ଓଡିଶା

odisha

ETV Bharat / opinion

OPINION: କାନାଡାର କପଟ ନୀତି, ଟ୍ରୁଡୋଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବାସ୍ତବିକତା

ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ କମ୍ ହୋଇଛି । ଅଷ୍ଟ୍ରେଲିଆ ନ୍ୟୁଜ ନେଟୱର୍କକୁ ଅବରୋଧ କରିଥିବା ଭାରତ ଅଭିଯୋଗ କରିଛି । ମେଜର ଜେନେରାଲ ହର୍ଷ କକରଙ୍କ ଆଲେଖ୍ୟ,

canadian hypocrisy
canadian hypocrisy (AP)

By Major General Harsha Kakar

Published : Nov 9, 2024, 5:15 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ଗଣମାଧ୍ୟମ 'ଅଷ୍ଟ୍ରେଲିଆ ଟୁଡେ' ଚ୍ୟାନେଲକୁ କାନାଡା ବ୍ୟାନ କରିଥିବା ସାପ୍ତାହିକ ପ୍ରେସ ମିଟକୁ ସମ୍ବୋଧିତ କରିବା ସମୟରେ ଅଭିଯୋଗ ଆଣିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୟସ୍ବାଲ । ସେ କହିଥିଲେ, ‘'ଆମେ ଜାଣିବାକୁ ପାଇଛୁ ଯେ, 'ଅଷ୍ଟ୍ରେଲିଆ ଟୁଡେ'ର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ପେଜକୁ ବ୍ୟାନ କରାଯାଇଛି । ଯାହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରବାସୀ ଆଉଟଲେଟ । ଦେଶର ଲୋକମାନେ ଆଉ ଏହି ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର ଦେଖିପାରିବେ ନାହିଁ । ଏହି ଘଟଣା ବିଦେଶ ମନ୍ତ୍ରୀ ଜୟଶଙ୍କର ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ଓ୍ବଙ୍ଗଙ୍କ ସହ ଆଲୋଚନାର କିଛି ସମୟ ପରେ ଘଟିଥିଲା । ଯାହା ସମସ୍ତଙ୍କୁ ଚକିତ କରିବା ସହ ବାକ ସ୍ବାଧୀନତା କ୍ଷେତ୍ରରେ କାନାଡାର କପଟ ନୀତି ଦର୍ଶାଉଛି । କାନାଡାରେ ବର୍ତ୍ତମାନ ସୁଦ୍ଧା ଏପରି ଘଟଣା କେବେ ବି ଘଟିନଥିଲା । ''

'ଅଷ୍ଟ୍ରେଲିଆ ଟୁଡେ' ମଧ୍ୟ କାନାଡର ଏପରି ପଦକ୍ଷେପକୁ ନେଇ କଡା ଜବାବ ଦେଇଥିଲା। ସୋସିଆଲ ମିଡିଆ 'ଏକ୍ସ'ରେ ଏକ ବିବୃତ୍ତିରେ କୁହାଯାଇଛି, ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗଙ୍କ ସାକ୍ଷାତକାରକୁ କାନାଡା ସରକାରଙ୍କ ଅନୁମତି ପରେ ସୋସିଆଲ ମିଡିଆରେ ବକ୍ଲକ କରିଦିଆ କରାଯାଇଛି । ଯାହା ମୁକ୍ତ ମୁକ୍ତ ସାମ୍ବାଦିକତାର କଣ୍ଠରୋଧ କରିଛି । ଏହା ସତ୍ବେ ମଧ୍ୟ ଆମେ ସ୍ୱଚ୍ଛତା, ସଠିକ ଓ ଗୁରୁତ୍ବପୂର୍ଣ୍ଣ ଖବର ପ୍ରସାରଣ ଚେଷ୍ଟା ଜାରି ରଖିବୁ । ଗୋଟିଏ ଆଉଟଲେଟକୁ ବ୍ୟାନ କରିବା ନେଇ ଦେଶର ସରକାରଙ୍କ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଷ୍ଟ୍ରେଲିଆ ଟୁଡେରେ ହୋଇଥିବା ସାକ୍ଷାତକାରରେ ପେନି ୱଙ୍ଗ ଭାରତ ଦ୍ୱାରା ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ଉପରେ ଅଭିଯୋଗ ଉଠାଇଲେ । ଜୟଶଙ୍କର ଏହାର ଯବାବ ଦେଇଥିଲେ । ଯାହା ପେନି ୱଙ୍ଗଙ୍କୁ ଭଲ ଲାଗିନଥିଲା । ଜୟଶଙ୍କର 3ଟି ପ୍ରସଙ୍ଗରେ ମତ ରଖିଥିଲେ, ବିନା କୌଣସି ପ୍ରମାଣରେ ମିଥ୍ୟା ଅଭିଯୋଗ, ଭାରତୀୟ କୁଟନୈତିକ ଉପରେ ନଜର ଓ ଭାରତ ବିରୋଧି ଉପାଦାନକୁ ରାଜନୈତିକ ପୃଷ୍ଠପୋଷକତା ଯୋଗାଇବା । ବାରମ୍ବାର ଭାରତ ଏହି ପ୍ରସଙ୍ଗ ଉଠାଇଛି । କିନ୍ତୁ ଅଷ୍ଟ୍ରେଲିଆରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବାରୁ ପେନି ୱଙ୍ଗ ଭାରତର ଦୃଷ୍ଟି କୋଣକୁ ସ୍ବୀକାର କରିବାରୁ ଚିହିଁକି ଉଠିଥିଲେ ଟ୍ରୁଡୋ ସରକାର ।

