ବାରା ହୋଇଥାଏ । ଆବଶ୍ୟକ ହେଉଥିବା ବ୍ୟକ୍ତିଙ୍କ ପାଇଁ ଖାଦ୍ୟ କିଣିବା, ସଂରକ୍ଷଣ କରିବା ଏବଂ ବଣ୍ଟନ ପାଇଁ ବ୍ୟବହାର କରିଥାଆନ୍ତି । ଖାଦ୍ୟ ସୁରକ୍ଷାକୁ ଏକ ବୈଧ ନୀତି ଉଦ୍ଦେଶ୍ୟ ବୋଲି ବିବେଚନା କରାଯାଉଥିବା ବେଳେ କେତେକ ଷ୍ଟକ ହୋଲ୍ଡିଂ କାର୍ଯ୍ୟକ୍ରମକୁ ବ୍ୟାପାରରେ ବ୍ୟାଘାତ ବୋଲି ବିବେଚନା କରାଯାଏ । କାରଣ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମୂଲ୍ୟରେ କୃଷକଙ୍କଠାରୁ ଖାଦ୍ୟ ଶସ୍ୟ କ୍ରୟ କରାଯାଇଥାଏ । ଏହାକୁ ସର୍ବନିମ୍ନ ସହାୟକ ମୂଲ୍ୟ(MSP) ମଧ୍ୟ କୁହାଯାଏ । ବିଭିନ୍ନ ପ୍ରକାରର ରବି ଏବଂ ଖରିପ ଫସଲ କ୍ରୟ ପାଇଁ ସରକାର ମୂଲ୍ୟ ନିର୍ଦ୍ଦାରଣ କରିଥାଆନ୍ତି ।
ଶାନ୍ତି ଚୁକ୍ତି(Peace Clause):ବିକାଶଶୀଳ ଦେଶଗୁଡ଼ିକରେ ସାର୍ବଜନିକ ଷ୍ଟକ ହୋଲ୍ଡିଂ କାର୍ଯ୍ୟକ୍ରମକୁ ଆଇନଗତ ଭାବେ ଚାଲେଞ୍ଜ କରାଯାଇ ପାରିବ ନାହିଁ । 2013 ମସିହାରେ ଆୟୋଜିତ ହୋଇଥିବା ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ମଧ୍ୟକାଳୀନ ଭିତ୍ତିରେ ଏହି ବିଷୟ ଉପରେ ସହମତି ହୋଇଥିଲା । ତେବେ ଏହାକୁ ନେଇ ଅନେକ ତର୍କ ହୋଇଥିଲା । ଏଥିରେ ଭାରତ ମଧ୍ୟ ସମର୍ଥନ ଦେଇଥିଲା । କାରଣ ଖାଦ୍ୟଶସ୍ୟର ସର୍ବସାଧାରମ ସଂରକ୍ଷଣ ପାଇଁ ସବିସିଡି ଆବଶ୍ୟକ ରହିଥିଲା । ଭାରତୀୟ କୃଷକମାନଙ୍କୁ ସମର୍ଥନ ଦେହା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଦାରିତ ମୂଲ୍ୟ ଅନୁସାରେ ଖାଦ୍ୟଶସ୍ୟ କ୍ରୟ କରାଯାଉଥିଲା । ତେବେ ଏଭଳି ପବ୍ଲିକ ଷ୍ଟୋରେଜ କାର୍ଯ୍ୟକ୍ରମ 80 କୋଟି ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଥାଏ । ଏହାକୁ ଶାନ୍ତି ଚୁକ୍ତି ବୋଲି ବିବେଚନା କରାଯାଏ ।