ଲେଖକ: ବିବେକ କେ. ଅଗ୍ନିହୋତ୍ରୀ
ପୂର୍ବତନ ମହାସଚିବ, ରାଜ୍ୟସଭା
ହାଇଦ୍ରାବାଦ: ଫେବ୍ରୁଆରୀ ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ । ୧୫ ରାଜ୍ୟର ୫୬ଟି ଆସନ ପାଇଁ ହେବ ନିର୍ବାଚନ । ୬ ବର୍ଷ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବେ ୫୬ ଜଣ ସଦସ୍ୟ । ସମ୍ବିଧାନର ଧାରା 1, ଅନୁଚ୍ଛେଦ (83)ମୁତାବକ, ରାଜ୍ୟସଭାର ପ୍ରକ୍ରିୟା ନିରନ୍ତର ରହିଥାଏ । କିନ୍ତୁ ଏହାର ଏକ ତୃତୀୟାଂଶ ସଦସ୍ୟ ପ୍ରତି 2 ବର୍ଷରେ ଅବସର ନେଇଥାନ୍ତି। ଅନୁଚ୍ଛେଦ (80)ର ଧାରା 4 ଅନୁସାରେ, ପ୍ରତ୍ୟେକ ରାଜ୍ୟର ପ୍ରତିନିଧିମାନେ, ବିଧାନସଭାର ନିର୍ବାଚିତ ସଦସ୍ୟଙ୍କ ଦ୍ବାରା ନିର୍ବାଚିତ ହେବେ। ଏକକ ସ୍ଥାନାନ୍ତର ଯୋଗ୍ୟ ଭୋଟ୍ ଆଧାରରେ ରାଜ୍ୟସଭାର ସଦସ୍ୟମାନେ ରାଜ୍ୟ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ଦ୍ବାରା ନିର୍ବାଚିତ ହୁଅନ୍ତି ।
ବର୍ତ୍ତମାନ ରାଜ୍ୟସଭାର ଆସନ ସଂଖ୍ୟା 245 । ଏଥିରୁ 233 ଜଣ ନିର୍ବାଚିତ ହୁ୍ଅନ୍ତି । ବାକି 12 ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତି ଚୟନ କରିଥାନ୍ତି । ଜନସଂଖ୍ୟାକୁ ଆଧାର କରି ବିଭିନ୍ନ ରାଜ୍ୟ ପାଇଁ ଆସନ ସଂଖ୍ୟା ଭିନ୍ନ ରହିଛି । ପ୍ରତିନିଧିତ୍ବର ଅନୁପାତ (Proportional Representation)ମୁତାବକ ଗୋଟିଏ ରାଜନୈତିକ ଦଳ, ରାଜ୍ୟସଭାକୁ ନିର୍ବାଚିତ ପ୍ରପତିନିଧି ପଠାଇଥାନ୍ତି । ତେବେ ବିଧାନସଭାର ପ୍ରତ୍ୟେକ ସଦସ୍ୟଙ୍କ ଭୋଟ ହେଉଛି ଏକକ (Single) ଓ ସ୍ଥାନାନ୍ତରଯୋଗ୍ୟ (Transferrable)। ବାଲାଟ ପେପରରେ ସମସ୍ତ ପ୍ରାର୍ଥୀଙ୍କ ନାଁ ତାଲିକାଭୁକ୍ତ ହୋଇଥାଏ ।