ଟ୍ରୁଡୋ ସରକାରଙ୍କ ଏପରି କାର୍ଯ୍ୟ ସ୍ପଷ୍ଟ ଭାବରେ ତାଙ୍କର ଦୋଷ ଦୁର୍ବଳତା ଲୁଚାଇବା ସହ ବାକ ସ୍ବାଧୀନତା ପ୍ରତି କପଟ ନୀତି ଦର୍ଶାଉଛି ବୋଲି କହିଥିଲେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରାନ୍ଧୀର ଜୟସ୍ବାଲ । ଅଷ୍ଟ୍ରେଲିଆ ଟୁଡେକୁ ବ୍ଲକ କରାଯାଇଛି , ଯେଉଁଠାରେ ଓଟଓ୍ବା ବିରୋଧରେ ଅଭିଯୋଗକୁ ଦୋହରା ଯାଇଥିଲା । ଏହା ଦର୍ଶାଉଛି ଯେ, ଜଷ୍ଟିନ ଟ୍ରୁଡୋଙ୍କୁ ଜଣା ଯେ, ଯେଉଁବି ପ୍ରସଙ୍ଗ ଆଲୋଚନା ହୋଇଥିଲା ତାହା ସତ । ଯଦି କାନାଡା ଠିକ୍ ଥିଲା, ଆଉଟଲେଟକୁ ବ୍ଲକ କରିବାର କୌଣସି ଆବଶ୍ୟକତା ନଥିଲା, ଯାହା କେବଳ ବାର୍ତ୍ତାଳାପକୁ ରେକର୍ଡ କରିଥିଲା । ବୈଦେଶିକ କାର୍ଯ୍ୟାଳୟର ଏକ ସାଧାରଣ ବିବୃତ୍ତି ଯଥେଷ୍ଟ ହୋଇପାରିଥାନ୍ତା ।

ଏହା ମଧ୍ୟ ପଢନ୍ତୁ-କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦ, ମନ୍ଦିରରେ ପଶି ହିନ୍ଦୁଙ୍କୁ ଆକ୍ରମଣ, ନୂଆଦିଲ୍ଲୀର ନିନ୍ଦା

ଏହା ମଧ୍ୟ ପଢନ୍ତ :- ରାଜନୀତିରେ ସ୍ବାର୍ଥ ହାସଲ ପାଇଁ ସୀମା ଲଙ୍ଘିଲେ ଟ୍ରୁଡୋ, ଭାରତ-କାନାଡା ସମ୍ପର୍କରେ ତିକ୍ତତା

ଏହା ବି ପଢନ୍ତୁ...ଭାରତ-କାନାଡା ସଂପର୍କରେ ତିକ୍ତତା; କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ, 6 କୂଟନୀତିଜ୍ଞ ବହିଷ୍କୃତ

ଟ୍ରୁଡୋଙ୍କୁ ଏହି ବିଷୟରେ ଡର ଅଛି ଯେ, ତାଙ୍କ ନିଜ ଲୋକ ତାଙ୍କୁ ଆଉ ବିଶ୍ବାସ କରୁନାହାନ୍ତି । ଧିରେ ଧିରେ ସେମାନେ ବୁଝିଲେଣି ଯେ ବିନା କୌଣସି ପ୍ରମାଣରେ ଭାରତ ବଉପରେ ଦୋଷାରୋପ କରାଯାଉଥିଲା । ନଚେତ ଆଜି ପର୍ଯ୍ୟନ୍ତ ଚାର୍ଜସିଟ୍ ଦାଖଲ ହୋଇଥାନ୍ତା, କିନ୍ତୁ ଜଗମିତ ସିଂଙ୍କ ବିଶ୍ୱାସକୁ ସମର୍ଥନ କରି ତାଙ୍କ ଚେୟାରକୁ ସୁରକ୍ଷିତ ରଖିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ । କାନାଡା ପରି ଏକ ଦେଶ, ଯିଏ ଆଇନର ନିୟମ ଦାବି କରେ ତାହା ପୁଣି ନିଜେ ଭାରତୀୟ କୂଟନୀତିଜ୍ଞଙ୍କୁ ଅନୁସରଣ କରି , ନଜର ରଖି ଓ ଭୟଭିତ କରାଇ ଭିଏନା ସମ୍ମିଳନୀକୁ ଭାଙ୍ଗୁଛି । ଯଦି ଭାରତ ଏପରି କରିଥାନ୍ତା ତେବେ ସେମାନେ ବରଦାସ୍ତ କରିପାରିନଥାନ୍ତେ ।

କାନାଡା ଅଷ୍ଟ୍ରେଲିଆ ଟୁଡେକୁ ବ୍ଲକ କରିବା ଏହା ଦର୍ଶାଉଛି ଯେ, ଭାରତର ଭିଏନା ସମ୍ମିଳନୀକୁ ପାଳନ କରୁଥିବାବେଳେ ସେମାନେ ଏହାକୁ ଭାଙ୍ଗୁଛନ୍ତି । ବର୍ତ୍ତମାନ ଟ୍ରୁଡୋକୁ ସତ ସାମ୍ନା କରିବାକୁ ପଡୁଛି । ଯେତେବେଳେ ଏହି ପ୍ରସଙ୍ଗ କାନାଡାର ବିରୋଧୀ ଦଳ ସଂସଦରେ ଉଠାଇବେ । ଓଟଓ୍ବା ସେତେବେଳେ ସ୍ବର ଉଠାଇଲା ଯେତେବେଳେ ଭାରତ ସମସ୍ତ ଅତିରିକ୍ତ କାନାଡିୟ କୂଟନୀତିଜ୍ଞଙ୍କୁ ଦେଶରୁ ବାହାର କରିଦେଲା । ପ୍ରାରମ୍ଭରେ ଓଟଓ୍ବା ଦ୍ୱିଧାବୋଧ କରିଥିଲା, କିନ୍ତୁ ନୂଆଦିଲ୍ଲୀ କହିଥିଲା ଯେ, ଏହା ସେମାନଙ୍କର କୂଟନୈତିକ ବିବାଦକୁ ଶେଷ କରିଦେବ । ଏଥିପାଇଁ କୌଣସି ବିକଳ୍ପ ନାହିଁ।

ଏଥର କାନାଡାର ମିଥ୍ୟା ଏବଂ ବେଆଇନ କାର୍ଯ୍ୟ ସାମ୍ନାକୁ ଆସିଯାଇଛି । ଏହାକୁ ରୋକିବାକୁ ସେ ଆଉ କିଛି କରିପାରିବେ ନାହିଁ । ଏହା ତାଙ୍କୁ ଜଣା ଯେ, ଏହା ଭୁଲ ଅଟେ ଏବଂ ବିଶ୍ୱ ସ୍ତରରେ ଆଲୋଚନାର ଶିକାର ହୋଇପାରେ । ଏକମାତ୍ର ଅନ୍ୟ ଦେଶ ପାକିସ୍ତାନ, ଯେଉଁଠାରେ ଭାରତୀୟ ରାଷ୍ଟ୍ରଦୂତମାନେ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏବେ ସମୟ ଆସିଛି ଭାରତ ଉଭୟ ପାକିସ୍ତାନ ଏବଂ କାନାଡାକୁ ଗୋଟିଏ ସ୍ଥାନରେ ରଖିବ । କାହିଁକି ନା ଉଭୟ ଦେଶ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି ।

କାନାଡାର ରାଷ୍ଟ୍ରଦୂତଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଆସିନାହିଁ । ଏହାର ବୈଦେଶିକ କାର୍ଯ୍ୟାଳୟ, ବୈଦେଶିକ ମନ୍ତ୍ରୀ କିମ୍ବା ଏପରିକି ନୂଆଦିଲ୍ଲୀରେ ଏହାର ହାଇ କମିଶନଙ୍କ ଦ୍ବାରା ଗୋଟିଏବି ଟୁଇଟ୍ କରାଯାଇନାହିଁ । ଏହାର ବେଆଇନ କାର୍ଯ୍ୟକୁ ନିନ୍ଦା କରାଯାଉଛି , କିନ୍ତୁ ଏପରି ନିରବତା ଜୟଶଙ୍କର ଯାହା କହିଥିଲେ ତାହା ସଠିକ୍ ବୋଲି ଦର୍ଶାଉଛି ।