ନିର୍ବାଚିତ ହେବା ପାଇଁ ସର୍ବନିମ୍ନ ଭୋଟ ସଂଖ୍ୟା ପାଇଁ ସୂତ୍ର ହେଉଛି: (ସମୁଦାୟ ବିଧାୟକଙ୍କ ସଂଖ୍ୟା/ଖାଲି ଥିବା ସିଟ୍ ସଂଖ୍ୟା+1)+1। ଉଦାହରଣ ସ୍ବରୂପ, ଆମେ ଉତ୍ତରପ୍ରଦେଶ ନିର୍ବାଚନ କଥା ଦେଖିଲେ, ପ୍ରଥମ ବିଷୟ ହେଉଛି ବିଧାନସଭା ସଦସ୍ୟଙ୍କ ସଂଖ୍ୟା । ଯାହାକି 403 ରହିଛି। ଯେଉଁଥିପାଇଁ ରାଜ୍ୟସଭା ଆସନ ସଂଖ୍ୟା ହେଉଛି 10 । ଉପରୋକ୍ତ ସୂତ୍ର ଅନୁଯାୟୀ, ନିର୍ବାଚିତ ହେବା ପାଇଁ ପ୍ରାର୍ଥୀ ଆବଶ୍ୟକ କରୁଥିବା ସର୍ବନିମ୍ନ ଭୋଟ୍ ସଂଖ୍ୟା (403/10+1)+1=37.6(ଆନୁମାନିକ 38)। ବିଜେପି ଦ୍ବାରା ନିର୍ବାଚିତ ପ୍ରତ୍ୟେକ ସଦସ୍ୟଙ୍କୁ 38ଟି ଲେଖାଏଁ ଭୋଟର ଆବଶ୍ୟକତା ରହିଛି । ବିଧାନସଭାରେ ବିତର୍କ ସମୟରେ ଲୋକନାଥ ମିଶ୍ର ପରିଷଦକୁ 'ସମୀକ୍ଷା ଗୃହ' ବୋଲି ସମ୍ବୋଧନ କରିଥିଲେ । କାରଣ ମୁଖ୍ୟତଃ ରାଜ୍ୟସଭାରେ ସଂସଦ ସହ ଜଡ଼ିତ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଥାଏ ।
ଉତ୍ତର ପ୍ରଦେଶରେ ମୋଟ ବିଧାନସଭା ଆସନ ୪୦୩ ହୋଇଥିବା ବେଳେ, ୪ଟି ଆସନ ଖାଲି ପଡ଼ିଛି । ରାଜ୍ୟରୁ ଜଣେ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଦରକାର ୩୭ ଜଣ ବିଧାୟକଙ୍କ ସମର୍ଥନ । ଏହି ଗଣିତକୁ ଦେଖିଲେ ଉତ୍ତରପ୍ରଦେଶରେ ୭ଟି ରାଜ୍ୟସଭା ଆସନ ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାର ହାତେଇପାରେ । ଏଥିପାଇଁ ମୋଟ ୨୫୯ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ, ରାଜ୍ୟରେ ବିଜେପି ମେଣ୍ଟ ସରକାରରେ ରହିଛି ୨୭୭ ବିଧାୟକଙ୍କ ସମର୍ଥନ । ଉତ୍ତର ପ୍ରଦେଶରେ ବିଜେପିରୁ ୨୫୫ ବିଧାୟକ ଥିବା ବେଳେ, ସହଯୋଗୀ ଦଳ ଅପନା ଦଳରୁ ୧୩, SBSP ୬, ନିଶାଦ ପାର୍ଟିରୁ ୬ ବିଧାୟକ ଅଛନ୍ତି । ବର୍ତ୍ତମାନ ଆରଏଲଡି ବିଜେପିକୁ ସମର୍ଥନ କରିବାକୁ ଯାଉଥିବା ବେଳେ, ଏହି ଦଳ ପାଖରେ ଅଛନ୍ତି ୯ ବିଧାୟକ । ତେଣୁ ବିଜେପି ମେଣ୍ଟର ମୋଟ ବିଧାୟକଙ୍କ ସଂଖ୍ୟା ୨୮୬କୁ ବଢ଼ିପାରେ ।
ଅନ୍ଯପକ୍ଷରେ ଉତ୍ତରପ୍ରଦେଶରେ ବିରୋଧୀ ସମାଜବାଦୀ ପାର୍ଟି(SP) ପ୍ରାର୍ଥୀ ୨ଟି ରାଜ୍ୟସଭା ଆସନରେ ବିଜୟୀ ହେବା ନିଶ୍ଚିତ । ତେବେ ଅଖିଳେଶଙ୍କ ସମାଜବାଦୀ ପାର୍ଟି ତୃତୀୟ ଟି ରାଜ୍ୟସଭା ଆସନ ମଧ୍ୟ ହାତେଇବା ସମ୍ଭାବନା ରହିଛି । SPରୁ ୧୦୮ ବିଧାୟକ ଥିବା ବେଳେ, କଂଗ୍ରେସ ପାର୍ଟିର ୨ ଜଣ ବିଧାୟକ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ପାରନ୍ତି । ବର୍ତ୍ତମାନ ସ୍ଥିତିରେ ବିଜେପି ୭ଟିରେ ଏବଂ ଏସପି ୨ଟିରେ ବିଜୟୀ ହେବା ନିଶ୍ଚିତ । ଏବେ ଦଶମ ଆସନରେ କିଏ ଜିତିବ ତାକୁ ନେଇ ଚାଲିଛି ଅଙ୍କକଷା । ଏସପି ତୃତୀୟ ଆସନ ପାଇଁ ୧ ଅଧିକ ଭୋଟ ଆବଶ୍ୟକ କରୁଥିବା ବେଳେ, ବିଜେପିକୁ ଅଷ୍ଟମ ଆସନ ପାଇଁ ୧୯ ଅଧିକ ବିଧାୟକଙ୍କ ସମର୍ଥନ ଜରୁରୀ । ଏଭଳି ସ୍ଥିତିରେ ବିଏସପିର ୧ ଏବଂ ଅନ୍ୟାନ୍ୟ ୫ ଜଣ ବିଧାୟକଙ୍କ ଉପରେ ରହିଛି ନଜର । ଯଦି କ୍ରସ୍ ଭୋଟିଂ ନହୁଏ କିମ୍ବା ଟଙ୍କା କାରବାର ନହୁଏ, ବିଜେପି ଅଷ୍ଟମ ଆସନ ହାତେଇବ ନା ସମାଜବାଦୀ ପାର୍ଟି ତୃତୀୟ ଆସନ ପାଇବ ତାହା କହିବା ମୁସ୍କିଲ ।
ପାର୍ଲାମେଣ୍ଟର ଦ୍ବିତୀୟ ଚାମ୍ବର ବିଷୟରେ ହେଉଥିବା ବିତର୍କ ବହୁ ପୁରୁଣା । 1800 ଶତାବ୍ଦୀରେ ଆମେରିକୀୟ ସମ୍ବିଧାନ ମୁତାବକ ଆଲୋଚନା ଚାଲିଥିଲା। ସେହି ସମୟରେ ଜର୍ଜ ୱାଶିଂଟନଙ୍କ ବ୍ରେକ୍ ଫାଷ୍ଟ ଟେବୁଲ ନିକଟରେ ଥୋମାସ ଜେଫରସନ ପ୍ରତିବାଦ କରିଥିଲେ । ଦୁଇଟି ଗୃହ ପ୍ରସଙ୍ଗରେ ପ୍ରଶ୍ନ କରି ସେ ପ୍ରଶ୍ନ ପଚାରିଥିଲେ। ସେହି ସମୟରେ ୱାଶିଂଟନ ପାଲଟା ପ୍ରଶ୍ନ କରିଥିଲେ ଯେ, ତୁମେ କାହିଁକି କପରେ ଥିବା କଫିକୁ ପ୍ଲେଟରେ ଢାଳୁଛ?" ଉତ୍ତରରେ ଜେଫରସନ କହିଥିଲେ, "ଥଣ୍ଡା କରିବା ପାଇଁ"। ଏହାପରେ ୱାଶିଂଟନ କହିଥିଲେ, ଠିକ୍ ସେହିପରି ଆମେ ମଧ୍ୟ ସେହିଭଳି ସମ୍ବିଧାନର ସୁରକ୍ଷା ଦୃଷ୍ଟିରୁ କରୁଛୁ।
ଏହା ବି ପଢନ୍ତୁ...ଭାରତରେ ଆସ୍ଥାଭୋଟ