ଟରୋଣ୍ଟୋ ପୋଲିସ ସୁରକ୍ଷା ଯୋଗାଇ ପାରିବ ନାହିଁ ବୋଲି ଦାବି କରି ଭାରତୀୟ କନସୁଲେଟକୁ ଭାରତୀୟ ପ୍ରବାସୀଙ୍କ ପ୍ରବେଶକୁ ବାତିଲ କରିବାକୁ ବାଧ୍ୟ କରିଛି । ଏହାର ଅର୍ଥ ହେଉଛି ଜାତୀୟ ରାଜନୀତିରେ ଖଲିସ୍ତାନ ସମର୍ଥକ ଗୋଷ୍ଠୀର ଦବଦବା ରହିଛି । ନଚେତ କାନାଡା ପୋଲିସ ଏମାନଙ୍କୁ ନିୟନ୍ତ୍ରଣ କରିବାର କ୍ଷମାତ ନାହିଁ । ଏହା ସେହି ଦେଶ ପାଇଁ ଦୁଃଖର ବିଷୟ ଯେ, ଯିଏ ନିଜକୁ ବିକଶିତ ଏବଂ ଆଇନ କାନୁନ ପାଳନ କରୁଥିବା କହୁଛି ।

ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲାରେ ଭାରତକୁ ଦେଷୀ ଦର୍ଶାଉଥିବା କାନାଡାକୁ କଡା ଜବାବ ମଧ୍ୟ ଦିଆଯାଇଥିଲା । ଲାଗୁଥିଲା କି ଭାରତ ଉପରେ ଦୋଷ ଲଦିବାକୁ କାନାଡାକୁ ସମର୍ଥନ ମିଳୁଛି । କିନ୍ତୁ କାନାଡାର ଏପରି ପଦକ୍ଷେପ ତାଉପରେ ଭାରି ପଡିଯାଇଛି । କାନାଡାର ପ୍ରତିଷ୍ଠାନ ପ୍ରତି କ୍ଷତି ପହଞ୍ଚାଇପାରେ । ସେ ଭାରତ ବିରୋଧରେ ଆଉ ଅଭିଯୋଗ କରିପାରବ ନାହିଁ କି ନିଜକୁ ରକ୍ଷା କରିପାରିବ ନାହିଁ, କାହିଁକିନା କାନାଡ ଉପରେ ଆଉ ବିଶ୍ବାସ ନାହିଁ ।

ଟ୍ରୁଡୋ ସରକାରଙ୍କ ବିରୋଧରେ ଏହି ଭାରତୀୟ ଚାପ ଏବଂ ଅଭିଯୋଗ ଏପରି ଏକ ସମୟରେ ଆସିଛି ଯେତେବେଳେ, ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ କାନାଡା ଅନିଶ୍ଚିତତା ବଢୁଛି । କାନାଡା ସରକାର ପ୍ରତ୍ୟେକ ବରିଷ୍ଠ ପ୍ରତିନିଧି, ଯେଉଁଥିରେ ଉପ ବୈଦେଶିକ ମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ଏବଂ ଜଗମିତ ସିଂଙ୍କ ସହ ସାମିଲ ଅଛନ୍ତି । ଏହା ସଙ୍କେତ ଦେଉଛି ଯେ, ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ହେବା କାନାଡର ଅର୍ଥନୀତି ପ୍ରତି ବିପଦ ହୋଇପାରେ ।

ଭାରତ ପକ୍ଷରୁ ପ୍ରତ୍ୟେକ ମଞ୍ଚରେ କାନାଡର ମିଥ୍ୟାକୁ ପ୍ରକାଶ କରିବା ଜାରି ରଖିବା ଜରୁରୀ । ବିନା କୌଣସି ପ୍ରମାଣରେ ଭାରତର ଉପରେ କାନାଡା ଦୋଷ ଲଦି ପାରିବ ନାହିଁ । ଏଥର ଅଷ୍ଟ୍ରେଲିଆ ଆଉଟଲେଟକୁ ବ୍ଲକ କରି କାନାଡା ନିଜ ଗୋଡରେ ନିଜେ କୁରାଢି ମାରିଛି ।

ABOUT THE AUTHOR

...view details